Posted inହୋଲି

ଫିକା ପଡ଼ିଛି ଫଗୁ

ସବୁଠି ଏବେ କରୋନା ଭାଇରସ ସଂକ୍ରମଣର ଭୟ। ଏହି କାରଣରୁ ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ ତଥା କର୍ନାଟକର ହାମ୍ପି ଆଦି ସ୍ଥାନରେ ଆକର୍ଷଣୀୟ ହୋଲି ଉତ୍ସବ ଫିକା ଲାଗୁଛି। ଏସବୁ ସ୍ଥାନରେ ହୋଲି ଉତ୍ସବ ପ୍ରସିଦ୍ଧ ହୋଇଥିବାରୁ ବହୁସଂଖ୍ୟାରେ ବିଦେଶୀ ଏଠାକୁ ହୋଲିରେ ଭାଗ ନେବାକୁ ଆସିଥାନ୍ତି। କିନ୍ତୁ କରୋନା ଭାଇରସ୍‌ କାରଣରୁ ଏସବୁ ଅଞ୍ଚଳରେ ବିଦେଶୀଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ବୃନ୍ଦାବନରେ ଇସ୍କନ ମନ୍ଦିର ପକ୍ଷରୁ ବିଦେଶୀ ଭକ୍ତମାନଙ୍କ ନିମନ୍ତେ ଆଡଭାଇଜରି ଜାରି କରାଯାଇ ସେମାନଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ମନ୍ଦିରକୁ ନ ଆସିବା ନିମନ୍ତେ କୁହାଯାଇଛି। ଏଥର ଫଗୁ ଉତ୍ସବକୁ ମଧ୍ୟ ନିରାଡମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଡଭାଇଜରି ସତ୍ତ୍ୱେ କୌଣସି ଭକ୍ତ ବୃନ୍ଦାବନକୁ ଆସିବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ବିଭାଗକୁ ନିଜର ସ୍ବାସ୍ଥ୍ୟ ସମ୍ପର୍କିତ ସାର୍ଟିଫିକେଟ୍‌ ଦେବାକୁ ହେବ ଯେ, ସେମାନେ କୌଣସି ପ୍ରକାରର ସଂକ୍ରମଣର ଶିକାର ହୋଇନାହାନ୍ତି ବୋଲି।

ଭାରତ ସମେତ ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରଭାବ ବିସ୍ତାର କରିଚାଲିଛି। ଏହାକୁ ନେଇ ଏଥର ସବୁ ରାଜ୍ୟରେ ହୋଲି ଉତ୍ସବ ଧିମା ହୋଇଯାଉଛି। ମାନ୍ଦା ପଡିଯାଇଛି ରଙ୍ଗ ବଜାର। ତେବେ ଧୁମଧାମରେ ହୋଲି ପାଳନ ହେଉଥିବା ମଥୁରା, ବୃନ୍ଦାବନ, ହରିଦ୍ୱାର, ଋଷିକେଶ, କର୍ନାଟକର ହାମ୍ପି, ଅହମଦାବାଦ୍‌ ତଥା ମଣ୍ଡି ଆଦି ସ୍ଥାନରେ ଏଥର ଫଗୁ ଫିକା ପଡ଼ିଛି।
କର୍ନାଟକର ହାମ୍ପିରେ ବି ଏଥର ସବୁ ହୋଟେଲ୍‌ ବୁକିଂ କ୍ୟାନସେଲ୍‌ କରାଯାଉଛି। ପ୍ରାୟ ୧୦୦ରୁ ଅଧିକ ଦେଶରୁ ଲୋକ ଏଠାକୁ ହୋଲିରେ ଭାଗ ନେବାକୁ ଆସିଥାନ୍ତି। ସେହିପରି ଋଷିକେଶରେ ଥିବା ବିଦେଶୀ ଭକ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି। ଡାକ୍ତରମାନେ ଏଠାରେ ବିଦେଶୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ତେଣୁ ଏଥର ସବୁ ସ୍ଥାନରେ ଫଗୁ ଖେଳର ପରମ୍ପରା ଫିକା ପଡ଼ିଯାଇଛି।

ଅହମଦାବାଦରେ ରେନ୍‌ଡ୍ୟାନ୍ସ ବନ୍ଦ

ଗୁଜରାଟ ସମେତ ପୂରା ବିଶ୍ୱରେ କରୋନା ଭାଇରସର ପ୍ରଭାବ ବିସ୍ତାର କରି ଚାଲିଛି। ଏହାର ସିଧା ପ୍ରଭାବ ହୋଲି ଉପରେ ପଡିଛି। କରୋନା ଭାଇରସ୍‌ ସଂକ୍ରମଣ ହୋଲି ଦ୍ୱାରା ଅଧିକ ବ୍ୟାପିବାର ଆଶଙ୍କା ରହିଥିବାରୁ ସରକାର ଏଠାରେ ରେନ୍‌ଡ୍ୟାନ୍ସ ବନ୍ଦ କରିଦେଇଛନ୍ତିି। ଅହମଦାବାଦ ରାଜପଥ କ୍ଲବ୍‌ ଓ କର୍ଣ୍ଣାବତୀ କ୍ଲବ ସମେତ ଅନ୍ୟ କ୍ଲବ୍‌ଗୁଡିକରେ ହୋଲି ଅବସରରେ ରେନ୍‌ଡ୍ୟାନ୍ସ ତଥା ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କୁହାଯାଏ, ଏହି ରେନ୍‌ଡ୍ୟାନ୍ସରେ ଦେଶ ତଥା ବିଦେଶର ବହୁ ପର୍ଯ୍ୟଟକ ଭାଗନେଇଥାନ୍ତି। ସମସ୍ତେ ଏକାଠି ହୋଇ ଏଠାରେ ହାତ ମିଳାଇବା ସହ ରଙ୍ଗ ଖେଳନ୍ତି। ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥାନ୍ତି। ଏଣେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଉତ୍ସବକୁ ବନ୍ଦ କରାଯାଇଛି।

ମଣ୍ଡିରେ ଉଡିବନି ଅବିର

ହିମାଚଳପ୍ରଦେଶର ସାଂସ୍କୃତିକ ରାଜଧାନୀ ଛୋଟକାଶୀ କୁହାଯାଉଥିବା ମଣ୍ଡିର ଐତିହାସିକ ସେରି ମଞ୍ଚରେ ଏଥର ଅବିର ଉଡିବନି। କରୋନା ଭାଇରସ ସଂକ୍ରମଣ ବ୍ୟାପୁଥିବାରୁ ୯ ମାର୍ଚ୍ଚରେ ହେବାକୁ ଥିବା ରଙ୍ଗୋତ୍ସବ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ପ୍ରଶାସନ ଏହି ଖେଳ ଲାଗି ଅନୁମତି ଦେଇଥିଲେ ବି ଲୋକହିତକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ୨୦୦୩ରୁ ସେରି ମଞ୍ଚରେ ରଙ୍ଗ ଉତ୍ସବ ଆରମ୍ଭ ହୋଇ ୧୭ ବର୍ଷ ଧରି ଆୟୋଜିତ ହେଉଛି। ଏହି ଉତ୍ସବରେ ବାଦ୍ୟର ତାଳେ ତାଳେ ଲୋକମାନେ ଏଠାରେ ହୋଲି ମନାନ୍ତି। ଏଥିରେ ଭାଗ ନେବା ପାଇଁ ପଡୋଶୀ ରାଜ୍ୟ ପଞ୍ଜାବ, ଚଣ୍ଡିଗଡ ଓ ହରିୟାଣାରୁ ମଧ୍ୟ ଲୋକମାନେ ଆସିଥାନ୍ତି। ହଜାର ହଜାର ଲୋକଙ୍କ ଭିଡ ଭିତରେ ହୋଲି ଖେଳର ପରିବେଶ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଏଣୁ ଏଠାରେ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ପରିସ୍ଥିତ ଭାରି ସାଂଘାତିକ ହୋଇଯିବ। ଏଣୁ ସ୍ବାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଉତ୍ସବକୁ ବନ୍ଦ କରାଯାଇଛି। ମଣ୍ଡିର ହୋଲି ଉତ୍ସବ ପୂରା ନିଆରା। ଦେଶର ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ହୋଲିର ଗୋଟିଏ ଦିନ ପୂର୍ବରୁ ଏଠାରେ ଏହା ପାଳିତ ହୋଇଥାଏ। ସହରର ସବୁ ରାସ୍ତାରେ ଦଳ ଦଳ ହୋଇ ଲୋକମାନେ ହୋଲି ଖେଳନ୍ତି। ମହିଳାମାନେ ବି ଏହି ଦଳରେ ସାମିଲ ହୁଅନ୍ତି। କିନ୍ତୁ କୌଣସି ଅଜଣା ବ୍ୟକ୍ତିଙ୍କୁ ଏମାନେ ରଙ୍ଗ ଲଗାନ୍ତିନି। ଶିବରାତ୍ରି ପରେ ହୋଲି ପାଇଁ ରାଜଦେବତା ମାଧୋରାୟଙ୍କ ଶୋଭାଯାତ୍ରା ବାହାରିଥାଏ। ମଣ୍ଡିରେ ଶୋଭାଯାତ୍ରା ପ୍ରବେଶ କରିବା ସମୟରେ ଏଭଳି ଉତ୍ସବ ଧୁମଧାମରେ ପାଳନ କରାଯାଇଥାଏ। ଏହି ଶୋଭାଯାତ୍ରା ମଣ୍ଡି ଛାଡିବା ପରେ ହୋଲି ଖେଳ ଶେଷ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ଦୁନିଆର ସବୁଠୁ ଦାମୀ ରଙ୍ଗ: ଯାହା ସୁନା-ରୁପାଠାରୁ ଅଧିକ ମୂଲ୍ୟବାନ, ୧୦ ଗ୍ରାମ ବିକିଲେ କୋଟିପତି

ରଙ୍ଗର ପର୍ବ ହୋଲି। ଏହି ପର୍ବ ଆସିଲେ ସମସ୍ତେ ଉତ୍ସାହିତ ହୋଇଉଠନ୍ତି। ଲାଲ, ହଳଦିଆ, ସବୁଜ-ନୀଳ ଏବଂ ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ଲୋକପ୍ରିୟତା ହାସଲ...

ବଂଶୀ ବଜାଇଲେ ତେଜ ପ୍ରତାପ, ବିଦେଶୀଙ୍କ ସହ ନାଚିଲେ ରାଜନାଥ

ନୂଆଦିଲ୍ଲୀ,୮ା୩: ଆଜି ସାରା ଦେଶରେ ଜୋରଦାର ପାଳନ କରାଯାଇଛି ହୋଲି। ସମସ୍ତେ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମ ରାଜନେତାମାନେ।...

ହୋଲିରେ ମସ୍‌ଗୁଲ୍‌ ଗାଁଠୁ ସହର

ବାଲିଗୁଡ଼ା,୮ା୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ...

ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ

ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା,...

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା...

ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ...

୩ ଶହ ବର୍ଷର ପତିରାଜପୁର ଦୋଳମେଳନ

ଖଇରା, ୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପତିରାଜପୁରଠାରେ ୩ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ପ୍ରସିଦ୍ଧ ଦୋଳମେଳନ ଆରମ୍ଭକୁ ଆଉ ମାତ୍ର ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri