ପୌରକେଲା ଆଦିବାସୀ ଛାତ୍ରୀନିବାସ: ବିଦ୍ୟୁତ୍‌ ଅଭାବୁ କାଯ୍‌କ୍ଷମ ହେବାରେ ବିଲମ୍‌

କର୍ଲାମୁଣ୍ଡା, ୧୩ା୮ (ଡି.ଏନ୍‌.ଏ.):
ଆଦିବାସୀ ଛାତ୍ରୀମାନେ କେନ୍‌ଥେଇ ପାଠ୍‌ ପଢ଼ବାକେ ମନ୍‌ ବଲାବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସରକାର ସବୁ ବ୍ଲକରେ ଗୁଟେ ଗୁଟେ ଆଦିବାସୀ ଛାତ୍ରୀନିବାସ ତିଆର କରବାର ଘୋଷନା କରିଥିଲେ। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ସରକାରକଁର ଇ ମହତ୍‌ ଯୋଜନାମାନ ଫସର ଫାଟୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାରେ।
ସୂଚନା ଅନ୍‌ସାରେ ରାଏଜ୍‌ ସରକାରକଁର ହରିଜନ ଆଦିବାସୀ କଲ୍ୟାଣ ବିଭାଗ ତରଫୁ ପୌରକେଲାରେ ୧୦୦ ସିଟ୍‌ର ଗୁଟେ ଛାତ୍ରୀନିବାସର ତିଆରି କାମ୍‌ ୨୦୧୦-୧୧ ସାଲେ ଆରମ୍‌ ହେଇଥିଲା। ଉଦେଶ୍‌ ଥିଲା ଅଂଚଲର ଆଦିବାସୀ ଛାତ୍ରୀକୁଁ ଛାତ୍ରୀନିବାସରେ ରଖି ପାଠ୍‌ ପଢ଼ବାର ବେବସ୍‌ତା କରବାର। ସେନ୍‌ତା ଇ ଛାତ୍ରୀନିବାସରେ ୬ଷ୍ଠରୁ ୧୦ମ ଶ୍ରେଣୀ ତକ୍‌ ଛାତ୍ରୀକୁଁ ରଖ୍‌ବାର ଉଦେଶ୍‌ରେ ତିଆର ହେଇଛେ। ହେଲେ ଦୁଖର କଥା ଆଏଜ୍‌ତକ ଇ ଛାତ୍ରୀନିବାସ କାଯ୍‌କ୍ଷମ ନାଇଁ ହେଇପାରି। ଇ ବାବ୍‌ଦେ କର୍ଲାମୁଣ୍ଡା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧ୍‌କାରୀ ସୁନୀଲ କୁମାର କରକୁଁ ପଚରାଲାରୁ ଆଏଜ୍‌କେ ୬ ମାସ ହେଲା ଛାତ୍ରୀନିବାସର ଟ୍ରାନ୍ସଫର୍ମର ପୁଡ଼ିଯାଇଛେ। ବିଦ୍ୟୁତ ବିଭାଗ ସଂଗେ ବାରବାର ଯୋଗାଯୋଗ କଲେ ବି ଟ୍ରାନ୍ସଫର୍ମର ମରାମତି ନାଇଁ କରାଯିବାର। ଯେନ୍‌ଥିରଲାଗି ଛାତ୍ରୀନିବାସକେ କାଯ୍‌କ୍ଷମ କରବାରେ ବିଲମ୍‌ ହେଉଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଛାତ୍ରୀନିବାସ ଦାଇତିଅରେ ଥିବାର ବି.ଆର୍‌.ଆମ୍ବେଦକର ଉଚ୍ଚ ବିଦ୍ୟାପିଠର ପରଧାନ ଶିକ୍ଷକ ଶ୍ରୀବତ୍ସ ରଣାକୁଁ ପଚରାଲାରୁ ୪୧ ଝନ୍‌ ଛାତ୍ରୀକଁର ନଁା ଲେଖା ସରିଛେ, ବିଦ୍ୟୁତ ସମସିଆର ଲାଗି ଛାତ୍ରୀନିବାସରେ ଛାତ୍ରୀମାନକୁ ନୁହେ ରଖାଯାଏ ବଲି ସେ କହିଛନ୍‌। ଇ ବାବ୍‌ଦେ ବିଦ୍ୟାଲୟ ତରଫୁ ଗଲା ୨୮ା୭ା୨୦୧୯, ଚିଠି ନଂ. ୩୦ରେ ବିଦ୍ୟୁତ ସମସିଆ ବାବ୍‌ଦେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଲ ରାମପୁର, ଭବାନୀପାଟଣାକୁଁ ଚିଠି କରାଯାଇଥିବାର ଜନାଯାଇଛେ। ସେନ୍‌ତା ଇ ବାବ୍‌ଦେ ବିଦ୍ୟୁତ ବିଭାଗ ଏସ୍‌ଡିଓକୁଁ ପଚରାଲାରୁ ଇ ବାବ୍‌ଦେ ଜେଇକଁର ସଂଗେ କଥା ହେଇ ଯେତେ ଜଲଦି ହେବା ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ

କର୍ଲାମୁଣ୍ଡା,୬।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ନୂତନ ଭାବେ କର୍ଲାମୁଣ୍ଡା ବ୍ଲକରେ ଶୁକ୍ରବାର ଯୋଗଦେବା ପରେ ସେ ପ୍ରଥମ…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

ପ୍ରବଳ ବର୍ଷାର ସୁଯୋଗ ନେଇ ଏଲଆଇ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ଥାନାରେ ମାମଲା

କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ…

ରାସ୍ତା ପାଲଟିଛି ମରଣଯନ୍ତା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ କୃତ୍ରିମ ପୋଖରୀ….

ଲାଞ୍ଜିଗଡ,୬ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହର ଲାଞ୍ଜିଗଡ ଥାନା ପଛପଟ ତଥା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା ମରଣଜନ୍ତା ପାଲଟିଛି । ପୋଖରୀ ନିକଟସ୍ଥ…

ଜଳ ଘେରରେ ବାଞ୍ଜିପଦର ବିଦ୍ୟାଳୟ, ଖବର ପ୍ରକାଶ ପରେ ପହଞ୍ଚିଲେ ତହସିଲଦାର

କର୍ଲାମୁଣ୍ଡା,୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଛି । ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri