Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ପ୍ୟାଣ୍ଟଶାର୍ଟ କିଣିଥିଲି: ଶିକ୍ଷାବିତ୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗାଁର ଏକ ପ୍ରତିଷ୍ଠିତ ପରିବାରରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋଦାବରୀଶ ବିଦ୍ୟାପୀଠରେ ପଢ଼ି ୧୯୬୩ରେ ଏକାଦଶ ଶ୍ରେଣୀ ପାସ୍‌ କରିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ ୨ବର୍ଷ ପଢ଼ିବା ପରେ କଟକ ଖ୍ରୀଷ୍ଟ କଲେଜରେ ଓଡ଼ିଆ ଅନର୍ସ ରଖି ବି.ଏ. ପଢ଼ିଲି। ଏହାପରେ ରେଭେନ୍‌ଶାରେ ଏମ୍‌.ଏ. କଲି। ଏମ୍‌.ଏ. ପାସ୍‌ କରିବାର ମାତ୍ର ୨୦ ଦିନ ଭିତରେ ମୋତେ ରେଭେନ୍‌ଶା କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଗଲା। ୧୯୬୯ ନଭେମ୍ବର ମାସରୁ ମୋ ଚାକିରି ଜୀବନ ଆରମ୍ଭ ହୋଇଥିଲା। ମୂଳଦରମା ସହ ମହଙ୍ଗା ଭତ୍ତା ମିଶିକି ସେତେବେଳେ ୪୦୬ ଟଙ୍କା ଦରମା ମିଳୁଥିଲା। ଆମେ ୯ ଭାଇଭଉଣୀ ( ୫ ଭାଇ ଓ ୪ ଭଉଣୀ)ଙ୍କ ମଧ୍ୟରେ ମୁଁ ଥିଲି ୭ମ ନମ୍ବରରେ। ଆମ ଘରର ଚଳଣି ବି ସ୍ବଚ୍ଛଳ ଥିଲା। ତେଣୁ ମୋ ଦରମା ଟଙ୍କା ପ୍ୟାଣ୍ଟଶାର୍ଟ କିଣା ଓ ସାଙ୍ଗସାଥୀଙ୍କ ସହ ଖାଇବାପିଇବାରେ ଖର୍ଚ୍ଚ ହେଉଥିଲା। ଏମିତି ଦେଢ ବର୍ଷ ରେଭେନ୍‌ଶାରେ ରହିବା ପରେ ଭଦ୍ରକ କଲେଜକୁ ମୋର ବଦଳି ହେଲା। ହେଲେ ସେଠାରେ ମାତ୍ର କିଛି ବର୍ଷ ଅଧ୍ୟାପନା କରିବା ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ମୋତେ ନିଯୁକ୍ତି ମିଳିଗଲା। ସେଠାରେ କ୍ରମେ ଅଧ୍ୟାପକରୁ ପ୍ରାଧ୍ୟାପକ ଆଉ ପ୍ରଫେସର୍‌ ଭାବେ ପ୍ରମୋଶନ ପାଇ ଶେଷରେ ୨୦୧୦ ଅକ୍ଟୋବର ୩୧ରେ ଚାକିରିରୁ ଅବସର ନେଇଥିଲି। ଏଠାରେ ମୁଁ ଦୀର୍ଘ ୩୬ ବର୍ଷ ଅଧ୍ୟାପନା କରିଥିଲି। ଆଉ ତା’ରି ଭିତରେ ‘ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ୱନି’ ଉପରେ ଥେସିସ୍‌ ଲେଖି ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୮ରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିବା ସହ ‘ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେତନା’ ଉପରେ ରିସର୍ଚ୍ଚ କରି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ୧୯୯୨ରେ ଡି.ଲିଟ୍‌ ପାଇଥିଲି। ଏ ତ ଥିଲା ମୋ ପାଠପଢ଼ା ଓ ଚାକିରି ଜୀବନ କଥା। ଏହାବାଦ୍‌ ଲେଖାଲେଖିରେ ବି ମୋର ରୁଚି ରହିଛି। ସ୍କୁଲ୍‌ ପଢ଼ା ସମୟରୁ କବିତା ଲେଖୁଥିଲି। କିନ୍ତୁ ଚାକିରି କରିବା ପରେ କବିତା ସହିତ ସମାଲୋଚନା ଭିତ୍ତିକ ଲେଖା, ନାଟକ, ପ୍ରବନ୍ଧ ତଥା ଅନୁବାଦ କରିବା ଆରମ୍ଭ କଲି। ଫଳରେ ୨୦ଟି ସମାଲୋଚନା ଭିତ୍ତିକ ପୁସ୍ତକ, ୧୦ଟି କବିତା ସଂକଳନ, ୧୦ଟି ଅନୁବାଦ ପୁସ୍ତକ ଓ ୨୫ଟି ନାଟ୍ୟପୁସ୍ତକ ମୋର ପ୍ରକାଶ ପାଇସାରିଛି। ତନ୍ମଧ୍ୟରୁ ”ଭୀମ ଭୋଇଙ୍କ ସନ୍ଧାନରେ, ସ୍ବର୍ଗାରୋହଣ, ମୁଣ୍ଡ ଉପରେ ଛାତ, କଲୁରୀ ବେଣ୍ଟ, ସତ୍ୟ ସଂଶୟ ସାଲବେଗ“ ଇତ୍ୟାଦି ନାଟ୍ୟପୁସ୍ତକକୁ ଆଧାର କରି କେତେକ ସ୍ଥାନରେ ନାଟକ ପରିବେଷଣ ମଧ୍ୟ ହୋଇଛି। ସେହିପରି ମୋର କବିତା ସଂକଳନ ଭିତରେ ”ନୀଳ ଚନ୍ଦନର ଭୁଲ୍‌ ଠିକଣା, ସମ୍ବୋଧନ ହୀନ, ନିର୍ବୋଧ ଲୋକର ପୃଥିବୀ, ଅଚାନକ ବୃହନଳା, ଇତିହାସ ଲେଖିବାର ମୁହୂର୍ତ୍ତ, ସମୁଦ୍ର ନିରୁତ୍ତର, ଆଉ ଗୋଟିଏ ଜନ୍ମର ଅପେକ୍ଷା, ସୌନ୍ଦର୍ଯ୍ୟ ଖୋଜି ଖୋଜି ଈଶ୍ୱର“ ଇତ୍ୟାଦି ହେଉଛି ଅନ୍ୟତମ। ଏହି ଲେଖାଲେଖି ପାଇଁ ମୋତେ ଅନେକ ପୁରସ୍କାର ଓ ସମ୍ମାନ ବି ମିଳିଛି। ଯେମିତିକି: ପ୍ରବନ୍ଧ ଓ ସମାଲୋଚନା ଭିତ୍ତିକ ଲେଖା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଝଙ୍କାର ପୁରସ୍କାର ଓ ନାଟକ ପାଇଁ ଜଷ୍ଟିସ୍‌ ହରିହର ମହାପାତ୍ର ବିଷୁବ ପୁରସ୍କାର, ପ୍ରବନ୍ଧ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ନାଟକ ପାଇଁ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ଓ ଆକାଶବାଣୀ କଟକ ପୁରସ୍କାର, କବିତା ପାଇଁ ଜୀବନ ରଙ୍ଗ ପୁରସ୍କାର ଓ ଗଙ୍ଗାଧର ରଥ ଫାଉଣ୍ଡେଶନ ତରଫରୁ ଭାନୁଜୀ ରାଓ କବିତା ପୁରସ୍କାର ଇତ୍ୟାଦି ଥିଲା ପ୍ରମୁଖ। ସେହିପରି ସାମଗ୍ରିକ କୃତି ପାଇଁ ଶାରଳା ସାହିତ୍ୟ ସଂସଦ ତରଫରୁ ମିଳିଛି ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ, ଯାହା ମୋତେ ଅନେକ ଖୁସି ଆଣି ଦେଇଛି। ତେବେ ଲେଖାଲେଖିର ଧାରା ମୋର ଏବେ ବି ଜାରି ରହିଛି। ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ମଧ୍ୟ ମୋ ଲେଖା ବାହାରୁଛି। ବିଶେଷକରି ପୂଜା ବିଶେଷାଙ୍କରେ ମୋର ଅନେକ ଲେଖା ପ୍ରକାଶ ପାଉଛି। ଲେଖାଲେଖି ସହିତ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ତଥା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ସେମିନାରରେ ଯୋଗଦେବାକୁ ଅତିଥି ଭାବେ ଆମନ୍ତ୍ରିତ ହୋଇ ବି ଯାଉଛି। ଭଗବାନଙ୍କ କୃପାରୁ ଆଜିଯାଏଁ ସବୁ ଠିକ୍‌ଠାକ୍‌ ଚାଲିଛି ଆଉ ଆଗକୁ ବି ଏମିତି ସବୁ ଭଲ ରହିବ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?