ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭।୩(ଡି.ଏନ୍‌.ଏ.)

ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଶୁକ୍ରବାର ୫୧ ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଗୁରୁବାର ୩୪ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ବର୍ଷା ଯୋଗୁ ହଳଦୀ ଅମଳରେ ବାଧାସୃଷ୍ଟି ହୋଇଥିବାବେଳେ ପନିପରିବା ଚାଷୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେହିପରି ସକାଳ ୮ଟା ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ପରେ ପାଗ ଶୁଖିଲା ରହିବା ସହ ଖରା ହୋଇଥିଲା। ପଞ୍ଚାୟତ ଅଧିନରେ ଥିବା ଡ୍ରେନ୍‌ ଜାମ୍‌ ହୋଇ ରହିଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ ପ୍ରବାହିତ ହୋଇଥିଲା। ବର୍ଷା ଛାଡିବା ପରେ ଏବେ ରାସ୍ତାରେ କୁଢକୁଢ ପଲିଥିନ ଓ ଅଳିଆ ଜମା ହୋଇ ରହିଛି। ଉକ୍ତ ରାସ୍ତା ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ, ବସ୍‌ ଷ୍ଟାଣ୍ଡକୁ ସଂଯୋଗ କରୁଛି। ମୁଖ୍ୟ ରାସ୍ତା ହୋଇଥିବାବେଳେ ଦୈନିକ ହଜାର ସଂଖ୍ୟାରେ ଲୋକ ଯାତାୟାତ କରୁଛନ୍ତି। ସବୁଠାରୁ ବଡ଼କଥା ହେଲା ବ୍ଲକ କଲୋନୀକୁ ଲାଗି ଉକ୍ତ ରାସ୍ତା ରହିଥିବାବେଳେ ବିଡିଓଙ୍କ କାର୍ଯ୍ୟାଳୟର ଏହା ପଛପାଖ। ସମସ୍ତ ଅଧିକାରୀ ଏହିପଟେ ଯାଇଥାନ୍ତି। ପଞ୍ଚାୟତ ପକ୍ଷରୁ ଏହାକୁ ଅଣଦେଖା କରାଯିବା ସହ ପୁତ୍ତିମୟଗନ୍ଧ ପରିବେଶରେ ନାକ ଫାଟିପଡୁଥିବା ଗ୍ରାମର କୀର୍ତ୍ତିଚନ୍ଦ୍ର ସାହୁ, ସରୋଜ ସାହୁ, ବୁଲୁ ସାହୁ ପ୍ରମୁଖ କହିଛନ୍ତି। ପଞ୍ଚାୟତ ଡ୍ରେନ ସଫେଇ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା କେବଳ କାଗଜକଲମରେ ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ିର ଶିବମନ୍ଦିର ଛକ ଠାରୁ ଆରମ୍ଭ କରି ତିନିଛକ, ଚାରିଛକ, ବ୍ଲକରୋଡ଼ ଦେଇ ଯାଇଥିବା ସମସ୍ତ ଡ୍ରେନରେ ପଞ୍ଚାୟତ ସଫେଇ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛି ବୋଲି କହୁଥିବାବେଳେ ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଏନେଇ ଦାରିଙ୍ଗବାଡ଼ି ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଡ୍ରେନ୍‌ ସଫେଇ ପାଇଁ ପ୍ରାୟ ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏନେଇ ଆକ୍ସନପ୍ଲାନରେ ରଖାଯାଇଥିବା ସେ କହିଛନ୍ତି। ବର୍ଷା ଛାଡ଼ିବା ପରେ ରାସ୍ତା ଉପରେ ପଡ଼ିରହିଥିବା ଆବର୍ଜନାକୁ ସଫେଇ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri