ବରୀ ବିଇଓଙ୍କ କାର୍ଯ୍ୟାଳୟରେ ବିଧାୟିକାଙ୍କ ସମୀକ୍ଷା ବୈଠକ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ବରୀ,୬।୧୨ (ସ୍ବ.ପ୍ର.)- ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିଧାୟିକା ସୁନନ୍ଦା ଦାସ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଇଓ ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ବାରୀ ବ୍ଲକ ଶିକ୍ଷା ମଣ୍ଡଳୀ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଅବ୍ୟବସ୍ଥା, ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ପଡିବା, ମଧ୍ୟାହ୍ନ ଭୋଜନ ବନ୍ଦ ରହିବା ଜାଣିବାକୁ ପାଇ ବିଧାୟିକା ଦାସ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଏଥିସହ ତୁରନ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀସ୍ତରରେ ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବ୍ଲକ କାର୍ଯ୍ୟାଳୟରେ ବିଧାୟିକା ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ବିଶେଷକରି ବ୍ଲକ ଶିକ୍ଷାମଣ୍ଡଳ ଅଧୀନ ୧୯୭ଟି ବିଦ୍ୟାଳୟରୁ ଅଧିକାଂଶ ବିଦ୍ୟାଳୟରେ ପାଚେରି, ନଳକୂପ, ଶୌଚାଳୟ, ଶ୍ରେଣୀଗୃହ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପଦବୀ ଖାଲି ପଡିବା ସାଙ୍ଗକୁ ବହୁ ବିଦ୍ୟାଳୟରେ ଦୀର୍ଘଦିନ ହେବ ମଧ୍ୟାହ୍ନଭୋଜନ ବନ୍ଦ ରହିଛି। ଏହାକୁ ନେଇ ବିଧାୟିକା ଦାସ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ସମସ୍ତ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୧୫ରୁ କମ୍‌ ଥିବା ଛାତ୍ରୀଛାତ୍ର ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ସଂଯୋଗ କରିବା ପାଇଁ ବିଧାୟିକା ଦାସ ପ୍ରସ୍ତାବ ଦେଇଛନ୍ତି। ପୁରୁଣା କିମ୍ଭିରିଆପାଳ, ଭଳିନୂଆଗାଁ, ଢ଼ଇସାହି ନୋଡ଼ାଲ୍‌ ୟୁପି ସ୍କୁଲ୍‌ଗୁଡିକରେ ଅବ୍ୟବସ୍ଥା ରହିବା ଏବଂ ଜଲାଉଦ୍ଦିନ ଊର୍ଦ୍ଦୁ ୟୁଜିଏମ୍‌ଇ ସ୍କୁଲ୍‌ରେ ୧୨୦ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ୨୩୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦର୍ଶାଯାଉଛି। ଏଥିରେ ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷାଧିକାରୀଙ୍କ ସମ୍ପୃକ୍ତି ଥିବା ବିଧାୟିକା ଦାସ ଜାଣିବାକୁ ପାଇଥିଲେ। ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି କଳାମାଟିଆ ଶହୀଦ ବିଦ୍ୟାପୀଠରେ ୩ ଶ୍ରେଣୀକୁ ଗୋଟିଏ ଗୃହ ରହିଛି, ଏଥିରେ ଅଫିସ୍‌ କାର୍ଯ୍ୟ ଚାଲିବା ସହିତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଫୁଲୁପୁର ପ୍ରାଥମିକ ବିଦ୍ୟାଳୟର ନିଜସ୍ବ ଘର ନାହିଁ, ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟାଳୟ ଚାଲୁଛି। ଦୀର୍ଘ ୬ମାସ ହେଲା କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ଢ଼ଇସାହି ନୋଡ଼ାଲ୍‌ ୟୁପି ସ୍କୁଲ୍‌କୁ ଗୃହ ନିର୍ମାଣ ପାଇଁ ସରକାରୀ ଅର୍ଥ ଆସୁଛି। ପ୍ରଧାନଶିକ୍ଷକଙ୍କ ଅପାରଗତା ପାଇଁ ଏହି ଅର୍ଥ ବାରମ୍ବାର ଫେରିଯାଉଛି। ଯାହା ଫଳରେ ଗୃହ ନିର୍ମାଣ ହୋଇପାରୁନି ବୋଲି ଉକ୍ତ କ୍ଲଷ୍ଟରର ସିଆର୍‌ସିସି ବୈଠକରେ ପ୍ରକାଶ କରିଥିଲେ। ବୈଠକରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା, ଦେବେନ୍ଦ୍ର ଦାସ, ଜିଲା ପରିଷଦ ସଦସ୍ୟ ଅଶୋକ ସାମଲ, ସରପଞ୍ଚ ହରିହର ପଣ୍ଡା, ସରପଞ୍ଚ ସନ୍ତୋଷ ସାମଲ ଓ ୧୩ କ୍ଲଷ୍ଟର ସିଆରସିସି ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ତନୁଶ୍ରୀ ସାମଲ, ସାମାଜିକ କର୍ମୀ ବାଞ୍ଛାନିଧି ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri