ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ ରଖିଛନ୍ତି। ସଭାରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ମତ ରଖିଛନ୍ତି। ଶାହା ସିଏଏକୁ ନେଇ କଂଗ୍ରେସ, ବାମଦଳକୁ ଟାର୍ଗେଟ କରି କହିଛନ୍ତି, ନାଗରିକତା ଚାଲିଯିବା ନେଇ ଅପପ୍ରଚାର କରାଯାଉଛି। ସିଏଏକୁ ନେଇ ସରକାରକୁ ବଦନାମ କରାଯିବା ଜଣାଥିଲା। ହେଲେ ବଦନାମକୁ ଭୟ ନ କରି ନରେନ୍ଦ୍ର ମୋଦି ସିଏଏ କରାଇଛନ୍ତି। ପୂର୍ବରୁ ସଂଖ୍ୟାଲଘୁଙ୍କ ମାନବାଧିକାର ହନନ ହେଉଥିଲା, ଆଉ ହେବନାହିଁ। ସିଏଏ ଦ୍ୱାରା କାହାରି ନାଗରିକତା ଯିବନାହିଁ। କୌଣସି ସଂଖ୍ୟାଲଘୁଙ୍କର ନାଗରିକତା ଆଦୌ ଯିବନାହିଁ। ବରଂ ସିଏଏ ଦ୍ୱାରା ପ୍ରପୀଡ଼ିତଙ୍କ ନାଗରିକତା ସୁରକ୍ଷିତ ହେବ। ସିଏଏର କୌଣସି ଧାରାରେ ନାଗରିକତା ଯିବା ବିଷୟରେ ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସ ଯିବା ବେଳକୁ ଅର୍ଥନୀତିରେ ଭାରତ ୧୧ ନଂରେ ଥିଲା। ମୋଦି ଆସିବା ପରେ ୫ ବର୍ଷରେ ଆମେ ୫ମ ସ୍ଥାନକୁ ଉଠିଛୁ। ୨୦୨୪ ପୂର୍ବରୁ ୫ ବିଲିଅନ ଡଲାର ଅର୍ଥବ୍ୟବସ୍ଥା ସହ ଦେଶ ବିଶ୍ୱସ୍ତରରେ ନାମ କରିବ। କଂଗ୍ରେସର ୫୫ବର୍ଷ ଶାସନ ଉପରେ ଆମର ୫ ବର୍ଷ ଭାରି ପଡ଼ିଛି। ଏବେ ମୋଦିଙ୍କ ହାତକୁ ଶକ୍ତ କରନ୍ତୁ ବୋଲି ଶାହା କହିଛନ୍ତି।

ଏହାଛଡ଼ା କେନ୍ଦ୍ର ସରକାର ଶାସନକୁ ଆସିବା ପରେ ନେଇଥିବା ପଦକ୍ଷେପ ବିଷୟରେ ଶାହା ମତ ରଖିଛନ୍ତି। କାଶ୍ମୀରକୁ ଭାରତର ମୁକୁଟ ବନାଇବାକୁ ମୋଦି ପଦକ୍ଷେପ ନେଇଛନ୍ତ। ୩୭୦ ଉଚ୍ଛେଦ କରି କାଶ୍ମୀରକୁ ଭାରତର ମୁକୁଟ ବନାଇଛନ୍ତି। ରାମ ମନ୍ଦିର ନିର୍ମାଣ ଲାଗି ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଆଉ କିଛି ଦିନ ମଧ୍ୟରେ ଭବ୍ୟ ମନ୍ଦିର ନିର୍ମାଣ ହେବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri