ବନ୍ଦ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୭। ୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଏବେ ସାରା ଦେଶରେ କଟକଣା ଲାଗୁ କରୁଛନ୍ତି। ଏହି ସମୟରେ କିଛି ବଛାବଛା ବ୍ୟାଙ୍କ ଶାଖା ଲୋକଙ୍କୁ ବ୍ୟାଙ୍ଗିଙ୍ଗ ସେବା ପ୍ରଦାନ କରୁଛି। ଅତି ଆବଶ୍ୟକ ନ ହେଲେ ବ୍ୟାଙ୍କ ନ ଆସିବାକୁ ଲୋକଙ୍କୁ କୁହାଯାଇଛି। ଅନଲାଇନ କାରବାର ଉପରେ ଫୋକସ କରିବାକୁ ଲୋକଙ୍କୁ ପରାମର୍ଶ ରହିଛି। ସାରା ଦେଶରେ କାମ କରୁଥିବା ବ୍ୟାଙ୍କ କର୍ମଚାରୀମାନେ କରୋନା ଭୂତାଣୁ ସଂକ୍ରମଣର ଶିକାର ହେବା ନେଇ ଆଶଙ୍କା ରହିଛି। ବର୍ତ୍ତମାନ ବ୍ୟାଙ୍କ ଶାଖାଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏବଂ ପ୍ରମୁଖ ବ୍ୟାଙ୍କଗୁଡିକ ବିଚାର କରୁଥିବା ପ୍ରକ୍ରିୟା ସହ ଜଡିତ ୪ଜଣ ଉଚ୍ଚ ଅଧିକାରୀ କହିଛନ୍ତି।
ଦେଶର ଅଧିକାଂଶ ଲୋକ ଏବେ ମଧ୍ୟ ନଗଦ ଉପରେ ନିର୍ଭର କରୁଛନ୍ତି। ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ କରାଯାଇଥିବା ବେଳେ ବ୍ୟାଙ୍କ ଜରୁରୀ ସେବା ମଧ୍ୟରେ ରହିଥିବାରୁ ଶାଖାଗୁଡିକୁ ବନ୍ଦ କରାଯାଇନାହିଁ। ପ୍ରମୁଖ ସହରଗୁଡିକରେ କେବଳ ୫ କିମି ମଧ୍ୟରେ ଗୋଟିଏ ବ୍ୟାଙ୍କ ଶାଖା ଖୋଲା ରଖିବା ନେଇ ମଧ୍ୟ ବିଚାର କରାଯାଉଛି। ଏ ନେଇ ସରକାର ଏବେ ଯାଏ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟ କରି ନ ଥିବା ଅଧିକାରୀ କହିଛନ୍ତି। ଦେଶର ୭୦% ଲୋକ ନଗଦ ଉପରେ ନିର୍ଭର କରୁଛନ୍ତି। ଅତି ଜରୁରୀ ସେବା ପାଇଁ ନିର୍ଦ୍ଧିଷ୍ଟ ଦିନ ଏବଂ କର୍ମଚାରୀଙ୍କୁ କମ୍‌ ରଖିବା ନେଇ ମଧ୍ୟ ବିଚାର କରାଯାଉଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଗ୍ରାମାଞ୍ଚଳର ଲୋକମାନେ ଡିଜିଟାଲ ନେଣଦେଣ ସହିତ ସକ୍ରିୟ ଭାବେ ଜଡିତ ନ ଥିବା ଯୋଗୁ ଏନେଇ ଗାଇଡଲାଇନ ଆସିପାରେ ବୋଲି ଶୁଣାଯାଉଛି। ସରକାର ଏହି ସମୟରେ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପ୍ରଦାନ କରିବାକୁ ଥିବା ବେଳେ ଏ ନେଇ ଶାଖାରେ ଭିଡ ଲାଗିବ। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବ୍ୟାଙ୍କଗୁଡିକ ସେମାନଙ୍କ ସ୍ତରରେ ପ୍ରସ୍ତୁତି କରୁଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?