ପ୍ରକଳ୍ପ ପିଛା ଲକ୍ଷାଧିକ ଆତ୍ମସାତ

ଯାଜପୁର ଅଫିସ,୯ା୨: ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ପାନୀୟ ଜଳ ସୁବିଧାକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନସ୍ତରରେ ନଳକୂପ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ, ପାଇପ ଜଳଯୋଗାଣର ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱରା ଗୋଟିଏ ପ୍ରକଳ୍ପ ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନର ହରିଲୁଟ ମନୋଭାବ ଯୋଗୁ ଅନେକ ସ୍ଥାନରେ ସୌରଚାଳିତ ପାନୀୟ ଜଳପ୍ରକଳ୍ପ ଲୋକଙ୍କୁ ମାସେ ବି ଜଳଯୋଗାଇ ପାରିନାହିଁ। ଏପରି କି ପ୍ରକଳ୍ପ ପିଛା ଲକ୍ଷାଧିକ ଟଙ୍କାର ଆତ୍ମସାତ ହୋଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ୮ଟି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ମରାମତି ଓ ପୁନଃରୁଦ୍ଧାର ପାଇଁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଦୁଇ ଦିନ ତଳେ ଜିଲାର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଠାରେ ବିଡ଼ମ୍ବନା ଯେ, ନିଜର କାର୍ଯ୍ୟଦକ୍ଷତା ବଞ୍ଚାଇବାକୁ ଯାଇ ଜିଲାରେ ଶତାଧିକ ସୌରଚାଳିତ ପ୍ରକଳ୍ପ ଅଚଳ ହୋଇଥିଲେ ହେଁ ମାତ୍ର ୮ଟି ପ୍ରକଳ୍ପ ଅଚଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯାହାକି ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଦେଇଥିବା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି। ବାସ୍ତବ ସ୍ଥିିତି ଅନୁଧ୍ୟାନ କଲେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଝାଲଶୁଖା, ରଥିଆ, କାନପୁର, ବଡବାରିସାହି, ଚକ୍ରଡା, ଫାଜିଲପୁର, ମିର୍ଜାପୁର, ଅଚ୍ୟୁତପୁର, ଡେରାବର କଣ୍ଟିଗଡିଆ, ମଣିନାଥପୁର, ବୃନ୍ଦାଦେଇପୁର, ବିଛାଖଣ୍ଡି, ପୋଟୁଅ ଇତ୍ୟାଦି ପ୍ରାୟ ୪୦ଟି ପ୍ରକଳ୍ପ ଲୋକଙ୍କୁ ପାନୀୟ ଜଳଯୋଗାଣରେ ନିୟମିତ ଭାବେ ଲାଗି ପାରୁନାହିଁ। ଜିଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଶତାଧିକ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲେ ହେଁ ତାର ମରାମତି ଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଲୋକଙ୍କୁ ସହଜରେ ପାନୀୟ ଜଳଯୋଗାଇ ଦେବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜାତୀୟ ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ (ଏନ୍‌ଆର୍‌ଡିଡବ୍ଲ୍ୟୁପି) ବିଭାଗ ଜରିଆରେ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚରେ ୯୦୦ ଡବ୍ଲ୍ୟୁପି କ୍ଷମତା ବିଶିଷ୍ଟ ପ୍ରକଳ୍ପରେ ୧ ଏଚ୍‌ପି ସବମରସିବଲ ପମ୍ପ ସ୍ଥାପନ ହୋଇଥାଏ। ଦୈନିକ ୮ହଜାରରୁ ୧୦ହଜାର ଲିଟର ପର୍ଯ୍ୟନ୍ତ ଜଳଯୋଗାଣ ହୋଇଥାଏ। ହେଲେ ବୋର୍‌ୱେଲରେ ଆବଶ୍ୟକ ଗଭୀର ପର୍ଯ୍ୟନ୍ତ ଖନନ ନ କରି ଆବଣ୍ଟିତ ଅନୁଦାନକୁ ମିଳିମିଶି ଲୁଟ ହୋଇଥିବା ମନେ ହେଉଛି। ଏହାସହ ନିମ୍ନମାନର ସୌରଚାଳିତ ସାମଗ୍ରୀ ସ୍ଥାପନ କରାଯାଇଥିବାରୁ ପ୍ରକଳ୍ପରୁ ଲୋକେ ଉପକୃତ ହୋଇ ପାରିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତର ପଥୁରିଆ ବସ୍ତିରେ ଟାଟା ପାୱାର ଜରିଆରେ ହୋଇଥିବା ପ୍ରକଳ୍ପ ୬୪୨ ଦିନ ଚଳିବା ପରେ ଅଚଳ ହୋଇ ପଡ଼ିଛି। ବୋରୱେଲ କୋଲାପ୍ସ ହୋଇଥିବାରୁ ଏହା ଅଚଳ ହୋଇଥିବା କୁହାଯାଇଛି। ସେହିପରି ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ମିର୍ଗିଚରା, ଚିଙ୍ଗୁଡିପାଳ ପଞ୍ଚାୟତର ଛତାନଗର ଗ୍ରାମର ମୁଣ୍ଡାସାହି ଓ କଅଁସ ପଞ୍ଚାୟତର ତଳଙ୍ଗୀ ଗ୍ରାମର ପେଠସାହି ଗ୍ରାମରେ ଭୂତଳ ଜଳ କମ୍‌ ରହିଥିବାରୁ ତାହା ଅଚଳ ହୋଇ ପଡିଛି। ଏହି ତିନି ପ୍ରକଳ୍ପ ପ୍ରାୟ ୬୦୦ଦିନ କାମରେ ଲାଗିଛି। ବଡ଼ଚଣା ବ୍ଲକର ନଳିପୁର ପଞ୍ଚାୟତ ପତରାଜପୁର ଗ୍ରାମର ହରିଜନସାହି, ଶାଳପଡ଼ା ପଞ୍ଚାୟତ ବନ୍ଧପାଲି ଗ୍ରାମର ଚାରିଗୋଛିଆ ମୁଣ୍ଡାସାହି ପ୍ରଭୃତି ବୋରୱେଲ କୋଲାପ୍ସ ହୋଇ ଅଚଳ ହୋଇଛି। ଉପରୋକ୍ତ ପ୍ରକଳ୍ପଗୁଡ଼ିକରୁ ମାତ୍ର ୨୮ଦିନ ପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିଛି। ପ୍ରକଳ୍ପରେ ପିସି କାରବାର ସହ ଆବଶ୍ୟକ ଗଭୀରତା ଉପରେ ଧ୍ୟାନ ନ ଦେଇ ଲକ୍ଷାଧିକ ଟଙ୍କା ଲୁଟ ହେଉଥିବାରୁ ପ୍ରକଳ୍ପଗୁଡ଼ିକ ଦୀର୍ଘସ୍ଥାୟୀ ହେଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଆଗାମୀ ଦିନରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି। ଏନେଇ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ସେ କହିଛନ୍ତି, ବିଭାଗୀୟ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ତଥ୍ୟ ଦାଖଲ ହେଉଛି। ଅଗାମୀ ଦିନରେ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମରାମତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପରିଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri