ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟକୁ ନେଇ ହାତାହାତି

ଉଦଳା,୧୪ା୩(ଡ଼ି.ଏନ୍‌.ଏ.)- ବକେୟା ବିଲ୍‌ ଆଦାୟ ନ ହେବାରୁ ବିଦ୍ୟୁତ୍‌ କାଟକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲା ଉଦଳା ନେସ୍କୋ କାର୍ଯ୍ୟାଳୟ କର୍ମଚାରୀ ଏବଂ ଉପଭୋକ୍ତା ମୁହଁାମୁହିଁ ହୋଇଛନ୍ତି ା ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବାକ୍‌ବିତଣ୍ଡା ଓ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ନେସ୍କୋ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୭୫/୨୦୨୦) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଉଦଳା ନେସ୍କୋ ଡିଭିଜନ୍‌ ଅଧୀନ କୁଟଲିଂ ଗ୍ରାମର ବହୁ ଉପଭୋକ୍ତାଙ୍କ ବକେୟା ବିଜୁଳି ବିଲ୍‌ ରହିଛି ା ବାରମ୍ବାର ତାଗିଦ୍‌ ପରେ ମଧ୍ୟ ବିଲ ପୈଠ କରା ନ ଯିବାରୁ ଗୁରୁବାର ଉଦଳା ନେସ୍କୋ ଡିଭିଜନ୍‌ ପକ୍ଷରୁ ଉକ୍ତ ଗ୍ରାମରେ ବିଜୁଳି କାଟ କରାଯାଇଥିଲା ା ସନ୍ଧ୍ୟାରେ ଗ୍ରାମର ୫ ଜଣ ଉପଭୋକ୍ତା ବିଲ୍‌ ପୈଠ ଲାଗି ନେସ୍କୋ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ବିଲ୍‌ ପୈଠ ପୂର୍ବରୁ କ’ଣ ପାଇଁ ବିଜୁଳି କାଟ କରାଗଲା ବୋଲି ସେମାନେ ବିଭାଗୀୟ ଜେଇ ତାପସ କୁମାର ସାହୁଙ୍କୁ ପ୍ରଶ୍ନ କରିଥିଲେ। ଏନେଇ ନେସ୍କୋ କର୍ମଚାରୀ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ବାକବିତଣ୍ଡା ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଉପଭୋକ୍ତା ଚନ୍ଦନ କୁମାର ବିଶ୍ୱାଳ ଜେଇ ସାହୁ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନେସ୍କୋ କର୍ମଚାରୀଙ୍କ ମାଡ଼ରେ ଉପଭୋକ୍ତା ବିଶ୍ୱାଳ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?