ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ରୋଗୀଙ୍କୁ ଡାକ୍ତରମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସେମାନଙ୍କୁ ମୋଟା ଅଙ୍କର ଦରମା ସରକାର ଦେଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ସ୍ବଚ୍ଛତା ଆଣିବା ସହ ଡାକ୍ତରମାନଙ୍କ ନର୍ସିଂହୋମ ପ୍ରୀତି ଉପରେ ରୋକ ଲଗାଇବା ପାଇଁ ଏମ୍‌କେସିଜି ମେଡିକାଲରେ ବୟୋମେଟ୍ରିକ ବ୍ୟବସ୍ଥା ସହ ମେଡିକାଲରେ ସିସି ଟିଭି ଖଞ୍ଜା ଯାଇଛି। ହେଲେ ଏହି ବ୍ୟବସ୍ଥା ଏବେ ପ୍ରହସନ ପାଲଟିଛି। ସେଠାରେ ଏବେ ବି ଲାଗିରହିଛି ହସ୍ପିଟାଲ ଭିତରକୁ ଯିବାବେଳେ ଡାକ୍ତରମାନେ ବୟୋମେଟ୍ରିକ ମେଶିନରେ ଫିଙ୍ଗର ପ୍ରିଣ୍ଟ ଦେଉଛନ୍ତି। ଅଳ୍ପ କେତେକ ରୋଗୀଙ୍କୁ ଦେଖିବା ପରେ ହସ୍ପିଟାଲର ଅନ୍ୟ ରାସ୍ତା ଦେଇ ଡାକ୍ତରମାନେ ବିଭିନ୍ନ ନର୍ସିଂହୋମକୁ ଚାଲିଯାଉଛନ୍ତି। ଏମ୍‌କେସିଜି ମେଡିକାଲରେ ଲାଗିରହିଥିବା ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ବହୁ ଅନୁଷ୍ଠାନ ଜିଲା ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନା ସରକାର ନା ଏମ୍‌କେସିଜି କର୍ତ୍ତୃପକ୍ଷ ଏଥିପ୍ରତି ଆନ୍ତରିକତା ଦେଖାଉଛନ୍ତି ବୋଲି କେତେକ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏମ୍‌କେସିଜି ମେଡିକାଲ ଡାକ୍ତରମାନେ ହସ୍ପିଟାଲ ଭିତରକୁ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଯାଉଛନ୍ତି। କିଛି ସମୟ ପରେ ପିଜି ଛାତ୍ରଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରି ସେଠାରୁ ଖସି ପଳାଇ ନର୍ସିଂହୋମରେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ (ଏମ୍‌ଏଏସ୍‌ଏମ୍‌) ପକ୍ଷରୁ ଅନେକ ଥର ଘଣ୍ଟ ଯାତ୍ରା ମାଧ୍ୟମରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହେଲେ ଅଦ୍ୟାବଧି କୌଣସି ପରିବର୍ତ୍ତନ ଘଟିନାହିଁ। ବରଂ ଏହା ଏବେ ଏକ ପ୍ରହସନ ପାଲଟିଛି ବୋଲି ଏମ୍‌ଏଏସ୍‌ଏମ୍‌ର ଆବାହକ ଅବନୀ ଗୟା ମତ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ପୋଲିସ ଆରକ୍ଷୀ ଅଧୀକ୍ଷକ ଓ ଆରଡ଼ିସି ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତରମାନେ ଯେଉଁଭଳି ଭାବେ ରୋଗୀ ସେବା ନ ଦେଇ ନର୍ସିଂହୋମ ଚାଲିଯାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏମ୍‌ଏଏସ୍‌ଏମ୍‌ର ଅବନୀ ଗୟା ଦାବି କରିଛନ୍ତି। ସେହିପରି ଏମ୍‌କେସିଜି ମେଡିକାଲ ଡ଼ିନ ତଥା ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରିିପାଠୀ କୁହନ୍ତି, ହସ୍ପିଟାଲରେ ରୋଗୀ ସେବାରେ ସ୍ବଚ୍ଛତା ଆଣିବା ପାଇଁ ଏବେ ୨୦ ସ୍ଥାନରେ ନୂତନ ଜ୍ଞାନ କୌଶଳରେ ନିର୍ମିିତ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଇଛି। ଅନ୍ୟପଟେ ଡାକ୍ତରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମେଡିକାଲରେ ସିସି ଟିଭି ଖଞ୍ଜାଯାଇଥିବା ବେଳେ ଏକ ଟିମ୍‌ ଗଠନ କରାଯାଇଛି ବୋଲି ସେ କହିଛନ୍ତି। ବିଗତ ଦିନରେ କେତେକ ଡାକ୍ତର ଏହାର ଖିଲାପ କରିଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦରମା ବନ୍ଦ କରାଯାଇଛି ବୋଲି ଏମ୍‌କେସିଜି ଡ଼ିନ ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?