ପ୍ରତିଭା ଥାଇ ମିଳୁନି ସୁଯୋଗ

କପ୍ତିପଦା, ୨୮।୯ (ଡି଼.ଏନ୍‌.ଏ.)-ଜଣେ ଯୁବ ମାରାଥନ ଦୌଡାଳି ଭାବେ ବେଶ୍‌ ପରିଚିତ ସତ୍ୟଜିତ ମହାନ୍ତି। ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଅଞ୍ଚଳ ସମେତ ଜିଲା, ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମାରାଥନ ଦୌଡରେ ଭାଗ ନେଇ ପୁରସ୍କୃତ ହୋଇ ଅନେକ ମାନପତ୍ର ଓ ପୁରସ୍କାର ଲାଭ କରି କପ୍ତିପଦା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତାଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ଏବେ ଉନ୍ନତ କୋଚିଂ ନେବା ଭଳି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ ସରକାରୀ ସ୍ତରରେ କୌଣସି ପ୍ରୋସତ୍ାହନ ମିଳୁ ନ ଥିବାରୁ ସେ ରାଜ୍ୟ ଏବଂ ରାଜ୍ୟ ବାହାରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରୁ ନ ଥିବା କହିଛନ୍ତି।
ସତ୍ୟଜିତ୍‌ଙ୍କ ଘର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଜାମବଣୀ ପଞ୍ଚାୟତ ଧୂମକ୍ଷେତ ଗ୍ରାମରେ । ପିତା ଗଜେନ୍ଦ୍ର ମହାନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ପରିବାରରେ ସବା ସାନପୁଅ ସତ୍ୟଜିତଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ତାଙ୍କୁ ଯଥାସାଧ୍ୟ ଉତ୍ସାହିତ କରିଥିଲେ। ହେଲେ ଆର୍ଥିକ ଅନଟନ ସ୍ଥିତି ତାଙ୍କୁ ପରେ ପଛକୁ ଟାଣି ଧରିଛି। ଜଣେ ମାରାଥନ ଦୌଡାଳି ଭାବେ ପରିଚିତି ହାସଲ କରିବା ସତ୍ତ୍ୱେ ସତ୍ୟଜିତ ଏହି ପେସାରୁ କ୍ରମେ ଅବ୍ୟାହତି ନେବାକୁ ବସିଛନ୍ତି ା
ସେ କହନ୍ତି, ତାଙ୍କ ଗରିବ ପରିବାରର ଏବେ ଅନ୍ନ ଚିନ୍ତାରେ ଘାରି ହେଉଛନ୍ତି। ଏପରି ସ୍ଥଳେ କ୍ରୀଡ଼ାଭ୍ୟାସ ଲାଗି ପରିବାରଠାରୁ କୌଣସି ସହାୟତା ଆଶା ନ ରଖି ନିଜେ ଅସହାୟ ହୋଇପଡିଛନ୍ତି। ବିଭିନ୍ନ ରାଜ୍ୟରେ ହେବାକୁ ଥିବା ମାରାଥନ ଦୌଡ ପ୍ରତିଯୋଗିତାରେ ଭାଗ ନେବା ସକାଶେ ତାଙ୍କର ଇଚ୍ଛା ଶକ୍ତି ଥିଲେ ବି ଏଥିରେ ଅର୍ଥ ବାଧକ ସାଜିଛି। ଏପରି କି ମାରାଥନ ଡ୍ରେସ କିଣିବା ପାଇଁ ସେ ସକ୍ଷମ ହେଉ ନ ଥିବା କହିଛନ୍ତି ା
କୁଣ୍ଡାବାଇ ରୁହିଦାସ ସୋରେନ କଲେଜରେ ସତ୍ୟଜିତ ପାଠ ପଢି ଗତ ୪ବର୍ଷ ତଳେ କଳାଛାତ୍ର ଭାବେ ଅଧ୍ୟୟନ ଶେଷ କରିଛନ୍ତି। ପିଲାଦିନରୁ ଦୌଡିବା ଥିଲା ତାଙ୍କର ପୁରୁଣା ଅଭ୍ୟାସ ା ସେଥିପାଇଁ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଦୌଡ ପ୍ରତିଯୋଗିତାରେ ସେ ଭାଗ ନେଉଥିଲେ। ବିଭିନ୍ନ ପ୍ରତିଯୋଗିତାରେ ମିଳିଥିବା ସଫଳତା ଓ ପୁରସ୍କାର ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥିଲା। ରୁହିଦାସ ସୋରେନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଗିରି ତାଙ୍କ ପ୍ରତିଭାକୁ ଚିହ୍ନି ସହଯୋଗ ଓ ଉସତ୍ାହ ଯୋଗାଇଥିଲେ। ଏଥିଲାଗି ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପାରିଥିଲେ। ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୧୦ହଜାର ମିଟର ଦୌଡ, ପାରାଦୀପ ପୋର୍ଟ ସ୍ପୋର୍ଟସ୍‌ କାଉନସିଲ ଆନୁକୂଲ୍ୟରେ ୧୨କି.ମି. ଦୌଡ, ଏମିଟି କୋଲକାତା ହାଫ୍‌ ମାରାଥନ ଦୌଡରେ ୨୧କି.ମି., ସବେଦା ବାଗାନ କ୍ଲବ ବେହଲା, କୋଲକତା ଆନୁକୂଲ୍ୟରେ ୧୨କି.ମି. ଏବଂ ନିଜ ମହାବିଦ୍ୟାଳୟ ପକ୍ଷରୁ କପ୍ତିପଦାଠାରୁ ବାଲିଯୋଡା ପଯର୍‌ୟନ୍ତ ଦୀର୍ଘ ୪୪କି.ମି. ଦୌଡରେ ଅଂଶଗ୍ରହଣ କରି ବିଭିନ୍ନ ପୁରସ୍କାର ଓ ମାନପତ୍ର ପାଇପାରିଛନ୍ତି। ୨୦୧୩ ଡିସେମ୍ବର ୫ ତାରିଖରେ ସେ କପ୍ତିପଦା ବ୍ଲକ ଅଧୀନ ବୃନ୍ଦାଗଡି ଛକଠାରୁ କୁଣ୍ଡାବାଇ କଲେଜ ଦୀର୍ଘ ୧୩ କିମି ରାସ୍ତାକୁ ୫୮ ମିନିଟରେ ଅତିକ୍ରମ କରିଥିଲେ। ଏସବୁ ସତ୍ତ୍ୱେ ସରକାରୀ ପ୍ରୋସତ୍ାହନ ନ ମିଳିବା ଏବଂ କୋଚିଂ ସୁବିଧାର ଅଭାବ ତାଙ୍କ ପ୍ରତିଭା ବିକାଶରେ ବାଧକ ସାଜିଛି ା ଉପଯୁକ୍ତ ତାଲିମ ଓ ଚିକିସତ୍ା ସୁବିଧା ପାଇପାରୁ ନ ଥିବାରୁ ସେ ଅନ୍ୟ ପ୍ରତିଯୋଗିତାରେ ଭାଗ ନେଇ ପାରୁନାହାନ୍ତି। ଏଭଳି ଜଣେ ଯୁବ ପ୍ରତିଭା ବଣ ମଲ୍ଲୀ ଭଳି ବଣରେ ଫୁଟି ମଉଳି ଯିବାପୂର୍ବରୁ ପ୍ରଶାସନ ଓ କ୍ରୀଡା ବିଭାଗ ଦୃଷ୍ଟି ଦେଲେ ମୟୂରଭଞ୍ଜ ଭଳି ଆଦିବାସୀ ଇଲାକାରେ ଜଣେ ପ୍ରତିଭାବାନ ମାରାଥନ ଦୌଡାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇ ପାରନ୍ତେ ବୋଲି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?