Posted inଖେଳ

ବିଶ୍ୱକପ ପରେ ବଦଳିବ ଭାଗ୍ୟ: ଗମ୍ଭୀରଙ୍କୁ ନେଇ IPLରେ ଟଣାଓଟରା! ୪ଟି ଫ୍ରାଞ୍ଚାଇଜର ନଜର ଏବେ…ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ଗତ କିଛି ମାସ ହେଲା ଅନେକ ଚର୍ଚ୍ଚା ଓ ଅନୁମାନ ଲାଗି ରହିଛି। ଏପରିକି ୨୦୨୭ ବିଶ୍ୱକପ ପୂର୍ବରୁ ମଧ୍ୟ ତାଙ୍କୁ କୋଚ ପଦରୁ ହଟାଯାଇପାରେ ବୋଲି ଅନେକ ଥର ଆଲୋଚନା ହୋଇଥିଲା। ଯଦିଓ ତାଙ୍କ କାର୍ଯ୍ୟକାଳ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ରହିଛି। ତେବେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ପଦରୁ ହଟିବା ପରେ ଗମ୍ଭୀରଙ୍କୁ ନେଇ ଏଭଳି ଚର୍ଚ୍ଚା ଏବେ ଶାନ୍ତ ପଡ଼ିଛି। କିନ୍ତୁ ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ, IPLର କିଛି ଦଳ ଏବେଠାରୁ ଭାରତୀୟ କୋଚଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ଏକ ହିନ୍ଦୀ ଖବରକାଗଜର ରିପୋର୍ଟରେ ଏହି ଖୁଲାସା କରାଯାଇଛି। ରିପୋର୍ଟ ଅନୁସାରେ, IPLର କିଛି ଫ୍ରାଞ୍ଚାଇଜ ଏବେଠାରୁ ଗୌତମ ଗମ୍ଭୀରଙ୍କୁ ନିଜ ଦଳର ମେଣ୍ଟର କରିବା ପାଇଁ ଯୋଗାଯୋଗ କରୁଛନ୍ତି। ଅତିକମରେ ୪ଟି ଦଳ ଏହି ଉଦ୍ୟମରେ ସାମିଲ ଅଛନ୍ତି। ଟିମ ଇଣ୍ଡିଆରୁ ଅଲଗା ହେବା ମାତ୍ରେ ଗମ୍ଭୀର ସେମାନଙ୍କ ସହ ଯୋଗଦିଅନ୍ତୁ ବୋଲି ଏହି ଦଳଗୁଡ଼ିକ ଚାହୁଁଛନ୍ତି। ଟିମ ଇଣ୍ଡିଆ ସହ ଗମ୍ଭୀରଙ୍କ ସଫଳତା ଏବଂ IPLରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇବା ଭଳି ଉପଲବ୍ଧି ତାଙ୍କ ପ୍ରତି ଫ୍ରାଞ୍ଚାଇଜଗୁଡ଼ିକର ଆଗ୍ରହ ବଢ଼ାଇଛି। ଏବେ ପ୍ରଶ୍ନ ଉଠୁଛି, କେଉଁ କେଉଁ ଦଳ ଗମ୍ଭୀରଙ୍କୁ ନିଜର ମେଣ୍ଟର କିମ୍ବା କୋଚ କରିବାକୁ ଚାହୁଁଛନ୍ତି? ଏହି ତାଲିକାରେ ସବୁଠାରୁ ପ୍ରଥମ ନାଁ ରହିଛି ସେହି ଦଳର, ଯାହା ସହ ଗମ୍ଭୀରଙ୍କର ପୁରୁଣା ସମ୍ପର୍କ ରହିଛି। ତାହା ହେଉଛି କୋଲକାତା ନାଇଟ ରାଇଡର୍ସ (KKR)। ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କୁ ପୁଣିଥରେ ନିଜ ଦଳର ମେଣ୍ଟର କରିବାକୁ KKR ଆଗ୍ରହୀ ଅଛି। ୨୦୨୮ ସିଜିନରେ ତାଙ୍କ ସହ ପୁଣି ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଦଳ ଚାହୁଁଛି।

IPL ୨୦୨୪ରେ ଗମ୍ଭୀର KKRର ମେଣ୍ଟର ଥିଲେ। ସେହି ସିଜିନରେ ଦଳ ୧୦ ବର୍ଷ ପରେ ଟାଇଟଲ ଜିତିଥିଲା। ଏହାପରେ ହିଁ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଥିଲା। KKR ବ୍ୟତୀତ ଏହି ରିପୋର୍ଟରେ ରାଜସ୍ଥାନ ରୟାଲ୍ସର ନାଁ ମଧ୍ୟ ରହିଛି। କିଛି ସମୟ ପୂର୍ବରୁ ଏହି ଫ୍ରାଞ୍ଚାଇଜ ଗମ୍ଭୀରଙ୍କ ସହ ଏନେଇ ଆଲୋଚନା କରିଥିବା କୁହାଯାଉଛି। ଏହାବ୍ୟତୀତ ଆଉ ଦୁଇଟି ଦଳର ନାଁ ସାମ୍ନାକୁ ଆସିନାହିଁ। ତେବେ ସେଥିମଧ୍ୟରୁ ଗୋଟିଏ ଦଳ IPLର ସବୁଠାରୁ ସଫଳ ଟିମ ମଧ୍ୟରୁ ଅନ୍ୟତମ। ତାହା ଚେନ୍ନାଇ ସୁପର କିଙ୍ଗ୍ସ ନା ମୁମ୍ବାଇ ଇଣ୍ଡିଆନ୍ସ, ନା ଆଉ କୌଣସି ଦଳ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଚତୁର୍ଥ ଦଳ ଏପର୍ଯ୍ୟନ୍ତ IPLରେ କୌଣସି ଟାଇଟଲ ଜିତିନାହିଁ। ତେବେ ଗମ୍ଭୀର IPLକୁ ଫେରିବେ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ୨୦୨୪ରେ BCCI ତାଙ୍କୁ ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚ ନିଯୁକ୍ତ କରିବା ସମୟରେ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଚୁକ୍ତି କରିଥିଲା। ତେଣୁ ବର୍ତ୍ତମାନ ପାଇଁ ଗମ୍ଭୀର ବିଶ୍ୱକପ ପର୍ଯ୍ୟନ୍ତ କୋଚ ଦାୟିତ୍ୱରେ ରହିବେ। ଏହାପରେ BCCI ତାଙ୍କ କାର୍ଯ୍ୟକାଳକୁ ୨୦୨୮ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବଢ଼ାଉଛି ନା ଗମ୍ଭୀର ନିଜେ ଏଥିପାଇଁ ମନା କରୁଛନ୍ତି, ତାହା ଉପରେ ହିଁ ତାଙ୍କ IPL ପ୍ରତ୍ୟାବର୍ତ୍ତନ ନିର୍ଭର କରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆଲଗୋରିଦମକୁ ଭୁଆଁ ବୁଲାଅ…’ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ପାଇଁ CJPର ନୂଆ ‘କୋଡୱାର୍ଡ’ ଯୋଜନା ଭାଇରାଲ

ନୂଆଦିଲ୍ଲୀ,୩୦।୧୦: ‘କକରୋଚ ଜନତା ପାର୍ଟି’ (CJP) ନିଜ ସମର୍ଥକମାନଙ୍କୁ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ପୋଷ୍ଟ କରିବା ଏବଂ ଭିଡିଓ ତିଆରି କରିବା ପାଇଁ…

ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ; କେନ୍ଦ୍ର ମନ୍ତ୍ରୀ କହିଲେ, ‘ମା’ଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ’

ନୂଆଦିଲ୍ଲୀ,୩୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ…

ବାଦ୍‌ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୦: ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି।…

ଟିମ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: କ୍ରିକେଟ ପ୍ରେମୀ ଶୁଣିଲେ…

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଦଳର ପ୍ରମୁଖ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ସେ…

ବାତ୍ୟା ପରେ ବନ୍ୟା ଭୟ: ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ଲୋକଙ୍କ ସୁରକ୍ଷା ପାଇଁ…

ଗଞ୍ଜାମ,୩୦ା୧୦(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୂଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ…

ଇସ୍ରାଏଲରେ ସରକାର ଗଠନ ନେଇ ଅଚଳାବସ୍ଥା! ନେତାନ୍ୟାହୁଙ୍କ ଦଳ ସର୍ବାଧିକ ଆସନ ଜିତିଛି, ହେଲେ କାହା ପାଖରେ ନାହିଁ ସଂଖ୍ୟାଗରିଷ୍ଠତା

ଜେରୁଜେଲମ,୩୦।୧୦: ଇସ୍ରାଏଲର ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ’ (Likud) ଦଳ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ…

ଧୋଇଗଲା ତାଲିଯୋଡ଼ି ବ୍ରିଜ୍‌: ପହଞ୍ଚିଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ଯନ୍ତ୍ରୀ କହିଲେ ଅନୁଦାନ ପରେ…

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବାଡ଼ାବାଙ୍ଗା-ଲାରିବାଡ଼ି ଦେଇ ଡାକରବାଡ଼ିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?