Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ନୂଆ ପ୍ୟାଣ୍ଟ ଶାର୍ଟ କିଣିଥିଲି: ଡ.ଶ୍ୟାମସୁନ୍ଦର ରଥ

ପୁରୀ ଜିଲ୍ଲା ଗୌଡବାଡ ସାହିରେ ମୋ ଜନ୍ମ। ଏସ୍‌ ସିଏସ୍‌ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରି ବାଣୀବିହାରରେ ଏମ୍‌.ଏ ପଢିବାକୁ ଆଡମିସନ୍‌ ନେଇଥିଲି। କିନ୍ତୁ ଯେହେତୁ ମୁଁ କଲେଜ କ୍ୟାରିୟରରେ ଓ୍ବେଟ୍‌ ଲିଫ୍ଟିଂରେ ୩ଥର ଗୋଲ୍ଟ ମେଡାଲ୍‌ ପାଇବା ସହ ୟୁର୍ନିଭସିଟି କ୍ୟାପଟେନ୍‌ ଥିଲି। ତା’ସହିତ ଅଲ୍‌ ଇଣ୍ଡିଆ ଇଣ୍ଟର ୟୁର୍ନିଭସିଟି ଓ୍ବେଟ୍‌ ଲିଫ୍ଟିଂ କମ୍ପିଟିଶନରେ ୫ଥର ଭାଗ ନେଇଥିଲି, ତେଣୁ ସେହି ଲାଇନ୍‌ ରେ କ୍ୟାରିୟର କଲେ ଭଲ ସଫଳତା ମିଳିବ ବୋଲି ମୋର ଜଣେ ସମ୍ପର୍କୀୟ ମାମୁଁ ରଘୁନାଥ ସାହୁ କହିବାରୁ ଏମ୍‌. ଏ ପଢ଼ା ଅଧାରୁ ଛାଡିଦେଲି। ଆଉ ଗ୍ବାଲିୟର୍‌ ଯାଇ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକାଲ୍‌ ଏଜୁକେସନରୁ ଫିଜିକାଲ୍‌ ଏଜୁକେସନରେ ଏମ୍‌.ଏ କଲି। ତା’ପରେ ପଟିଆଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସରୁ ଓ୍ବେଟ୍‌ ଲିଫ୍ଟିଂରେ ଡିପ୍ଲୋମା କୋର୍ସ ସାରିଲି। ଏହି କୋର୍ସ ସମାପ୍ତ ପରେ ମୋର ଉଚ୍ଚ ଅଭିଳାଷା ଥିଲା ସ୍ପୋଟର୍‌ସ ଅଥୋରିଟି ଅଫ୍‌ ଇଣ୍ଡିଆରେ କୋଚ୍‌ ଭାବେ ଜଏନ୍‌ କରିବାକୁ। କିନ୍ତୁ ସେହି ସୂଯୋଗ ମୋତେ ମିଳିଲା ନାହିଁ। ତେଣୁ ଆଶା ମୋର ମଉଳି ଗଲା। ସେହି ଅଭିମାନରେ ମୁଁ ଆଉ ଷ୍ଟେଟ୍‌ ଗଭର୍ନମେଣ୍ଟରେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଲି ନାହିଁ। ତା’ ବଦଳରେ ବିଭିନ୍ନ ବେସରକାରୀ ସଂସ୍ଥାରେ କାମ କରିବାକୁ ଲାଗିଲି। ପ୍ରଥମେ ଖୋର୍ଦ୍ଧା ଗୁରୁଜଙ୍ଗରେ ଥିବା ଶିକ୍ଷକ ମହାସଂଘ ଇନଷ୍ଟିଚ୍ୟୁଟ ଅଫ୍‌ ଏଜୁକେସନରେ ଫିଜିକାଲ୍‌ ଏଜୁକେସନର ଆଧ୍ୟାପକ ଭାବେ ଜଏନ୍‌ କଲି। ସେଠି ମୋତେ ୭୮୭ ଟଙ୍କା ୫୦ ପଇସା ଦରମା ମିଳିଲା, ଯାହାକି ଥିଲା ମୋର ପ୍ରଥମ ରୋଜଗାର। ଘରର ଚଳଣି ଭଲ ଥିବାରୁ ମୋ ଦରମା ଟଙ୍କା ଘରେ କିଛି ଆବଶ୍ୟକ ହେଲା ନାହିଁ। ତେଣୁ ସେହି ଟଙ୍କାରେ ନିଜ ପାଇଁ କିଛି ହଳ ନୂଆ ପ୍ୟାଣ୍ଟସାର୍ଟ ଓ ଜୋତା କିଣିବା ସହ ଘର ପାଇଁ ମିଠା କିଣିଥିଲି। ଆଉ ବାକି ଟଙ୍କାରେ ସାଙ୍ଗମାନଙ୍କ ସହ ଭୋଜି କରିଥିଲି। ଏହି ଇନଷ୍ଟିଚ୍ୟୁଟରେ କିଛିଦିନ ଅଧ୍ୟାପକ ଓ ପରେ ପ୍ରିନ୍ସିପାଲ୍‌ ଦାୟିତ୍ୱ ସମ୍ଭାଳିବା ପରେ ଓଡିଶା ସମରକଳା ଏକାଡେମୀରେ ବି ଅଳ୍ପଦିନ ପ୍ରିନ୍ସିପାଲ୍‌ ଦାୟିତ୍ୱରେ ରହିଥିଲି। ଆଉ ତା’ରି ଭିତରେ ହିଁ ଓଡ଼ିଆ ସମରକଳା ଉପରେ ପିଏଚଡି କାମ ଆରମ୍ଭ କରି ଦେଇଥିଲି। ତା’ସହିତ ଫିଜିକାଲ୍‌ ଏଜୁକେସନରେ ନେଟ୍‌ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲି। ଏହାପରେ କିଛିଦିନ ଓଡିଶାରେ ଯେତେକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଥିଲା, ତା’ର ପ୍ରାନ୍ତ ଶାରୀରିକ ଶିକ୍ଷା ବିଶେଷଜ୍ଞ ଭାବେ କାର୍ଯ୍ୟ କରିବା ପରେ ଲୁଧିଆନା ଯାଇ ସେଠାକାର ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ଥିବା ହେଲ୍‌ଥ କ୍ଲବର ମ୍ୟାନେଜର ଦାୟିତ୍ୱରେ ରହିଲି। କିଛିଦିନ ପରେ ପୁଣି ଓଡିଶା ଫେରିଆସି ଭୂବନେଶ୍ୱରର ଏକ ଇଂଜିନିୟରିଂ କଲେଜରେ ୧୦ ବର୍ଷ ସ୍ପୋଟର୍‌ସ ଅଫିସର ଓ ପରେ ପ୍ରମୋସନ ପାଇ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ୱରେ ରହିଥିଲି। ତା’ପରେ ବାଲିଆପାଳ କଲେଜ ଅଫ୍‌ ଫିଜିକାଲ୍‌ ଏଜୁକେସନରେ ୭/୮ ମାସ ଆସୋସିଏଟ୍‌ ପ୍ରଫେସର ରହି ଗୋଆ ଗଲି ଆଉ ସେଠାକାର ଏକ କଲେଜର ଫିଜିକାଲ୍‌ ଏଜୁକେସନ ଡିପାର୍ଟମେଣ୍ଟରେ ଆସୋସିଏଟ୍‌ ପ୍ରଫେସର ଓ ଏଚ୍‌ଓଡି ଦାୟିତ୍ୱରେ ରହିଲି। ଆଉ ଏବେ ମୁଁ ନ୍ୟାସନାଲ ସ୍ପୋଟର୍‌ସ ୟୁର୍ନିଭସିଟି ଇମ୍ଫାଲରେ ସ୍ପୋଟର୍‌ସ କୋଚିଂ ଡିପାର୍ଟମେଣ୍ଟର ଆସୋସିଏଟ୍‌ ପ୍ରଫେସର ଓ ଏଚ୍‌ଓଡି ଦାୟିତ୍ୱ ସମ୍ଭାଳୁ ଅଛି। ଏଥିସହିତ ଫିଜିକାଲ୍‌ ଏଜୁକେସନ ଉପରେ ଦେଶବିଦେଶରେ ଅନେକ ସେମିନାର୍‌ ପ୍ରେଜେଣ୍ଟେଶନ କରି ବହୁ ସମ୍ମାନିତ ଓ ପ୍ରଶଂସିତ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri