Posted inହୋଲି

ଫିକା ପଡ଼ିଛି ଫଗୁ

ସବୁଠି ଏବେ କରୋନା ଭାଇରସ ସଂକ୍ରମଣର ଭୟ। ଏହି କାରଣରୁ ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ ତଥା କର୍ନାଟକର ହାମ୍ପି ଆଦି ସ୍ଥାନରେ ଆକର୍ଷଣୀୟ ହୋଲି ଉତ୍ସବ ଫିକା ଲାଗୁଛି। ଏସବୁ ସ୍ଥାନରେ ହୋଲି ଉତ୍ସବ ପ୍ରସିଦ୍ଧ ହୋଇଥିବାରୁ ବହୁସଂଖ୍ୟାରେ ବିଦେଶୀ ଏଠାକୁ ହୋଲିରେ ଭାଗ ନେବାକୁ ଆସିଥାନ୍ତି। କିନ୍ତୁ କରୋନା ଭାଇରସ୍‌ କାରଣରୁ ଏସବୁ ଅଞ୍ଚଳରେ ବିଦେଶୀଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ବୃନ୍ଦାବନରେ ଇସ୍କନ ମନ୍ଦିର ପକ୍ଷରୁ ବିଦେଶୀ ଭକ୍ତମାନଙ୍କ ନିମନ୍ତେ ଆଡଭାଇଜରି ଜାରି କରାଯାଇ ସେମାନଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ମନ୍ଦିରକୁ ନ ଆସିବା ନିମନ୍ତେ କୁହାଯାଇଛି। ଏଥର ଫଗୁ ଉତ୍ସବକୁ ମଧ୍ୟ ନିରାଡମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଡଭାଇଜରି ସତ୍ତ୍ୱେ କୌଣସି ଭକ୍ତ ବୃନ୍ଦାବନକୁ ଆସିବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ବିଭାଗକୁ ନିଜର ସ୍ବାସ୍ଥ୍ୟ ସମ୍ପର୍କିତ ସାର୍ଟିଫିକେଟ୍‌ ଦେବାକୁ ହେବ ଯେ, ସେମାନେ କୌଣସି ପ୍ରକାରର ସଂକ୍ରମଣର ଶିକାର ହୋଇନାହାନ୍ତି ବୋଲି।

ଭାରତ ସମେତ ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରଭାବ ବିସ୍ତାର କରିଚାଲିଛି। ଏହାକୁ ନେଇ ଏଥର ସବୁ ରାଜ୍ୟରେ ହୋଲି ଉତ୍ସବ ଧିମା ହୋଇଯାଉଛି। ମାନ୍ଦା ପଡିଯାଇଛି ରଙ୍ଗ ବଜାର। ତେବେ ଧୁମଧାମରେ ହୋଲି ପାଳନ ହେଉଥିବା ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ, କର୍ନାଟକର ହାମ୍ପି, ଅହମଦାବାଦ୍‌ ତଥା ମଣ୍ଡି ଆଦି ସ୍ଥାନରେ ଏଥର ଫଗୁ ଫିକା ପଡ଼ିଛି।
କର୍ନାଟକର ହାମ୍ପିରେ ବି ଏଥର ସବୁ ହୋଟେଲ୍‌ ବୁକିଂ କ୍ୟାନସେଲ୍‌ କରାଯାଉଛି। ପ୍ରାୟ ୧୦୦ରୁ ଅଧିକ ଦେଶରୁ ଲୋକ ଏଠାକୁ ହୋଲିରେ ଭାଗ ନେବାକୁ ଆସିଥାନ୍ତି। ସେହିପରି ଋଷିକେଶରେ ଥିବା ବିଦେଶୀ ଭକ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି। ଡାକ୍ତରମାନେ ଏଠାରେ ବିଦେଶୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ତେଣୁ ଏଥର ସବୁ ସ୍ଥାନରେ ଫଗୁ ଖେଳର ପରମ୍ପରା ଫିକା ପଡ଼ିଯାଇଛି।

ଅହମଦାବାଦରେ ରେନ୍‌ଡ୍ୟାନ୍ସ ବନ୍ଦ

ଗୁଜରାଟ ସମେତ ପୂରା ବିଶ୍ୱରେ କରୋନା ଭାଇରସର ପ୍ରଭାବ ବିସ୍ତାର କରି ଚାଲିଛି। ଏହାର ସିଧା ପ୍ରଭାବ ହୋଲି ଉପରେ ପଡିଛି। କରୋନା ଭାଇରସ୍‌ ସଂକ୍ରମଣ ହୋଲି ଦ୍ୱାରା ଅଧିକ ବ୍ୟାପିବାର ଆଶଙ୍କା ରହିଥିବାରୁ ସରକାର ଏଠାରେ ରେନ୍‌ଡ୍ୟାନ୍ସ ବନ୍ଦ କରିଦେଇଛନ୍ତିି। ଅହମଦାବାଦ ରାଜପଥ କ୍ଲବ୍‌ ଓ କର୍ଣ୍ଣାବତୀ କ୍ଲବ ସମେତ ଅନ୍ୟ କ୍ଲବ୍‌ଗୁଡିକରେ ହୋଲି ଅବସରରେ ରେନ୍‌ଡ୍ୟାନ୍ସ ତଥା ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କୁହାଯାଏ, ଏହି ରେନ୍‌ଡ୍ୟାନ୍ସରେ ଦେଶ ତଥା ବିଦେଶର ବହୁ ପର୍ଯ୍ୟଟକ ଭାଗନେଇଥାନ୍ତି। ସମସ୍ତେ ଏକାଠି ହୋଇ ଏଠାରେ ହାତ ମିଳାଇବା ସହ ରଙ୍ଗ ଖେଳନ୍ତି। ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥାନ୍ତି। ଏଣେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଉତ୍ସବକୁ ବନ୍ଦ କରାଯାଇଛି।

ମଣ୍ଡିରେ ଉଡିବନି ଅବିର

ହିମାଚଳପ୍ରଦେଶର ସାଂସ୍କୃତିକ ରାଜଧାନୀ ଛୋଟକାଶୀ କୁହାଯାଉଥିବା ମଣ୍ଡିର ଐତିହାସିକ ସେରି ମଞ୍ଚରେ ଏଥର ଅବିର ଉଡିବନି। କରୋନା ଭାଇରସ ସଂକ୍ରମଣ ବ୍ୟାପୁଥିବାରୁ ୯ ମାର୍ଚ୍ଚରେ ହେବାକୁ ଥିବା ରଙ୍ଗୋତ୍ସବ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ପ୍ରଶାସନ ଏହି ଖେଳ ଲାଗି ଅନୁମତି ଦେଇଥିଲେ ବି ଲୋକହିତକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ୨୦୦୩ରୁ ସେରି ମଞ୍ଚରେ ରଙ୍ଗ ଉତ୍ସବ ଆରମ୍ଭ ହୋଇ ୧୭ ବର୍ଷ ଧରି ଆୟୋଜିତ ହେଉଛି। ଏହି ଉତ୍ସବରେ ବାଦ୍ୟର ତାଳେ ତାଳେ ଲୋକମାନେ ଏଠାରେ ହୋଲି ମନାନ୍ତି। ଏଥିରେ ଭାଗ ନେବା ପାଇଁ ପଡୋଶୀ ରାଜ୍ୟ ପଞ୍ଜାବ, ଚଣ୍ଡିଗଡ ଓ ହରିୟାଣାରୁ ମଧ୍ୟ ଲୋକମାନେ ଆସିଥାନ୍ତି। ହଜାର ହଜାର ଲୋକଙ୍କ ଭିଡ ଭିତରେ ହୋଲି ଖେଳର ପରିବେଶ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଏଣୁ ଏଠାରେ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ପରିସ୍ଥିତ ଭାରି ସାଂଘାତିକ ହୋଇଯିବ। ଏଣୁ ସ୍ବାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଉତ୍ସବକୁ ବନ୍ଦ କରାଯାଇଛି। ମଣ୍ଡିର ହୋଲି ଉତ୍ସବ ପୂରା ନିଆରା। ଦେଶର ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ହୋଲିର ଗୋଟିଏ ଦିନ ପୂର୍ବରୁ ଏଠାରେ ଏହା ପାଳିତ ହୋଇଥାଏ। ସହରର ସବୁ ରାସ୍ତାରେ ଦଳ ଦଳ ହୋଇ ଲୋକମାନେ ହୋଲି ଖେଳନ୍ତି। ମହିଳାମାନେ ବି ଏହି ଦଳରେ ସାମିଲ ହୁଅନ୍ତି। କିନ୍ତୁ କୌଣସି ଅଜଣା ବ୍ୟକ୍ତିଙ୍କୁ ଏମାନେ ରଙ୍ଗ ଲଗାନ୍ତିନି। ଶିବରାତ୍ରି ପରେ ହୋଲି ପାଇଁ ରାଜଦେବତା ମାଧୋରାୟଙ୍କ ଶୋଭାଯାତ୍ରା ବାହାରିଥାଏ। ମଣ୍ଡିରେ ଶୋଭାଯାତ୍ରା ପ୍ରବେଶ କରିବା ସମୟରେ ଏଭଳି ଉତ୍ସବ ଧୁମଧାମରେ ପାଳନ କରାଯାଇଥାଏ। ଏହି ଶୋଭାଯାତ୍ରା ମଣ୍ଡି ଛାଡିବା ପରେ ହୋଲି ଖେଳ ଶେଷ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗ’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ହତ୍ୟା ଉଦ୍ୟମ ଘଟଣାରେ ଫେରାର ଥିଲେ ଅଭିଯୁକ୍ତ, ୧ ବର୍ଷ ପରେ ଘରକୁ ଫେରିଥିବାବେଳେ ହଠାତ୍‌ ପହଞ୍ଚିଲା ପୋଲିସ, ତା’ପରେ…

ଦିଗପହଣ୍ଡି,୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ପିଣ୍ଟୁ ଜେନା(୨୯)ଙ୍କୁ ସୋମବାର କେ.ନୂଆଗାଁ ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri