ପ୍ରକଳ୍ପ ପିଛା ଲକ୍ଷାଧିକ ଆତ୍ମସାତ

ଯାଜପୁର ଅଫିସ,୯ା୨: ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ପାନୀୟ ଜଳ ସୁବିଧାକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନସ୍ତରରେ ନଳକୂପ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ପାଇପ ଜଳଯୋଗାଣର ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱରା ଗୋଟିଏ ପ୍ରକଳ୍ପ ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନର ହରିଲୁଟ ମନୋଭାବ ଯୋଗୁ ଅନେକ ସ୍ଥାନରେ ସୌରଚାଳିତ ପାନୀୟ ଜଳପ୍ରକଳ୍ପ ଲୋକଙ୍କୁ ମାସେ ବି ଜଳଯୋଗାଇ ପାରିନାହିଁ। ଏପରି କି ପ୍ରକଳ୍ପ ପିଛା ଲକ୍ଷାଧିକ ଟଙ୍କାର ଆତ୍ମସାତ ହୋଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ୮ଟି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ମରାମତି ଓ ପୁନଃରୁଦ୍ଧାର ପାଇଁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଦୁଇ ଦିନ ତଳେ ଜିଲାର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଠାରେ ବିଡ଼ମ୍ବନା ଯେ, ନିଜର କାର୍ଯ୍ୟଦକ୍ଷତା ବଞ୍ଚାଇବାକୁ ଯାଇ ଜିଲାରେ ଶତାଧିକ ସୌରଚାଳିତ ପ୍ରକଳ୍ପ ଅଚଳ ହୋଇଥିଲେ ହେଁ ମାତ୍ର ୮ଟି ପ୍ରକଳ୍ପ ଅଚଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯାହାକି ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଦେଇଥିବା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି। ବାସ୍ତବ ସ୍ଥିିତି ଅନୁଧ୍ୟାନ କଲେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଝାଲଶୁଖା, ରଥିଆ, କାନପୁର, ବଡବାରିସାହି, ଚକ୍ରଡା, ଫାଜିଲପୁର, ମିର୍ଜାପୁର, ଅଚ୍ୟୁତପୁର, ଡେରାବର କଣ୍ଟିଗଡିଆ, ମଣିନାଥପୁର, ବୃନ୍ଦାଦେଇପୁର, ବିଛାଖଣ୍ଡି, ପୋଟୁଅ ଇତ୍ୟାଦି ପ୍ରାୟ ୪୦ଟି ପ୍ରକଳ୍ପ ଲୋକଙ୍କୁ ପାନୀୟ ଜଳଯୋଗାଣରେ ନିୟମିତ ଭାବେ ଲାଗି ପାରୁନାହିଁ। ଜିଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଶତାଧିକ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲେ ହେଁ ତାର ମରାମତି ଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଲୋକଙ୍କୁ ସହଜରେ ପାନୀୟ ଜଳଯୋଗାଇ ଦେବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜାତୀୟ ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ (ଏନ୍‌ଆର୍‌ଡିଡବ୍ଲ୍ୟୁପି) ବିଭାଗ ଜରିଆରେ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚରେ ୯୦୦ ଡବ୍ଲ୍ୟୁପି କ୍ଷମତା ବିଶିଷ୍ଟ ପ୍ରକଳ୍ପରେ ୧ ଏଚ୍‌ପି ସବମରସିବଲ ପମ୍ପ ସ୍ଥାପନ ହୋଇଥାଏ। ଦୈନିକ ୮ହଜାରରୁ ୧୦ହଜାର ଲିଟର ପର୍ଯ୍ୟନ୍ତ ଜଳଯୋଗାଣ ହୋଇଥାଏ। ହେଲେ ବୋର୍‌ୱେଲରେ ଆବଶ୍ୟକ ଗଭୀର ପର୍ଯ୍ୟନ୍ତ ଖନନ ନ କରି ଆବଣ୍ଟିତ ଅନୁଦାନକୁ ମିଳିମିଶି ଲୁଟ ହୋଇଥିବା ମନେ ହେଉଛି। ଏହାସହ ନିମ୍ନମାନର ସୌରଚାଳିତ ସାମଗ୍ରୀ ସ୍ଥାପନ କରାଯାଇଥିବାରୁ ପ୍ରକଳ୍ପରୁ ଲୋକେ ଉପକୃତ ହୋଇ ପାରିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତର ପଥୁରିଆ ବସ୍ତିରେ ଟାଟା ପାୱାର ଜରିଆରେ ହୋଇଥିବା ପ୍ରକଳ୍ପ ୬୪୨ ଦିନ ଚଳିବା ପରେ ଅଚଳ ହୋଇ ପଡ଼ିଛି। ବୋରୱେଲ କୋଲାପ୍ସ ହୋଇଥିବାରୁ ଏହା ଅଚଳ ହୋଇଥିବା କୁହାଯାଇଛି। ସେହିପରି ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ମିର୍ଗିଚରା, ଚିଙ୍ଗୁଡିପାଳ ପଞ୍ଚାୟତର ଛତାନଗର ଗ୍ରାମର ମୁଣ୍ଡାସାହି ଓ କଅଁସ ପଞ୍ଚାୟତର ତଳଙ୍ଗୀ ଗ୍ରାମର ପେଠସାହି ଗ୍ରାମରେ ଭୂତଳ ଜଳ କମ୍‌ ରହିଥିବାରୁ ତାହା ଅଚଳ ହୋଇ ପଡିଛି। ଏହି ତିନି ପ୍ରକଳ୍ପ ପ୍ରାୟ ୬୦୦ଦିନ କାମରେ ଲାଗିଛି। ବଡ଼ଚଣା ବ୍ଲକର ନଳିପୁର ପଞ୍ଚାୟତ ପତରାଜପୁର ଗ୍ରାମର ହରିଜନସାହି, ଶାଳପଡ଼ା ପଞ୍ଚାୟତ ବନ୍ଧପାଲି ଗ୍ରାମର ଚାରିଗୋଛିଆ ମୁଣ୍ଡାସାହି ପ୍ରଭୃତି ବୋରୱେଲ କୋଲାପ୍ସ ହୋଇ ଅଚଳ ହୋଇଛି। ଉପରୋକ୍ତ ପ୍ରକଳ୍ପଗୁଡ଼ିକରୁ ମାତ୍ର ୨୮ଦିନ ପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିଛି। ପ୍ରକଳ୍ପରେ ପିସି କାରବାର ସହ ଆବଶ୍ୟକ ଗଭୀରତା ଉପରେ ଧ୍ୟାନ ନ ଦେଇ ଲକ୍ଷାଧିକ ଟଙ୍କା ଲୁଟ ହେଉଥିବାରୁ ପ୍ରକଳ୍ପଗୁଡ଼ିକ ଦୀର୍ଘସ୍ଥାୟୀ ହେଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଆଗାମୀ ଦିନରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି। ଏନେଇ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ସେ କହିଛନ୍ତି, ବିଭାଗୀୟ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ତଥ୍ୟ ଦାଖଲ ହେଉଛି। ଅଗାମୀ ଦିନରେ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମରାମତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପରିଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଗୋଦାମ ଘରେ ହଠାତ୍‌ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ ସହ…

ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍‌ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର…

କାହା ପାଇଁ ବଳିଦାନ ଦେଲେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ ଚତୁର୍ଥ ଟି-୨୦ ମ୍ୟାଚରୁ ବାଦ ପଡ଼ିବାର ଭିତିରି କଥା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ, ଭୁବନେଶ୍ୱର…

ନୂଆ ଇତିହାସ ଲେଖିଲେ ରଶିଦ ଖାନ୍‌: ବିଶ୍ୱର ପ୍ରଥମ ବୋଲର୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୩୦।୧୦: ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରଶିଦ ଖାନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ପ୍ରଥମ…

‘ଆଲଗୋରିଦମକୁ ଭୁଆଁ ବୁଲାଅ…’ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ପାଇଁ CJPର ନୂଆ ‘କୋଡୱାର୍ଡ’ ଯୋଜନା ଭାଇରାଲ

ନୂଆଦିଲ୍ଲୀ,୩୦।୧୦: ‘କକରୋଚ ଜନତା ପାର୍ଟି’ (CJP) ନିଜ ସମର୍ଥକମାନଙ୍କୁ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ପୋଷ୍ଟ କରିବା ଏବଂ ଭିଡିଓ ତିଆରି କରିବା ପାଇଁ…

ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ; କେନ୍ଦ୍ର ମନ୍ତ୍ରୀ କହିଲେ, ‘ମା’ଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ’

ନୂଆଦିଲ୍ଲୀ,୩୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ…

ବାଦ୍‌ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୦: ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି।…

ବିଶ୍ୱକପ ପରେ ବଦଳିବ ଭାଗ୍ୟ: ଗମ୍ଭୀରଙ୍କୁ ନେଇ IPLରେ ଟଣାଓଟରା! ୪ଟି ଫ୍ରାଞ୍ଚାଇଜର ନଜର ଏବେ…ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ଗତ କିଛି ମାସ ହେଲା ଅନେକ ଚର୍ଚ୍ଚା ଓ ଅନୁମାନ ଲାଗି ରହିଛି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?