ଫ୍ଲୋରାଇଡ୍‌ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ

ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍‌ କମ୍‌। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ, ଶେଷରେ ସରକାର ଏଠାକାର ଲୋକଙ୍କୁ ଗାଁ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡ ପଲାମୁ ଜିଲାର ଚୁକରୁ ଗାଁରେ। ସୂଚନାଯୋଗ୍ୟ, ଗାଁଲୋକେ ପିଉଥିବା ପାଣିରେ ଅତ୍ୟଧିକ ମାତ୍ରାରେ ଫ୍ଲୋରାଇଡ୍‌ ରହିଛି। ଫଳରେ ସେମାନେ ଶାରୀରିକ ଅକ୍ଷମ ପାଲଟୁଥିବା ଜଣାପଡ଼ିଛି। ଲଗାତାର ଭାବେ ଏହି ପାଣି ପିଇବା ଯୋଗୁ ଫ୍ଲୋରୋସିସ୍‌ ନାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି। ଏହି ଦୂଷିତ ପାଣି ଯୋଗୁ ଲୋକଙ୍କ ହାଡ଼ ଓ ଦାନ୍ତ ଦୁର୍ବଳ ହେଉଛି ବୋଲି ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ କେତେ ଜଣ ଯୁବକଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗତ ୨୫ବର୍ଷରୁ ଗଁାଲୋକେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଠାରେ ୫୦ବର୍ଷରୁ ଊର୍ଦ୍ଧ୍ୱ ବୟସର କେହି ବ୍ୟକ୍ତି ନାହାନ୍ତି ବୋଲି କୁହାଯାଏ। ଉକ୍ତ ଗଁାରେ କେବଳ ରାଜେଶ୍ୱର ପାଲ ନାମକ ଜଣେ ବୃଦ୍ଧ ରହିଛନ୍ତି। ତାଙ୍କର ବୟସ ୬୯ ହୋଇଥିବା ବେଳେ ସେ ଗଁାର ଏକମାତ୍ର ବୃଦ୍ଧ ବ୍ୟକ୍ତି। ଅପରପକ୍ଷରେ ଏହି ସମସ୍ୟା ଯୋଗୁ ସ୍ଥାନୀୟ ପ୍ରଶାସନ ତାଙ୍କୁ ଭିଟାମାଟି ଛାଡିବାକୁ ପରାମର୍ଶ ଦେଇଛନ୍ତି। ହେଲେ ସେଠାକାର ଲୋକଙ୍କ କହିବା ଅନୁସାରେ ସବୁ ଲୋକ ଦିବ୍ୟାଙ୍ଗ ପାଲଟିଛନ୍ତି। ଏଭଳି ସ୍ଥିତିରେ ଅନ୍ୟତ୍ର ସ୍ଥାନରେ ପୁଣି ଯାଇ ବାସ କରିବା ସେମାନଙ୍କ ପାଇଁ ଅସମ୍ଭବ ବୋଲି ଗାଁଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri