Posted inଖେଳ

ବଡ଼ ଭାଇଙ୍କୁ ନେଇ ଧୋନୀ ମୁହଁ ଖୋଲନ୍ତି ନାହିଁ କାହିଁକି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ କରିଛନ୍ତି ମାହି। କେବଳ କ୍ରିକେଟ ନୁହେଁ, ଫୁଟବଲ୍‌ ଖେଳିବାରେ ମଧ୍ୟ ସେ ମାହିର୍‌। ଧୋନୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ତେବେ ଧୋନୀଙ୍କ ବଡ ଭାଇ ନରେନ୍ଦ୍ର ସିଂ ଥିଲେ ମଧ୍ୟ ତାଙ୍କ କଥା କୌଣସି ଜାଗାରେ ଆଲୋଚନା ହୋଇ ନ ଥାଏ। ଏପରିକି ୨୦୧୬ ସେପ୍ଟେମ୍ବର ୩୦ରେ ଧୋନୀଙ୍କ ବାୟୋପିକ ମୁକ୍ତିଲାଭ କରିଥିଲା। ଧୋନୀଙ୍କ ବାସ୍ତବ ଜୀବନର କାହାଣୀ ସିନେମାରେ ରୂପାନ୍ତରିତ କରାଗଲା ପରେ ଦର୍ଶକ ତାଙ୍କ ବିଷୟରେ ଅନେକ କିଛି ଜାଣିପାରିଥିଲେ। ସିନେମାରେ ବିଶ୍ୱକପ୍‌, ତାଙ୍କ ମା’ବାପା, ଭଉଣୀ, ପ୍ରେମିକା ଓ ସ୍ତ୍ରୀ, ସାଙ୍ଗସାଥୀ ସମସ୍ତଙ୍କ ବିଷୟରେ କିଛି ନା କିଛି ରହିଛି। ହେଲେ ତାଙ୍କ ବଡଭାଇଙ୍କ ବିଷୟରେ ଆଲୋଚନା କରାଯାଇ ନ ଥିଲା। ରୋଚକ କଥା ହେଉଛି, ଧୋନୀ ମଧ୍ୟ ନିଜ ବଡ଼ ଭାଇଙ୍କ ବିଷୟରେ କୌଣସି ଜାଗାରେ ପଦୁଟିଏ ବି କହି ନାହାନ୍ତି। ଧୋନୀଙ୍କଠୁ ତାଙ୍କ ବଡଭାଇ ନରେନ୍ଦ୍ର ସିଂ ୧୦ ବର୍ଷ ବଡ। ୩ ଭାଇ ଭଉଣୀଙ୍କ ମଧ୍ୟରୁ ସେ ସବୁଠୁ ବଡ। ତେବେ ୧୯୯୧ ମସିହାରେ ନରେନ୍ଦ୍ର ପରିବାରଠୁ ଦୂରେଇ ଯାଇଥିଲେ। ରାଞ୍ଚିରେ ବିବାହ କରି ତାଙ୍କ ସ୍ତ୍ରୀଙ୍କ ସହ ରହୁଛନ୍ତି। ସେ ରାଜନୀତିରେ ସକ୍ରିୟ ଅଛନ୍ତି। ପରିବାରଠାରୁ ଦୂରେଇ ଯାଇଥିବାରୁ ନରେନ୍ଦ୍ରଙ୍କ ବିଷୟରେ ତାଙ୍କ ପରିବାର ହୁଅନ୍ତୁ କି ସେ ନିଜେ କୌଣସି ମନ୍ତବ୍ୟ ଦିଅନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ କଲେ ବଡ଼ ଘୋଷଣା, ୪ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯିବ। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ନଭେମ୍ବର ୧୯ ତାରିଖରୁ ହେବ।…

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

ଶତକ ମାରିବା ପରେ ପକେଟରୁ ଚିଠି ବାହାର କଲେ ଏହି କ୍ରିକେଟର: ଚିଠି ପଢିଲେ ହୋଇଯିବେ ଭାବବିହ୍ବଳ

ଜୋହାନ୍ସବର୍ଗ,୧୭।୧୧: କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ନିଜ ଅନନ୍ୟ ଅନ୍ଦାଜରେ ଶତକ ପାଳନ କରିଥାନ୍ତି। କିନ୍ତୁ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର ଲିଟନ ଦାସ ଏଥର ନିଜ ଶତକକୁ…

IPL ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପରିବର୍ତ୍ତନ! ICC ପ୍ରସ୍ତୁତ କରିଛି ବିଶାଳ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଆଇପିଏଲ (IPL) ସମ୍ବନ୍ଧୀୟ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ନିଶ୍ଚିତ ଭାବରେ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିବ। ବିଶ୍ୱର ସବୁଠାରୁ ବଡ଼ ଟି-୨୦…

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?