ପ୍ରାଣୀ ମଣିଷର ଭିନ୍ନ ରୂପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ସବୁ ପ୍ରାଣୀ କ’ଣ ସମାନ? ହଁ, ମଣିଷ, ହାମରହେଡ୍‌ ପୋକ, ଶାମୁକା, କୁକୁଡ଼ା ଓ ଶାର୍କ: ସବୁ ପ୍ରାଣୀଙ୍କର ସମାନ ଆବେଗ, ଭୟ, ଲାଳସା ଓ ବୁଦ୍ଧି ରହିଛି। ତଥାପି ମଣିଷ କେତେକ ପ୍ରାଣୀଙ୍କୁ ମାରି ମାଂସ ଖାଉଛି, କେତେକଙ୍କୁ ନିଜର ମନୋରଞ୍ଜନ ବା କ୍ରୀଡ଼ା ପାଇଁ ମାରୁଛି, କେତେକଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ସହାୟକ ଉପକରଣ ଭାବେ ବ୍ୟବହାର କରୁଛି ବା ପିନ୍ଧୁଛି ଏବଂ କେତେକଙ୍କୁ କ୍ଷତିକାରକ କୀଟପତଙ୍ଗ ମନେକରି ଧ୍ୱଂସ କରିଦେଉଛି। ଯେଉଁ ମଣିଷ ପ୍ରାଣୀ ମାଂସ ଖାଏ, ସେ ଆଉ ଗୋଟିଏ ରୂପରେ ଥିବା ନିଜକୁ ହିଁ ଖାଏ। ତେଣୁ ତାକୁ କାନ୍ନିବାଲ ବା ନରମାଂସଭକ୍ଷୀ କହିଲେ ଭୁଲ୍‌ ହେବ ନାହିଁ। କାରଣ ପ୍ରତ୍ୟେକ ପ୍ରାଣୀ ମଣିଷର ଏକ ଭିନ୍ନ ରୂପ।
ଏଠାରେ ମୁଁ କିଛି ଗବେଷଣାଲବ୍ଧ ତଥ୍ୟ ପ୍ରକାଶ କରିବାକୁ ଯାଉଛି, ଯେଉଁଥିରୁ ମଣିଷ ଓ ଅନ୍ୟ ପ୍ରାଣୀଙ୍କ ଭିତରେ ଥିବା ସାଦୃଶ୍ୟ ଜଣାପଡ଼ିବ। * ଅନେକ ଲୋକ ସକାଳୁ ଉଠିବା ପାଇଁ ଏକ ଉଦ୍ଦୀପକ ପାନୀୟ ଭାବେ କଫି ପିଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ସ୍ମୃତିଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ସାଇନ୍ସ ପତ୍ରିକାରେ ପ୍ରକାଶିତ ରାଇଟ୍‌, ବେକର୍‌, ପାମର ପ୍ରଭୃତିଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାର ତଥ୍ୟ ଅନୁସାରେ ମହୁମାଛିମାନେ ମଧ୍ୟ ଟିକିଏ ସତେଜତା ପାଇବା ପାଇଁ କାଫିନ୍‌ (କଫିରେ ଥିବା ଉପାଦାନ)କୁ ପସନ୍ଦ କରନ୍ତି। ମହୁମାଛିମାନେ ଫୁଲରୁ ମହୁ (ପୁଷ୍ପମଧୁ) ସଂଗ୍ରହ କରନ୍ତି ଏବଂ ଏହା ମଧ୍ୟ ପରାଗସଙ୍ଗମରେ ସାହାଯ୍ୟ କରେ। ସାଇଟ୍ରସ୍‌ ଓ କଫି ପରି ଗଛର ଫୁଲରେ ଥିବା ପୁଷ୍ପମଧୁରେ ମହୁମାଛିଙ୍କୁ ଆକର୍ଷିତ କରିବା ପାଇଁ ଅଳ୍ପ ପରିମାଣର କାଫିନ୍‌ ଥାଏ। ଫଳରେ ମହୁମାଛିମାନେ ଏହି ଫୁଲକୁ ବାରମ୍ବାର ଆସନ୍ତି। କାଫିନ୍‌ର ଗନ୍ଧକୁ ସେମାନେ ତିନିଦିନ ପରେ ବି ମନେରଖିଥାନ୍ତି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ନିଜର ପ୍ରଜନନକୁ ସଫଳ କରିବା ପାଇଁ ଏହି ଚତୁର ଫୁଲଗୁଡ଼ିକ ମହୁମାଛିଙ୍କ ପାଇଁ ଆକର୍ଷଣ ସୃଷ୍ଟିକାରୀ କାଫିନ୍‌ଯୁକ୍ତ ପୁଷ୍ପମଧୁ ସାଇତି ରଖିଥାନ୍ତି। ଫୁଲରେ ଏହି କାଫିନ୍‌ ମଧ୍ୟ ଆଉ ଗୋଟିଏ କାମ କରେ- ଏହା କ୍ଷତିକାରକ କୀଟପତଙ୍ଗଙ୍କୁ ଦୂରେଇ ରଖେ।
* ଆଗରୁ ବିଚାର କରାଯାଉଥିଲା ଯେ ଘରଚଟିଆମାନେ ହେଉଛନ୍ତି ଏକଗାମୀ। କିନ୍ତୁ ଗବେଷକମାନେ ୨୦୦ ପୁରୁଷ ଓ ୧୯୪ଟି ମାଈ ଘରଚଟିଆଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ, ଯାହାର ଫଳାଫଳ ଆମେରିକାନ୍‌ ନ୍ୟାଚୁରାଲିଷ୍ଟ ପତ୍ରିକାରେ ପ୍ରକାଶ ପାଇଛି। ସେମାନେ ୩୧୩ଟି ଏକଗାମୀ ଯୋଡ଼ିଙ୍କୁ ନେଇଥିଲେ ଏବଂ ଲଣ୍ଡିରେ ୮୬୩ଟି ଅଣ୍ଡା ଫୁଟାଇଥିଲେ। କେତେକ ଘରଚଟିଆଙ୍କ ବିଚ୍ଛେଦ ଘଟିଥିଲା। କିନ୍ତୁ ଅଧିକାଂଶ ବିଚ୍ଛେଦ ଜୀବନସାଥୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ପରେ ଘଟିଥିଲା। ତେବେ ଅଳ୍ପ କିଛି ମାଈ ଘରଚଟିଆ ତାଙ୍କ ପୁରୁଷ ସାଥୀକୁ ଧୋକା ଦେଇ ଅନ୍ୟ ପୁରୁଷ ସାଥୀ ବାଛିଥିଲେ। ସେମାନେ ସ୍ବଭାବତଃ ବାଛବିଚାରହୀନ ଥିଲେ। ଯେଉଁ କ୍ଷେତ୍ରରେ ନିଜର ପୁରୁଷ ସାଥୀଟି ଅପେକ୍ଷା ଅନ୍ୟ ଜଣେ ଅଧିକ ଯୋଗ୍ୟ ସାଥୀ ମିଳୁଥିଲା ସେହି କ୍ଷେତ୍ରରେ ଏପରି ଘଟୁଥିଲା। କିନ୍ତୁ ଗବେଷକମାନେ କହିଛନ୍ତି ଯେ, ଏପରି ପ୍ରତାରଣା କ୍ଷେତ୍ରରେ ପୁରୁଷ ସାଥୀଟି ଛୁଆମାନଙ୍କୁ କମ୍‌ ଖାଦ୍ୟ ଖାଇବାକୁ ଦେଉଥିଲା। ଯଦି ସେହି ପୁରୁଷ ସାଥୀଟି ଭାବୁଥିଲା ଏହି ଛୁଆମାନଙ୍କ ମଧ୍ୟରୁ ସବୁ ଛୁଆ ତା’ର ନୁହନ୍ତି, ସେତେବେଳେ ସେ କମ୍‌ ଖାଇବାକୁ ଦେବାକୁ ନିଷ୍ପତ୍ତି ନେଉଥିଲା। ସାଥୀଙ୍କ ବ୍ୟବହାରକୁ ଦେଖି ପୁରୁଷମାନେ ସେମାନଙ୍କ ବ୍ୟବହାର ବଦଳାଉଥିଲେ। ପୁରୁଷମାନେ ଲକ୍ଷ୍ୟ କରୁଥିଲେ ତାଙ୍କ ଜୀବନସାଥୀ କେତେ ସମୟ ବାହାରେ ରହୁଛି, ସେଥିରୁ ସେମାନେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ।
* କେବଳ କ’ଣ ଟିନ୍‌ଏଜ୍‌ର ପିଲାମାନେ ସାଥୀ ମେଳରେ ଡ୍ରଗ୍‌ ସେବନ କରିଥାନ୍ତି? ଗବେଷଣାରୁ ଜଣାପଡ଼ିଛି ଯେ ତରୁଣ ଡଲ୍‌ଫିନ୍‌ମାନେ ଏକ ପ୍ରକାର ପଫର ମାଛକୁ ରଗେଇଦିଅନ୍ତି, ଯାହାଫଳରେ ସେ ଏକ ପ୍ରକାର ଆତ୍ମରକ୍ଷାକାରୀ ରାସାୟନିକ ନିର୍ଗତ କରେ। ଏହା ହେଉଛି ଏକ ପ୍ରକାର ନର୍ଭ ଟକ୍ସିନ୍‌। ଏହି ଟକ୍ସିନ୍‌କୁ ଅଳ୍ପ ମାତ୍ରାରେ ଗ୍ରହଣ କରି ଯୁବ ଡଲ୍‌ଫିନ୍‌ମାନେ ନିଶାଗ୍ରସ୍ତ ହୋଇଯାନ୍ତି।
* ନର୍ଥଆମ୍ପଟନ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଗାଈମାନଙ୍କର ବେଷ୍ଟ ଫ୍ରେଣ୍ଡ୍‌ (ସବୁଠୁ ଭଲ ସାଙ୍ଗ) ଥାଆନ୍ତି। ଗବେଷଣା ସମୟରେ ଗାଈମାନଙ୍କୁ ୩୦ ମିନିଟ୍‌ ବ୍ୟବଧାନରେ ଦୁଇଥର ଏକ ସ୍ଥାନରେ ଆବଦ୍ଧ ରଖାଗଲା। ପ୍ରଥମ ଥର ତାଙ୍କର ବେଷ୍ଟ ଫ୍ରେଣ୍ଡ୍‌ ସହିତ ଏବଂ ଦ୍ୱିତୀୟ ଥର ଅନ୍ୟ ଏକ ଅଜଣା ଗାଈ ସହିତ। ଉଭୟ ସ୍ଥିତିରେ ସେମାନଙ୍କ ହୃତ୍‌ସ୍ପନ୍ଦନ ମପାଗଲା। ଦେଖାଗଲା ଯେ ବେଷ୍ଟ ଫ୍ରେଣ୍ଡ୍‌ ସହ ଥିଲା ବେଳେ ଗାଈର ହୃତ୍‌ସ୍ପନ୍ଦନ କମ୍‌ ରହୁଛି ବା ସେ କମ୍‌ ଚାପଯୁକ୍ତ ରହୁଛି। ଅଜଣା ଗାଈ ସହ ଥିଲାବେଳେ ସେ ଅଧିକ ଚାପଯୁକ୍ତ ରହୁଛି। ଏଥିରୁ ଜଣାପଡ଼ୁଛି ଯେ ଗାଈମାନଙ୍କର ନିର୍ଦ୍ଦିଷ୍ଟ ଗାଈ ପ୍ରତି ଅଧିକ ଭଲ ପାଇବା ବା ବେଷ୍ଟ ଫ୍ରେଣ୍ଡ୍‌ ଥାଏ, ଠିକ୍‌ ମଣିଷ ପରି। ବେଷ୍ଟ ଫ୍ରେଣ୍ଡ୍‌ ସହ ଥିଲାବେଳେ ସେମାନେ କେବଳ ଶାନ୍ତ ରହନ୍ତିନି, ଅଧିକ ସ୍ମାର୍ଟ ବି ଥାନ୍ତି। ୨୦୧୪ରେ ବ୍ରିଟିଶ୍‌ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ବାଛୁରିମାନେ ବେଷ୍ଟ ଫ୍ରେଣ୍ଡ୍‌ ସହ ଥିଲାବେଳେ ଅଧିକ କୌଶଳ ପ୍ରଦର୍ଶନ କରିପାରନ୍ତି, ଏକାକୀ ଥିଲାବେଳେ ସେପରି କରିପାରନ୍ତିନି।
* ମଣିଷ କ’ଣ କେବଳ ଜୁଆ ଖେଳେ? ପାରାମାନେ ବି ମଣିଷ ପରି ଜୁଆ ଖେଳନ୍ତି। କେଣ୍ଟୁକି ବିଶ୍ୱବିଦ୍ୟାଳୟରେ ଏ ସମ୍ପର୍କରେ ଏକ ଗବେଷଣା କରାଯାଇଥିଲା। ପାରାମାନଙ୍କୁ କେତେକ ଲାଇଟ୍‌କୁ ଖୁମ୍ପିବାକୁ ଦିଆଗଲା। ଗୋଟିଏ ଲାଇଟ୍‌କୁ ଖୁମ୍ପିଲେ ସେମାନଙ୍କୁ କିଛି ସମୟ ପରେ ଅଳ୍ପ ଓ ଆଉ ଏକ ଲାଇଟ୍‌କୁ ଖୁମ୍ପିଲେ ସେମାନଙ୍କୁ କିଛି ଅଧିକ ସମୟ ପରେ ଅଧିକ ଖାଦ୍ୟ ଦାନା ମିଳୁଥିଲା କିମ୍ବା କିଛି ଖାଦ୍ୟ ଦାନା ମିଳୁ ନ ଥିଲା। କିନ୍ତୁ ପାରାମାନେ ସେହି ଲାଇଟ୍‌କୁ ଖୁମ୍ପିବାକୁ ପସନ୍ଦ କଲେ, ଯେଉଁଥିରେ ସେମାନଙ୍କୁ ଅଧିକ ଖାଦ୍ୟଦାନା ମିଳିବ କିମ୍ବା ଭୁଲ୍‌ଭାଲ୍‌ ହେଲେ କିଛି ଖାଦ୍ୟ ମିଳିବ ନାହିଁ। ଏହି ଆଲୁଅକୁ ଖୁମ୍ପିବା ଏକ ଜୁଆ ଖେଳ ପରି ଥିଲା। ଦେଖାଗଲା ୮୨ ପ୍ରତିଶତ ପାରା ପୋଖତ ଜୁଆଡ଼ି ବନିଗଲେ।
* ପ୍ରତିବର୍ଷ ଶୀତଋତୁରେ ହଜାର ହଜାର ଜ୍ୟାଣ୍ଟ ଅଷ୍ଟ୍ରେଲିଆନ୍‌ କଟ୍‌ଲଫିଶ୍‌ ଉକ୍ତ ମହାଦେଶର ଦକ୍ଷିଣ ଉପକୂଳରେ ମେଟିଂ ପାଇଁ ଏକତ୍ରିତ ହୁଅନ୍ତି। ମାଈ କଟ୍‌ଲଫିଶ୍‌ଙ୍କ ସହ ମେଟିଂ ପାଇଁ ପୁରୁଷମାନଙ୍କ ଭିତରେ ତୀବ୍ର ପ୍ରତିଯୋଗିତା ହୁଏ। ଗୋଟିଏ ମାଈ ପାଇଁ ହାରାହାରି ଚାରିଜଣ ଓ ବେଳେ ବେଳେ ଏଗାର ଜଣ ପୁରୁଷଙ୍କ ଭିତରେ ଲଢ଼େଇ ହୁଏ। ଯେଉଁ ବଳବାନ୍‌ ପୁରୁଷ ଲଢ଼େଇରେ ଜିତେ ସେ ମେଟିଂର ସୁଯୋଗ ପାଏ। କିନ୍ତୁ ଦୁର୍ବଳମାନେ କ’ଣ ଛାଡ଼ିଦିଅନ୍ତି? ସେମାନେ ରଙ୍ଗ ବଦଳାଇ ମାଈ କଟ୍‌ଲଫିଶ୍‌ ଭାବରେ ଛଦ୍ମବେଶରେ ରହନ୍ତି। ସେମାନେ ଲୁଚି ଲୁଚି ମାଈମାନେ ରହୁଥିବା ପଥରତଳକୁ ଯାଇ ଜଣକୁ ଗର୍ଭବତୀ କରି ଚାଲିଯାନ୍ତି। ରାଜକୀୟ ରାଣୀ ଅନ୍ତଃପୁରରେ ନାରୀମାନଙ୍କ ସଙ୍ଗଲାଭ ପାଇଁ ହିଞ୍ଜଡ଼ାଙ୍କ ଛଦ୍ମବେଶରେ ପୁରୁଷମାନେ ଯିବା କଥା ଆମେ ପୁରାଣ ଓ ଇତିହାସରେ ପଢ଼ିଛୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri