Posted inଫୁରସତ

ପ୍ରାକୃତିକ ପରିବେଶ ମୋତେ ବିଭୋର କରେ

ବରଗଡ଼ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ। ୨୦୧୪ରୁ ସେ ଏହି ପଦବୀରେ ଅବସ୍ଥାପିତ। ୨୦୧୫ରୁ ତତ୍କାଳୀନ ଜିଲାପାଳ ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତଭାବେ ଜିଲା ସଂସ୍କୃତି ଅଧିକାରୀ ଦାୟିତ୍ୱ ସେ ସମ୍ଭାଳିଛନ୍ତି। ଜିଲାରେ ଏହି ଉଭୟ ପଦବୀରେ ଜଣେ ମହିଳା ଅଧିକାରୀଭାବେ ଅବସ୍ଥାପିତ ଦାଶଙ୍କ କଥା ଏଥରର ନିଜକଥା ସ୍ତମ୍ଭରେ..।

ଆପଣଙ୍କ ସକାଳ କେମିତି ଆରମ୍ଭ ହୁଏ ?
*ସକାଳ ୫ଟାରୁ ଶଯ୍ୟାତ୍ୟାଗ କରେ। ସୂର୍ଯ୍ୟଙ୍କ ଦର୍ଶନ ସହ ଆରମ୍ଭ ହୁଏ ଦିନଚର୍ଯ୍ୟା। ନିତ୍ୟକର୍ମ ସହ ଗୃହକର୍ମ ପରେ ପୂଜା ଆରମ୍ଭ କରେ। ଜଳଖିଆ ଖାଇ ସାରିବା ପରେ ଅଫିସ ଆସେ।
କେଉଁ ଖାଦ୍ୟ ଖାଇବାକୁ ଆପଣ ପସନ୍ଦ କରନ୍ତି?
*ମୁଁ ଶାକାହାରୀ। ବାହାର ଖାଦ୍ୟକୁ ଆଦୌ ପସନ୍ଦ କରେ ନାହିଁ।
ପ୍ରଥମ ଦରମା କ’ଣ କରିଥିଲେ ?
*ସର୍ଭିସ କଲାବେଳେ ମୁଁ କେଉଁଝର ଜିଲା ଆନନ୍ଦପୁରସ୍ଥିତ ଯୁଗ ନିର୍ମାଣ ସଂଗଠନ, ଓଡ଼ିଶା ଗାୟତ୍ରୀ ଆଶ୍ରମରେ ରହୁଥିଲି। କେବଳ ପ୍ରଥମ ଦରମା ନୁହେଁ, ଚାକିରି ଆରମ୍ଭରୁ ୨୦୦୧ ମସିହା ପର୍ଯ୍ୟନ୍ତ ମୋର ଦରମାରୁ ନିଜ ଖର୍ଚ୍ଚ ପାଇଁ ମାତ୍ର ୧ ହଜାର ଟଙ୍କା ହାତରେ ରଖି ବଳକା ଟଙ୍କା ସେହି ଆଶ୍ରମ ଖର୍ଚ୍ଚରେ ବିନିଯୋଗ କରି ଆସିଥିଲି।
ଆପଣଙ୍କ ସଉକ କ’ଣ ?
*ବହି ପଢ଼ିବା, କବିତା ଲେଖିବା, ବୁଲାବୁଲି କରି ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ ମୁଁ ଭଲ ପାଏ।
ସିନେମା ଦେଖନ୍ତି କି ?
* ବେଳେବେଳେ ସିନେମା ଦେଖେ। ହେଲେ ଗୀତ ଶୁଣିବାକୁ ବହୁତ ଭଲ ପାଏ।
ସ୍ବାମୀଙ୍କ କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ ?
*ସ୍ବାମୀଙ୍କ ପଢ଼ିବା, ଲେଖାଲେଖି ପ୍ରତି ଆଗ୍ରହକୁ ମୁଁ ଭଲ ପାଏ।
 ଏକ ସରକାରୀ ସ୍କୁଲ୍‌କୁ ୧ ଲକ୍ଷ ଟଙ୍କା ଦାନ କରି ଆପଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି, ଏ ସମ୍ପର୍କରେ କ’ଣ କହିବେ ?
* ମା’ଯମୁନା ଦାଶଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ନାମରେ ମୁଁ ଆନନ୍ଦପୁର ସରକାରୀ ବାଳିକା ହାଇସ୍କୁଲରେ ଛାତ୍ରୀ କମନ ରୁମ୍‌ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଓ ଗରିବ ଛାତ୍ରୀଙ୍କୁ ପ୍ରତିବର୍ଷ ମେଧାବୃତ୍ତି ଦେବା ପାଇଁ ଆହୁରି ୨୫ହଜାର ଟଙ୍କା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri