ପୋଖତ ପ୍ରତିନିଧି

-ଜିତେନ୍ଦ୍ର କୁମାର ନାୟକ

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ବିଶ୍ୱ ମଞ୍ଚରେ ପ୍ରତିଟି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟକୁ ଠିକ୍‌ ଭାବେ ଉପସ୍ଥାପନ କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଗତ କିଛିବର୍ଷ ହେବ ଦେଖାଯାଉଛି ଯେ, ଭାରତର ସ୍ଥାୟୀ ପ୍ରତନିଧିମାନେ ଯଥାର୍ଥ ଯୁକ୍ତି ଉପସ୍ଥାପନ କରି ଦେଶର ମାନ ବଢ଼ାଇପାରିଛନ୍ତି। ସୟଦ ଆକବରୁଦ୍ଦିନ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ କୂଟନୀତିର ଏକ ପ୍ରମୁଖ ପରିଚିତ ନାମ ପାଲଟିପାରିଛନ୍ତି। ତାଙ୍କ ଯୁକ୍ତି ଓ ଉପସ୍ଥାପନା ଶୈଳୀ ଭାରତୀୟ କୂଟନୀତି କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିଛି। ଏବେ ତାଙ୍କ ସ୍ଥାନରେ ଅନ୍ୟତମ ପୋଖତ କୂଟନୀତିଜ୍ଞ ଟି.ଏସ୍‌. ତିରୁମୂର୍ତ୍ତି ନିଯୁକ୍ତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ତିରୁମୂର୍ତ୍ତି ୭ ମାର୍ଚ୍ଚ ୧୯୬୨ରେ ତାମିଲନାଡୁ ରାଜଧାନୀ ଚେନ୍ନାଇ (ପୂର୍ବରୁ ଥିଲା ମାଡ୍ରାସ)ରେ ଜନ୍ମଗ୍ରହଣ କରିଥିଲା। ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଆଇନ ବିଦ୍ୟାରେ ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପାଇଁ ମନ ବଳାଇବାରୁ ସେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ଯୋଗ ଦେଇଥିଲେ। ୧୯୮୫ରେ ସେ ଦେଶର ଏହି ପ୍ରମୁଖ ସେବାରେ ନିଜକୁ ନିୟୋଜିତ କରି ସମୟକ୍ରମେ କାଇରୋ, ଜେନେଭା, ଗାଜା, ଓ୍ବାଶିଂଟନ ଡିସି ଏବଂ ଜାକର୍ତ୍ତା ଭଳି ଅନ୍ତର୍ଜାତୀୟ ନଗରୀରେ ଥିବା ଭାରତୀୟ କୂଟନୈତିକ ମିଶନରେ କାର୍ଯ୍ୟ କରିଥିଲେ। ଏଥିସହିତ ନୂଆଦିଲ୍ଲୀସ୍ଥିତ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଉପସଚିବ (ଭୁଟାନ), ବିଦେଶ ସଚିବଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ, ଯୁଗ୍ମ ସଚିବ (ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାନମାର ଓ ମାଳଦ୍ୱୀପ) ଏବଂ ଯୁଗ୍ମ ସଚିବ (ଜାତିସଂଘ ଅର୍ଥନୈତିକ ଓ ସାମାଜିକ) ଭାବେ ଦାୟିତ୍ୱ ତୁଲାଇଥିଲେ। ପାଲେଷ୍ଟାଇନ୍‌କୁ ଭାରତର ପ୍ରଥମ ପ୍ରତିନିଧି ରୂପେ କାର୍ଯ୍ୟ କରିବାର ଗୌରବ ତିରୁମୂର୍ତ୍ତିଙ୍କୁ ମିଳିଥିଲା। ସେହିଭଳି ଜାକର୍ତ୍ତାରେ ଡେପୁଟି ଚିଫ୍‌ ଅଫ୍‌ ମିଶନ ଏବଂ ମାଲେସିଆରେ ଭାରତର ଉଚ୍ଚାୟୁକ୍ତ ହୋଇଥିଲେ। ଜାତିସଂଘର ସ୍ଥାୟୀ ସଚିବ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଭାରତରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ବିଭାଗର ସଚିବ ହୋଇଥିଲେ। ଆକବରୁଦ୍ଦିନଙ୍କ କାର୍ଯ୍ୟ ଶେଷ ହେବା ପରେ ୩୦ ଏପ୍ରିଲ ୨୦୨୦ରେ ତିରୁମୂର୍ତ୍ତିଙ୍କୁ ଭାରତୀୟ କୂଟନୀତି କ୍ଷେତ୍ରରେ ଥିବା ମର୍ଯ୍ୟାଦାଜନକ ପଦବୀ ଭାବେ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ବା ରାଷ୍ଟ୍ରଦୂତ ରୂପେ ଅବସ୍ଥାପିତ କରାଯାଇଛି। ଅନ୍ତର୍ଜାତୀୟ ଫୋରମ୍‌ରେ ପ୍ରତିଟି ପ୍ରସଙ୍ଗରେ ତିରୁମୂର୍ତ୍ତି ଭାରତର ଆଭିମୁଖ୍ୟ କିଭଳି ଉପସ୍ଥାପନ କରି ଦେଶ ପାଇଁ ଯଶ ଆଣୁଛନ୍ତି ତାହା ଉପରେ ନଜର ରହିବା ସ୍ବାଭାବିକ। ବର୍ତ୍ତମାନର ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଭାରତର ଓଜନ ଅନ୍ତର୍ଜାତୀୟ ସ୍ତରରେ ବଢ଼ିବାରେ ଲାଗିଛି। ପ୍ରତି ପ୍ରସଙ୍ଗରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ୍‌ ଭଳି ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ଗୁରୁତ୍ୱ ଦେଉଛନ୍ତି। କରୋନା ମହାମାରୀ ସମୟରେ ଭାରତର ସ୍ବାସ୍ଥ୍ୟ କୂଟନୀତି ଅନେକ ପାଦ ଆଗକୁ ଯାଇପାରିଛି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ପାଇଁ ଭାରତ ଉପରେ ନିର୍ଭର କରିବା ଓ ନୂଆଦିଲ୍ଲୀ ଠିକ୍‌ ସମୟରେ ତାହାକୁ ପ୍ରେରଣ କରି ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କେବଳ ଆମେରିକା ନୁହେଁ, ଅନେକ ଦେଶ ମଧ୍ୟ ଭାରତର ସହାୟତା ନେଇଛନ୍ତି। ଏଥିରୁ ଅନ୍ୟାନ୍ୟ କ୍ଷେତ୍ରରେ ଆଗକୁ ଭାରତ ଉତ୍ତମ କୂଟନୈତିକ ପ୍ରଦର୍ଶନ କରିବାର ସଙ୍କେତ ମିଳିଲାଣି। ତିରୁମୂର୍ତ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କଠାରୁ ଅନେକ ଆଶା କରାଯିବା ସ୍ବାଭାବିକ।
ତିରୁମୂର୍ତ୍ତିଙ୍କ ପାରିବାରିକ ଜୀବନ କହିଲେ ସହଧର୍ମିଣୀ ଗୌରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ସଂସାର। ଗୌରୀ ହେଉଛନ୍ତି ପୂର୍ବତନ ଟେନିସ୍‌ ଖେଳାଳି ରାମନାଥନ୍‌ କ୍ରିଷ୍ଣନ୍‌ଙ୍କ ଝିଅ। ୧୯୮୨ରେ ଗୌରୀ ଭାରତୀୟ ଜାତୀୟ ଜୁନିୟର ଚାମ୍ପିୟନ ହୋଇପାରିଥିଲେ। ଏପରି କି ଗୌରୀଙ୍କ କନ୍ୟା ଭବାନୀ ତିରୁମୂର୍ତ୍ତି ମଧ୍ୟ ଜଣେ ଟେନିସ୍‌ ଖେଳାଳି। କୂଟନୈତିକ ସେବା ଓ ପାରିବାରିକ ବନ୍ଧନ ବଜାୟ ରଖିବାରେ ଟି.ଏସ୍‌. ତିରୁମୂର୍ତ୍ତି ସମୟ ଦେବା ସତ୍ତ୍ୱେ ପୁସ୍ତକ ରଚନାରେ ମନୋନିବେଶ କରିପାରିଛନ୍ତି। ‘କିସିଂ ଦି ହେଭେନ୍ସ: ଦି କୈଳାସ ମାନସରୋବର ଯାତ୍ରା’, ‘କ୍ଲାଇଭ୍‌ ଆଭିନ୍ୟୁ’ ଏବଂ ‘ଚେନ୍ନାଇବାସୀ’ ଭଳି ବହି ଲେଖି ସେ ନିଜର ଲେଖକୀୟ ଦକ୍ଷତା ମଧ୍ୟ ପ୍ରଦର୍ଶନ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?