ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଗ୍ରାମବାସୀ, କମ୍ପାନୀ କର୍ମଚାରୀଙ୍କୁ ଛାଡ଼ିଲେନି ଭିତରକୁ

ଯୋଡ଼ା,୪ା୭(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣିର ଫାଟକରେ ତାଲା ପକାଇ ଯୋଡ଼ା ବସ୍ତିର ମୂଳ ଅଧିବାସୀମାନେ ଗୁରୁବାର ସକାଳୁ ଆନ୍ଦୋଳନରେ ବସିଛନ୍ତି ା କ୍ଷତିଗ୍ରସ୍ତ, ଜମିହରା ଗ୍ରାମବାସୀ ଫାଟକ ବନ୍ଦ କରିବାରୁ କମ୍ପାନୀ କର୍ମଚାରୀ ଓ ଠିକା କର୍ମଚାରୀମାନେ କାର୍ଯ୍ୟସ୍ଥଳକୁ ଯାଇ ନ ପାରି ଘରକୁ ଫେରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ଷତିଗ୍ରସ୍ତମାନେ ଚେତାବନୀ ଦେଇଛନ୍ତି। ଦୀର୍ଘବର୍ଷ ହେବ ଟାଟାଷ୍ଟିଲ ଗ୍ରାମବାସୀଙ୍କ ଜମିରେ ଖଣିଖନନ କରିଆସୁଥିଲେ ମଧ୍ୟ ଜମିହରାଙ୍କ ଦାବି ପ୍ରତି ଆଦୌ କର୍ଣ୍ଣପାତ କରୁନାହିଁ। ରାସ୍ତାଘାଟ, ଶ୍ମଶାନ ଜମି, ଜଙ୍ଗଲ ପରି ସମସ୍ତ ଅଞ୍ଚଳ ନିଜ ଅଧୀନରେ ରଖିଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମି ନେବା ସମୟରେ କମ୍ପାନୀ ପକ୍ଷରୁ ଗ୍ରାମବାସୀଙ୍କୁ ନିଯୁକ୍ତି ଦେବା ସହିତ ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲା ା ପରବର୍ତ୍ତୀ କମ୍ପାନୀ ନିଜ ଲିଜ୍‌ ଅଞ୍ଚଳ କହି ପାଚେରୀ ଘେରାଇଥିଲା। ଶ୍ମଶାନ ଜମିକୁ ନିଜ ଅକ୍ତିଆରକୁ ନେଇଯିବାରୁ ଗ୍ରାମବାସୀ ଶବଦାହ ପାଇଁ ଜାଗା ପାଉନାହାନ୍ତି। ଫଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ୨୦୦୦ ମସିହାରୁ ଜମିହରାମାନେ ଖଣିରେ ଠିକା କମ୍ପାନୀରେ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି, ଟାଟାଷ୍ଟିଲ ଡାକ୍ତରଖାନାରେ ମାଗଣା ଚିକିସତ୍ା ବ୍ୟବସ୍ଥା, ଚାଷଜମିର ପୁନରୁଦ୍ଧାର ଆଦି ଦାବି ନେଇ କମ୍ପାନୀ ଅଧିକାରୀଙ୍କ ସହିତ ଜିଲାପାଳ ଓ ଚମ୍ପୁଆ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ ଆସୁଛନ୍ତି ା ମାତ୍ର ଏ ଦିଗରେ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ମହିଳା ନେତ୍ରୀ ଉପମା ନାଏକ, ଅମୃତା ନାଏକ, ରୁକ୍ମିଣୀ ବେହେରା, ପୁଜୁନି ପାତ୍ର, କୁମାରୀ ନାଏକ, ସୁମାରୀ ନାଏକ, ଉମା ପାତ୍ର ପ୍ରମୁଖ କହିଛନ୍ତି ା ଏନେଇ ଟାଟାଷ୍ଟିଲ ଖଣିର ବରିଷ୍ଠ ଅଧିକାରୀ ବିଜୟେନ୍ଦ୍ର ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ଫଳପ୍ରଦ ହୋଇନାହିଁ ା ଏନେଇ ବିଜୟେନ୍ଦ୍ରଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। କେନ୍ଦୁଝର ଜିଲାର ଯୋଡା ଇଷ୍ଟ ଖଣିରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶରୁ କିଛି ଦିନ ହେଲା କିଛି ଯୁବକଙ୍କୁ ଡ୍ରାଇଭର ଓ ଅନ୍ୟ ପଦବୀରେ ଚାକିରି ମିଳିଥିବା ବେଳେ ସ୍ଥାନୀୟ ବେକାର ଯୁବତୀ ଓ ଯୁବକଙ୍କୁ କମ୍ପାନୀ ନିଯୁକ୍ତି ଦେଉନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri