ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, କୁଲଡିହା ବନବିଭାଗ କାର୍ଯ୍ୟାଳୟ ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରିଠାରେ ଅବସ୍ଥିତ। କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଏଠାରେ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ବନବିଭାଗ ପକ୍ଷରୁ ସିଜ ହୋଇଥିବା ବଡ଼ ଗାଡ଼ି, ବାଇକ୍, ସିଜ ବନ୍ଧୁକ, କାଠ ଓ ଅନ୍ୟ ସାମଗ୍ରୀ ରହିବା ସହ ପରିଦର୍ଶନ ପାଇଁ ଏହି କାର୍ଯ୍ୟାଳୟରୁ ଅନୁମତି ପତ୍ର ମିଳିଥାଏ। ଶୁକ୍ରବାର ପୂବାହ୍ନରେ ନୀଳଗିରି ରେଞ୍ଜ ଅଫିସର ପାଖ ଏକରୁ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା, ଏହା ପରେ ବିଲ୍ଡିଂରୁ ଘନ ଧୂଆଁ ବାହାରି ନିଆଁ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ସଫଳତାର ସହ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଘଟିବାର ସ୍ପଷ୍ଟ କାରଣ ଜଣାପଡ଼ି ନ ଥିବା ବେଳେ କୌଣସି ଅଘଟଣ ଯୋଗୁ ଏହା ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। କୁଲଡିହା ଏସିଏଫ୍ ମାଣିକେଶରୀ ହେମ୍ବ୍ରମ ପ୍ରାଥମିକ ତଦନ୍ତ ଅନୁସାରେ ଗୋଦାମରେ ରଖାଯାଇଥିବା ଗୋଟିଏ ବାଇକର ବ୍ୟାଟେରିରେ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବାବେଳେ ୨ଟି ବାଇକ ଗୋଟିଏ ତାରପୋଲିନ, ପୁରୁଣା ଟାୟାରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି।

