ବରୀ ବିଇଓଙ୍କ କାର୍ଯ୍ୟାଳୟରେ ବିଧାୟିକାଙ୍କ ସମୀକ୍ଷା ବୈଠକ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ବରୀ,୬।୧୨ (ସ୍ବ.ପ୍ର.)- ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିଧାୟିକା ସୁନନ୍ଦା ଦାସ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଇଓ ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ବାରୀ ବ୍ଲକ ଶିକ୍ଷା ମଣ୍ଡଳୀ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଅବ୍ୟବସ୍ଥା, ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ପଡିବା, ମଧ୍ୟାହ୍ନ ଭୋଜନ ବନ୍ଦ ରହିବା ଜାଣିବାକୁ ପାଇ ବିଧାୟିକା ଦାସ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଏଥିସହ ତୁରନ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀସ୍ତରରେ ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବ୍ଲକ କାର୍ଯ୍ୟାଳୟରେ ବିଧାୟିକା ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ବିଶେଷକରି ବ୍ଲକ ଶିକ୍ଷାମଣ୍ଡଳ ଅଧୀନ ୧୯୭ଟି ବିଦ୍ୟାଳୟରୁ ଅଧିକାଂଶ ବିଦ୍ୟାଳୟରେ ପାଚେରି, ନଳକୂପ, ଶୌଚାଳୟ, ଶ୍ରେଣୀଗୃହ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପଦବୀ ଖାଲି ପଡିବା ସାଙ୍ଗକୁ ବହୁ ବିଦ୍ୟାଳୟରେ ଦୀର୍ଘଦିନ ହେବ ମଧ୍ୟାହ୍ନଭୋଜନ ବନ୍ଦ ରହିଛି। ଏହାକୁ ନେଇ ବିଧାୟିକା ଦାସ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ସମସ୍ତ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୧୫ରୁ କମ୍‌ ଥିବା ଛାତ୍ରୀଛାତ୍ର ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ସଂଯୋଗ କରିବା ପାଇଁ ବିଧାୟିକା ଦାସ ପ୍ରସ୍ତାବ ଦେଇଛନ୍ତି। ପୁରୁଣା କିମ୍ଭିରିଆପାଳ, ଭଳିନୂଆଗାଁ, ଢ଼ଇସାହି ନୋଡ଼ାଲ୍‌ ୟୁପି ସ୍କୁଲ୍‌ଗୁଡିକରେ ଅବ୍ୟବସ୍ଥା ରହିବା ଏବଂ ଜଲାଉଦ୍ଦିନ ଊର୍ଦ୍ଦୁ ୟୁଜିଏମ୍‌ଇ ସ୍କୁଲ୍‌ରେ ୧୨୦ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ୨୩୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦର୍ଶାଯାଉଛି। ଏଥିରେ ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷାଧିକାରୀଙ୍କ ସମ୍ପୃକ୍ତି ଥିବା ବିଧାୟିକା ଦାସ ଜାଣିବାକୁ ପାଇଥିଲେ। ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି କଳାମାଟିଆ ଶହୀଦ ବିଦ୍ୟାପୀଠରେ ୩ ଶ୍ରେଣୀକୁ ଗୋଟିଏ ଗୃହ ରହିଛି, ଏଥିରେ ଅଫିସ୍‌ କାର୍ଯ୍ୟ ଚାଲିବା ସହିତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଫୁଲୁପୁର ପ୍ରାଥମିକ ବିଦ୍ୟାଳୟର ନିଜସ୍ବ ଘର ନାହିଁ, ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟାଳୟ ଚାଲୁଛି। ଦୀର୍ଘ ୬ମାସ ହେଲା କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ଢ଼ଇସାହି ନୋଡ଼ାଲ୍‌ ୟୁପି ସ୍କୁଲ୍‌କୁ ଗୃହ ନିର୍ମାଣ ପାଇଁ ସରକାରୀ ଅର୍ଥ ଆସୁଛି। ପ୍ରଧାନଶିକ୍ଷକଙ୍କ ଅପାରଗତା ପାଇଁ ଏହି ଅର୍ଥ ବାରମ୍ବାର ଫେରିଯାଉଛି। ଯାହା ଫଳରେ ଗୃହ ନିର୍ମାଣ ହୋଇପାରୁନି ବୋଲି ଉକ୍ତ କ୍ଲଷ୍ଟରର ସିଆର୍‌ସିସି ବୈଠକରେ ପ୍ରକାଶ କରିଥିଲେ। ବୈଠକରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ଦେବେନ୍ଦ୍ର ଦାସ, ଜିଲା ପରିଷଦ ସଦସ୍ୟ ଅଶୋକ ସାମଲ, ସରପଞ୍ଚ ହରିହର ପଣ୍ଡା, ସରପଞ୍ଚ ସନ୍ତୋଷ ସାମଲ ଓ ୧୩ କ୍ଲଷ୍ଟର ସିଆରସିସି ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ତନୁଶ୍ରୀ ସାମଲ, ସାମାଜିକ କର୍ମୀ ବାଞ୍ଛାନିଧି ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri