Posted inଭଦ୍ରକ

ପ୍ରକୃତି ବନ୍ଧୁ ବିଦ୍ୟାଳୟ

ଭଦ୍ରକ ସହର ଉପକଣ୍ଠ ତ୍ରିଶଳପୁରଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ପାଲଟିଛି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ। ସ୍କୁଲ ହତା ମଧ୍ୟରେ ସୁନ୍ଦର ଘାସଗାଲିଚା ସହ ଫୁଲ ବଗିଚା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପ୍ରକାର ଫୁଲଗଛ ବଗିଚାରେ ସ୍ଥାନ ପାଇଛି। ଦୂରରୁ ଦେଖିଲେ ଏହା ଏକ ଆଧୁନିକ ପାର୍କର ଭ୍ରମ ସୃଷ୍ଟି କରିଥାଏ। ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ବିଦ୍ୟାଳୟରେ ଶିକ୍ଷା ବାତାବରଣ ଓ ପରିବେଶ ନିଆରା ବୋଲି ବାରି ହୋଇପଡ଼େ। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୨ ଶହ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୧୧ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ୨୦୧୫ରେ ଏହି ବିଦ୍ୟାଳୟକୁ ମିଳିଥିଲା ପ୍ରକୃତି ବନ୍ଧୁ ରାଜ୍ୟସ୍ତରୀୟ ପୁରସ୍କାର। ୨୦୧୬ରେ ରାଜ୍ୟସ୍ତରୀୟ ବେଷ୍ଟ ସିସିଏଚ୍‌(କୁକ୍‌ କମ୍‌ ହେଲ୍‌ପର) ଓ ୨୦୧୭ରେ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇ ଅଞ୍ଚଳର ଗୌରବ ବଢ଼ାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ଖୁଣ୍ଟିଆ ୨୦୧୭ରେ ପ୍ରକୃତି ବନ୍ଧୁ, ସ୍ବଚ୍ଛ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ରାଷ୍ଟ୍ର ନିର୍ମାଣ, ସବୁଜଶ୍ରୀ, ଉତ୍କଳକେଶରୀ, ଜିଲା ଆଦର୍ଶ ଶିକ୍ଷୟିତ୍ରୀ ଷ୍ଟେଟ୍‌ ଆୱାର୍ଡ ଆଦି ଲାଭ କରିଛନ୍ତି। ବିଭିନ୍ନ ସମୟରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ, କମିଶନର, ଏଜୁକେଶନ ଡାଇରେକ୍ଟର, ଓପେପା ଡେପୁଟି ଡାଇରେକ୍ଟର, ଦିଲ୍ଲୀ ସେଣ୍ଟ୍ରାଲ ଏମ୍‌ଡିଏମ୍‌ ଟିମ୍‌ର ଡାଇରେକ୍ଟର ପ୍ରମୁଖ ବହୁ ବିଭାଗୀୟ ଅଧିକାରୀ ଏହି ବିଦ୍ୟାଳୟ ପରିଦର୍ଶନ କରି ଏହାକୁ ପ୍ରଶଂସା କରି ଯାଇଛନ୍ତି।
ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା କହନ୍ତି, ୧୯୯୪ ମସିହାରୁ ଦୀର୍ଘ ୨୬ ବର୍ଷ ଧରି ସେ ଶିକ୍ଷକତା କରିଆସୁଛନ୍ତି। ଆଗରୁ ବିଦ୍ୟାଳୟ ଏକ ଝାଟିମାଟିର ଚାଳଘରେ ଚାଲୁଥିଲା। କବାଟ ଝରକା ନ ଥିଲା। ଗୋଟିଏ ଶ୍ରେଣୀଗୃହରେ ୫ଟି କ୍ଲାସ୍‌ର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଥିଲା। କ୍ରମେ ବିଦ୍ୟାଳୟର ରୂପ ଓ ଏହାର ପରିବେଶ ବଦଳିବାରୁ ସମ୍ପ୍ରତି ଏହା ଜିଲା ଶିକ୍ଷା ବିଭାଗର ପ୍ରଥମ ପସନ୍ଦ ତାଲିକାରେ ରହିଛି। ସ୍ଥାନୀୟ ଗ୍ରାମବାସୀ କୁହନ୍ତି, ବିଦ୍ୟାଳୟର ଅବସ୍ଥା ଭଲ ନ ଥିବାବେଳେ ଅସୁରା ଗ୍ରାମର ସାମାଜିକ କର୍ମୀ ମଦନ ମୋହନ ପରିଡ଼ା ଓ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏହାର ପାଚେରି ନିର୍ମାଣ କରାଯାଇ କେତେକ ଗଛ ଲଗାଯାଇଥିଲା। ପ୍ରାୟ ଏକ ଏକର ହତା ପରିସରରେ ଏବେ ବିଭିନ୍ନ କିସମର ଫୁଲ ଓ ଫଳ ବଗିଚା ସୃଷ୍ଟି କରାଯାଇଛି। ଏଥିସହ ମଧ୍ୟାହ୍ନଭୋଜନ ପାଇଁ ପରିବା ଚାଷ କରାଯାଉଛି। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ବଗିଚାର ସୁରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଉପତ୍ାଦିତ ପରିବା ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ପାଇଁ ବ୍ୟବହାର କରାଯାଉଛି। ସରକାରୀ ମଧ୍ୟାହ୍ନଭୋଜନ ତାଲିକାକୁ ବାଦ୍‌ ଦେଇ ଏହି ସ୍କୁଲରେ ପିଲାଙ୍କୁ ସାଲାଡ୍‌ ସାଙ୍ଗକୁ ଭଜା, ଶାଗ ଓ ଅନ୍ୟାନ୍ୟ କିସମର ଖାଦ୍ୟ ଖାଇବାକୁ ମିଳୁଛି। ବେଳେବେଳେ ଛାତ୍ରୀଛାତ୍ର ଫୁଲ ଓ ପରିବା ଗଛରେ ପାଣି ଦେବା ସହ ଏହାର ଯତ୍ନ ନେଇଥାନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବଗିଚା ଓ ପରିବା ବାଡ଼ିର ଯତ୍ନ ନେବା ଲାଗି ସ୍କୁଲ ସମୟ ବ୍ୟତୀତ ୨ ଘଣ୍ଟା ସମୟ ଦିଅନ୍ତି। ଗ୍ରୀଷ୍ମଛୁଟି ବେଳେ ସେ ନିଜ ହାତରୁ ପାରିଶ୍ରମିକ ଦେଇ ଗଁାର ଜଣେ ବ୍ୟକ୍ତିଙ୍କୁ ଜଗାରଖା ପାଇଁ ନିୟୋଜିତ କରିଥାନ୍ତି। ପ୍ରତିବର୍ଷ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ନାଟକ ମଞ୍ଚସ୍ଥ ହେବା ସହ ପତ୍ରିକା ଉନ୍ମୋଚିତ ହୋଇଥାଏ। ରକ୍ତଦାନ ଶିବିର ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri