ପ୍ରାଣୀ ମଣିଷର ଭିନ୍ନ ରୂପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ସବୁ ପ୍ରାଣୀ କ’ଣ ସମାନ? ହଁ, ମଣିଷ, ହାମରହେଡ୍‌ ପୋକ, ଶାମୁକା, କୁକୁଡ଼ା ଓ ଶାର୍କ: ସବୁ ପ୍ରାଣୀଙ୍କର ସମାନ ଆବେଗ, ଭୟ, ଲାଳସା ଓ ବୁଦ୍ଧି ରହିଛି। ତଥାପି ମଣିଷ କେତେକ ପ୍ରାଣୀଙ୍କୁ ମାରି ମାଂସ ଖାଉଛି, କେତେକଙ୍କୁ ନିଜର ମନୋରଞ୍ଜନ ବା କ୍ରୀଡ଼ା ପାଇଁ ମାରୁଛି, କେତେକଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ସହାୟକ ଉପକରଣ ଭାବେ ବ୍ୟବହାର କରୁଛି ବା ପିନ୍ଧୁଛି ଏବଂ କେତେକଙ୍କୁ କ୍ଷତିକାରକ କୀଟପତଙ୍ଗ ମନେକରି ଧ୍ୱଂସ କରିଦେଉଛି। ଯେଉଁ ମଣିଷ ପ୍ରାଣୀ ମାଂସ ଖାଏ, ସେ ଆଉ ଗୋଟିଏ ରୂପରେ ଥିବା ନିଜକୁ ହିଁ ଖାଏ। ତେଣୁ ତାକୁ କାନ୍ନିବାଲ ବା ନରମାଂସଭକ୍ଷୀ କହିଲେ ଭୁଲ୍‌ ହେବ ନାହିଁ। କାରଣ ପ୍ରତ୍ୟେକ ପ୍ରାଣୀ ମଣିଷର ଏକ ଭିନ୍ନ ରୂପ।
ଏଠାରେ ମୁଁ କିଛି ଗବେଷଣାଲବ୍ଧ ତଥ୍ୟ ପ୍ରକାଶ କରିବାକୁ ଯାଉଛି, ଯେଉଁଥିରୁ ମଣିଷ ଓ ଅନ୍ୟ ପ୍ରାଣୀଙ୍କ ଭିତରେ ଥିବା ସାଦୃଶ୍ୟ ଜଣାପଡ଼ିବ। * ଅନେକ ଲୋକ ସକାଳୁ ଉଠିବା ପାଇଁ ଏକ ଉଦ୍ଦୀପକ ପାନୀୟ ଭାବେ କଫି ପିଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ସ୍ମୃତିଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ସାଇନ୍ସ ପତ୍ରିକାରେ ପ୍ରକାଶିତ ରାଇଟ୍‌, ବେକର୍‌, ପାମର ପ୍ରଭୃତିଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାର ତଥ୍ୟ ଅନୁସାରେ ମହୁମାଛିମାନେ ମଧ୍ୟ ଟିକିଏ ସତେଜତା ପାଇବା ପାଇଁ କାଫିନ୍‌ (କଫିରେ ଥିବା ଉପାଦାନ)କୁ ପସନ୍ଦ କରନ୍ତି। ମହୁମାଛିମାନେ ଫୁଲରୁ ମହୁ (ପୁଷ୍ପମଧୁ) ସଂଗ୍ରହ କରନ୍ତି ଏବଂ ଏହା ମଧ୍ୟ ପରାଗସଙ୍ଗମରେ ସାହାଯ୍ୟ କରେ। ସାଇଟ୍ରସ୍‌ ଓ କଫି ପରି ଗଛର ଫୁଲରେ ଥିବା ପୁଷ୍ପମଧୁରେ ମହୁମାଛିଙ୍କୁ ଆକର୍ଷିତ କରିବା ପାଇଁ ଅଳ୍ପ ପରିମାଣର କାଫିନ୍‌ ଥାଏ। ଫଳରେ ମହୁମାଛିମାନେ ଏହି ଫୁଲକୁ ବାରମ୍ବାର ଆସନ୍ତି। କାଫିନ୍‌ର ଗନ୍ଧକୁ ସେମାନେ ତିନିଦିନ ପରେ ବି ମନେରଖିଥାନ୍ତି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ନିଜର ପ୍ରଜନନକୁ ସଫଳ କରିବା ପାଇଁ ଏହି ଚତୁର ଫୁଲଗୁଡ଼ିକ ମହୁମାଛିଙ୍କ ପାଇଁ ଆକର୍ଷଣ ସୃଷ୍ଟିକାରୀ କାଫିନ୍‌ଯୁକ୍ତ ପୁଷ୍ପମଧୁ ସାଇତି ରଖିଥାନ୍ତି। ଫୁଲରେ ଏହି କାଫିନ୍‌ ମଧ୍ୟ ଆଉ ଗୋଟିଏ କାମ କରେ- ଏହା କ୍ଷତିକାରକ କୀଟପତଙ୍ଗଙ୍କୁ ଦୂରେଇ ରଖେ।
* ଆଗରୁ ବିଚାର କରାଯାଉଥିଲା ଯେ ଘରଚଟିଆମାନେ ହେଉଛନ୍ତି ଏକଗାମୀ। କିନ୍ତୁ ଗବେଷକମାନେ ୨୦୦ ପୁରୁଷ ଓ ୧୯୪ଟି ମାଈ ଘରଚଟିଆଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ, ଯାହାର ଫଳାଫଳ ଆମେରିକାନ୍‌ ନ୍ୟାଚୁରାଲିଷ୍ଟ ପତ୍ରିକାରେ ପ୍ରକାଶ ପାଇଛି। ସେମାନେ ୩୧୩ଟି ଏକଗାମୀ ଯୋଡ଼ିଙ୍କୁ ନେଇଥିଲେ ଏବଂ ଲଣ୍ଡିରେ ୮୬୩ଟି ଅଣ୍ଡା ଫୁଟାଇଥିଲେ। କେତେକ ଘରଚଟିଆଙ୍କ ବିଚ୍ଛେଦ ଘଟିଥିଲା। କିନ୍ତୁ ଅଧିକାଂଶ ବିଚ୍ଛେଦ ଜୀବନସାଥୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ପରେ ଘଟିଥିଲା। ତେବେ ଅଳ୍ପ କିଛି ମାଈ ଘରଚଟିଆ ତାଙ୍କ ପୁରୁଷ ସାଥୀକୁ ଧୋକା ଦେଇ ଅନ୍ୟ ପୁରୁଷ ସାଥୀ ବାଛିଥିଲେ। ସେମାନେ ସ୍ବଭାବତଃ ବାଛବିଚାରହୀନ ଥିଲେ। ଯେଉଁ କ୍ଷେତ୍ରରେ ନିଜର ପୁରୁଷ ସାଥୀଟି ଅପେକ୍ଷା ଅନ୍ୟ ଜଣେ ଅଧିକ ଯୋଗ୍ୟ ସାଥୀ ମିଳୁଥିଲା ସେହି କ୍ଷେତ୍ରରେ ଏପରି ଘଟୁଥିଲା। କିନ୍ତୁ ଗବେଷକମାନେ କହିଛନ୍ତି ଯେ, ଏପରି ପ୍ରତାରଣା କ୍ଷେତ୍ରରେ ପୁରୁଷ ସାଥୀଟି ଛୁଆମାନଙ୍କୁ କମ୍‌ ଖାଦ୍ୟ ଖାଇବାକୁ ଦେଉଥିଲା। ଯଦି ସେହି ପୁରୁଷ ସାଥୀଟି ଭାବୁଥିଲା ଏହି ଛୁଆମାନଙ୍କ ମଧ୍ୟରୁ ସବୁ ଛୁଆ ତା’ର ନୁହନ୍ତି, ସେତେବେଳେ ସେ କମ୍‌ ଖାଇବାକୁ ଦେବାକୁ ନିଷ୍ପତ୍ତି ନେଉଥିଲା। ସାଥୀଙ୍କ ବ୍ୟବହାରକୁ ଦେଖି ପୁରୁଷମାନେ ସେମାନଙ୍କ ବ୍ୟବହାର ବଦଳାଉଥିଲେ। ପୁରୁଷମାନେ ଲକ୍ଷ୍ୟ କରୁଥିଲେ ତାଙ୍କ ଜୀବନସାଥୀ କେତେ ସମୟ ବାହାରେ ରହୁଛି, ସେଥିରୁ ସେମାନେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ।
* କେବଳ କ’ଣ ଟିନ୍‌ଏଜ୍‌ର ପିଲାମାନେ ସାଥୀ ମେଳରେ ଡ୍ରଗ୍‌ ସେବନ କରିଥାନ୍ତି? ଗବେଷଣାରୁ ଜଣାପଡ଼ିଛି ଯେ ତରୁଣ ଡଲ୍‌ଫିନ୍‌ମାନେ ଏକ ପ୍ରକାର ପଫର ମାଛକୁ ରଗେଇଦିଅନ୍ତି, ଯାହାଫଳରେ ସେ ଏକ ପ୍ରକାର ଆତ୍ମରକ୍ଷାକାରୀ ରାସାୟନିକ ନିର୍ଗତ କରେ। ଏହା ହେଉଛି ଏକ ପ୍ରକାର ନର୍ଭ ଟକ୍ସିନ୍‌। ଏହି ଟକ୍ସିନ୍‌କୁ ଅଳ୍ପ ମାତ୍ରାରେ ଗ୍ରହଣ କରି ଯୁବ ଡଲ୍‌ଫିନ୍‌ମାନେ ନିଶାଗ୍ରସ୍ତ ହୋଇଯାନ୍ତି।
* ନର୍ଥଆମ୍ପଟନ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଗାଈମାନଙ୍କର ବେଷ୍ଟ ଫ୍ରେଣ୍ଡ୍‌ (ସବୁଠୁ ଭଲ ସାଙ୍ଗ) ଥାଆନ୍ତି। ଗବେଷଣା ସମୟରେ ଗାଈମାନଙ୍କୁ ୩୦ ମିନିଟ୍‌ ବ୍ୟବଧାନରେ ଦୁଇଥର ଏକ ସ୍ଥାନରେ ଆବଦ୍ଧ ରଖାଗଲା। ପ୍ରଥମ ଥର ତାଙ୍କର ବେଷ୍ଟ ଫ୍ରେଣ୍ଡ୍‌ ସହିତ ଏବଂ ଦ୍ୱିତୀୟ ଥର ଅନ୍ୟ ଏକ ଅଜଣା ଗାଈ ସହିତ। ଉଭୟ ସ୍ଥିତିରେ ସେମାନଙ୍କ ହୃତ୍‌ସ୍ପନ୍ଦନ ମପାଗଲା। ଦେଖାଗଲା ଯେ ବେଷ୍ଟ ଫ୍ରେଣ୍ଡ୍‌ ସହ ଥିଲା ବେଳେ ଗାଈର ହୃତ୍‌ସ୍ପନ୍ଦନ କମ୍‌ ରହୁଛି ବା ସେ କମ୍‌ ଚାପଯୁକ୍ତ ରହୁଛି। ଅଜଣା ଗାଈ ସହ ଥିଲାବେଳେ ସେ ଅଧିକ ଚାପଯୁକ୍ତ ରହୁଛି। ଏଥିରୁ ଜଣାପଡ଼ୁଛି ଯେ ଗାଈମାନଙ୍କର ନିର୍ଦ୍ଦିଷ୍ଟ ଗାଈ ପ୍ରତି ଅଧିକ ଭଲ ପାଇବା ବା ବେଷ୍ଟ ଫ୍ରେଣ୍ଡ୍‌ ଥାଏ, ଠିକ୍‌ ମଣିଷ ପରି। ବେଷ୍ଟ ଫ୍ରେଣ୍ଡ୍‌ ସହ ଥିଲାବେଳେ ସେମାନେ କେବଳ ଶାନ୍ତ ରହନ୍ତିନି, ଅଧିକ ସ୍ମାର୍ଟ ବି ଥାନ୍ତି। ୨୦୧୪ରେ ବ୍ରିଟିଶ୍‌ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ବାଛୁରିମାନେ ବେଷ୍ଟ ଫ୍ରେଣ୍ଡ୍‌ ସହ ଥିଲାବେଳେ ଅଧିକ କୌଶଳ ପ୍ରଦର୍ଶନ କରିପାରନ୍ତି, ଏକାକୀ ଥିଲାବେଳେ ସେପରି କରିପାରନ୍ତିନି।
* ମଣିଷ କ’ଣ କେବଳ ଜୁଆ ଖେଳେ? ପାରାମାନେ ବି ମଣିଷ ପରି ଜୁଆ ଖେଳନ୍ତି। କେଣ୍ଟୁକି ବିଶ୍ୱବିଦ୍ୟାଳୟରେ ଏ ସମ୍ପର୍କରେ ଏକ ଗବେଷଣା କରାଯାଇଥିଲା। ପାରାମାନଙ୍କୁ କେତେକ ଲାଇଟ୍‌କୁ ଖୁମ୍ପିବାକୁ ଦିଆଗଲା। ଗୋଟିଏ ଲାଇଟ୍‌କୁ ଖୁମ୍ପିଲେ ସେମାନଙ୍କୁ କିଛି ସମୟ ପରେ ଅଳ୍ପ ଓ ଆଉ ଏକ ଲାଇଟ୍‌କୁ ଖୁମ୍ପିଲେ ସେମାନଙ୍କୁ କିଛି ଅଧିକ ସମୟ ପରେ ଅଧିକ ଖାଦ୍ୟ ଦାନା ମିଳୁଥିଲା କିମ୍ବା କିଛି ଖାଦ୍ୟ ଦାନା ମିଳୁ ନ ଥିଲା। କିନ୍ତୁ ପାରାମାନେ ସେହି ଲାଇଟ୍‌କୁ ଖୁମ୍ପିବାକୁ ପସନ୍ଦ କଲେ, ଯେଉଁଥିରେ ସେମାନଙ୍କୁ ଅଧିକ ଖାଦ୍ୟଦାନା ମିଳିବ କିମ୍ବା ଭୁଲ୍‌ଭାଲ୍‌ ହେଲେ କିଛି ଖାଦ୍ୟ ମିଳିବ ନାହିଁ। ଏହି ଆଲୁଅକୁ ଖୁମ୍ପିବା ଏକ ଜୁଆ ଖେଳ ପରି ଥିଲା। ଦେଖାଗଲା ୮୨ ପ୍ରତିଶତ ପାରା ପୋଖତ ଜୁଆଡ଼ି ବନିଗଲେ।
* ପ୍ରତିବର୍ଷ ଶୀତଋତୁରେ ହଜାର ହଜାର ଜ୍ୟାଣ୍ଟ ଅଷ୍ଟ୍ରେଲିଆନ୍‌ କଟ୍‌ଲଫିଶ୍‌ ଉକ୍ତ ମହାଦେଶର ଦକ୍ଷିଣ ଉପକୂଳରେ ମେଟିଂ ପାଇଁ ଏକତ୍ରିତ ହୁଅନ୍ତି। ମାଈ କଟ୍‌ଲଫିଶ୍‌ଙ୍କ ସହ ମେଟିଂ ପାଇଁ ପୁରୁଷମାନଙ୍କ ଭିତରେ ତୀବ୍ର ପ୍ରତିଯୋଗିତା ହୁଏ। ଗୋଟିଏ ମାଈ ପାଇଁ ହାରାହାରି ଚାରିଜଣ ଓ ବେଳେ ବେଳେ ଏଗାର ଜଣ ପୁରୁଷଙ୍କ ଭିତରେ ଲଢ଼େଇ ହୁଏ। ଯେଉଁ ବଳବାନ୍‌ ପୁରୁଷ ଲଢ଼େଇରେ ଜିତେ ସେ ମେଟିଂର ସୁଯୋଗ ପାଏ। କିନ୍ତୁ ଦୁର୍ବଳମାନେ କ’ଣ ଛାଡ଼ିଦିଅନ୍ତି? ସେମାନେ ରଙ୍ଗ ବଦଳାଇ ମାଈ କଟ୍‌ଲଫିଶ୍‌ ଭାବରେ ଛଦ୍ମବେଶରେ ରହନ୍ତି। ସେମାନେ ଲୁଚି ଲୁଚି ମାଈମାନେ ରହୁଥିବା ପଥରତଳକୁ ଯାଇ ଜଣକୁ ଗର୍ଭବତୀ କରି ଚାଲିଯାନ୍ତି। ରାଜକୀୟ ରାଣୀ ଅନ୍ତଃପୁରରେ ନାରୀମାନଙ୍କ ସଙ୍ଗଲାଭ ପାଇଁ ହିଞ୍ଜଡ଼ାଙ୍କ ଛଦ୍ମବେଶରେ ପୁରୁଷମାନେ ଯିବା କଥା ଆମେ ପୁରାଣ ଓ ଇତିହାସରେ ପଢ଼ିଛୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?