Posted inଖେଳ

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ଫାଇନାଲରେ ମେରୀକମ୍‌, ବିଧୁରୀ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ବକ୍ସର ମେରୀକମ୍‌ ଓ ପୁରୁଷ ତାରକା ବକ୍ସର ଗୌରବ ବିଧୁରୀ ଫାଇନାଲରେ ପ୍ରବେଶ କରିଛନ୍ତି।
୬ଥର ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମେରୀକମ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜୟୀ ବିଧୁରୀ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ଏହି ଦୁଇ ବକ୍ସରଙ୍କୁ ବାଦ୍‌ ଦେଲେ ଅନ୍ୟ ୯ଜଣ ଭାରତୀୟ ବକ୍ସର ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇମାସ ତଳେ ଇଣ୍ଡିଆ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ମେରୀକମ୍‌ ୫୧ କେ.ଜି. ବର୍ଗରେ ଭିଏତ୍‌ନାମର ଆନ ଭୋ ଥି କିମ୍‌ଙ୍କୁ ସେମିଫାଇନାଲରେ ୩-୨ରେ ପରାସ୍ତ କରିଥିଲେ। ତେବେ ଏଥିପାଇଁ ମେରୀକମ୍‌ଙ୍କୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା। ରବିବାର ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲରେ ସେ ଅଷ୍ଟ୍ରେଲିଆର ଫ୍ରାଙ୍କ୍ସଙ୍କୁ ଭେଟିବେ।
ସେହିପରି ୫୬ କେ.ଜି. ବର୍ଗରେ ବିଧୁରୀ ୩-୨ରେ ଫିଲିପାଇନ୍ସର ଓଗାଇର ଜୁନମିଲାରଡୁଙ୍କୁ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଉଲାନବାତାର କପ୍‌୍‌ ସ୍ବର୍ଣ୍ଣପଦକ ବିଜୟୀ ଅଙ୍କୁଶ ଦହିୟା ୩-୨ରେ କୋରିଆର ଗିହେଅନ ୟୁଙ୍କୁ ୬୪ କେ.ଜି. ବର୍ଗରେ, ନୀରଜ ସ୍ବାମୀ ୩-୨ରେ ଇଣ୍ଡୋନେସିଆର ଲାଙ୍ଗୁ କୋରନେଲିସ୍‌ କେ.ଙ୍କୁ ହରାଇଛନ୍ତି।
ପୁରୁଷ ବିଭାଗରେ ଅନନ୍ତ ପ୍ରହଲ୍ଲାଦ ଚୋପାଡ ୫୨ କେ.ଜି. ବର୍ଗରେ ଶ୍ରୀଲଙ୍କାର ଧର୍ମସେନା ପିୟାଲଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଇଣ୍ଡିଆ ଓପନ୍‌ ଗୋଲ୍ଡ ମେଡାଲିଷ୍ଟ ଯମୁନା ବୋରୋ ୫୪ କେ.ଜି. ବର୍ଗରେ ୫-୦ରେ ଇଣ୍ଡୋନେସିଆର କାସ୍‌ ସେରଲିନ୍‌ ଏଲିନ ଲିଲିଓ୍ବାଟିଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ହାସଲ କରିଥିବା ସିମରନଜିତ କୌର ୬୦ କେ.ଜି. ବର୍ଗରେ ଓ ଗିବି ବକ୍ସିଂ ରୌପ୍ୟ ପଦକ ବିଜୟୀ ଦୀନେଶ ଡାଗର ୬୯ କେ.ଜି. ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ୪୮ କେ.ଜି. ବର୍ଗରେ ମୋନିକା ଇଣ୍ଡୋନେସିଆର ନିସ୍‌ ଆନ୍‌ଗେଲିଙ୍କୁ ୫-୦ରେ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri