ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ ଭଲ ଦରବ ନିଜ ଭିତରେ ବାଣ୍ଟିନେଇ ଅସୁରଙ୍କୁ ଠକି ଦେଇଥିଲେ। ସେଥିପାଇଁ ସୁର-ଅସୁର ଦୁହିଁଙ୍କ ଭିତରେ ଚିରଦିନ ଶତ୍ରୁତା, ଯୁଦ୍ଧ ଏବଂ ସବୁ ଯୁଦ୍ଧର ଶେଷରେ ଅସୁରମାନେ ପରାସ୍ତ ଓ ନିହତ ହୁଅନ୍ତି। ସେମାନଙ୍କ ମୃତ୍ୟୁ ଦିବସକୁ ଆମେ ଉତ୍ସବ ଭାବରେ ପାଳନ କରୁ। କାଳ୍ପନିକ ପ୍ରତିମା ତିଆରି କରି ମେଢ଼ ସଜାଉ । ଅଭିନୟ କରି ମଞ୍ଚରେ ପ୍ରଦର୍ଶନ କରୁ। ରାମଲୀଳା ପଡ଼ିଆରେ ରାବଣ ପୋଡ଼ି ଦେଖିବା ପାଇଁ ନାହିଁ ନ ଥିବା ଭିଡ଼ ହୁଏ। ଶେଷରେ ଶ୍ରୀରାମଙ୍କ ଜୟ ଧ୍ୱନି ଦେଇ ହର୍ଷ ଉଲ୍ଲାସରେ ଘରକୁ ଫେରିଆସୁ।
କୁହାଯାଏ ଆମ ଦେବଦେବୀଙ୍କ ସଂଖ୍ୟା ସମୁଦାୟ ତେତିଶ କୋଟି। ସେମାନଙ୍କ ଭିତରୁ କେତେଜଣ ଏବେ ମଣିଷ ସମାଜରେ ତିଷ୍ଠି ରହିଛନ୍ତି ତାହା ବୋଧେ ଠିକ୍‌ ଭାବରେ କହି ହେବନାହିଁ। କିନ୍ତୁ ପୁରାଣ କାଳରୁ ମୃତ ସେହି ଅସୁରମାନଙ୍କ ଭିତରୁ ଅନେକ ଏବେ ଏଠାରେ ରାଜୁତି କରୁଛନ୍ତି ଏଥିରେ ସନ୍ଦେହ ନାହିଁ। ଅମୃତ ସେବନ କରିଥିବା ଦେବତାଙ୍କ ସତ୍ତା କ୍ରମଶଃ ହ୍ରାସ ପାଉଥିବା ବେଳେ ତାହା ପାଇ ନ ଥିବା ଅସୁରଙ୍କ ସଂଖ୍ୟା ଅସଂଖ୍ୟ ହୋଇଯାଇଛି ।
ଏହି ପ୍ରସଙ୍ଗରେ କଥାଟିଏ ଅଛି । ଥରେ ଗୋଟିଏ ଅସୁର ଜନପଦକୁ ଆସି ଉପଦ୍ରବ ଆରମ୍ଭ କଲା। ଲୋକମାନେ ରାଜାଙ୍କ ପାଖରେ ଫେରାଦ ହେଲେ। ରାଜାଙ୍କ ସୈନିକମାନେ ଆସିବା ବେଳକୁ ଅସୁର ପଳାଇ ଯାଇ ଜଙ୍ଗଲ ଭିତରେ ଲୁଚିଗଲା। ସୈନିକମାନେ ଫେରିଯିବା ପରେ ପୁଣି ଆସି ଲୋକଙ୍କ ଉପରେ ଅତ୍ୟାଚାର କଲା। ସେହି ଗାଁରେ ତିନିଜଣ ସାହସୀ ଯୁବକ ଥିଲେ। ସେମାନେ ଭାବିଲେ ଅସୁର ସହିତ ନିଜେ ଲଢ଼େଇ କରିବେ। ଜଣେ ଗୁରୁଙ୍କଠାରୁ ଅସ୍ତ୍ର ବିଦ୍ୟା ଶିକ୍ଷା କରି ଯୁବକମାନେ ବଣ ଭିତରକୁ ଗଲେ। ଅନୁସନ୍ଧାନ କରି ଅସୁର ରହୁଥିବା ଗୁମ୍ଫାଟିକୁ ପାଇଲେ। ଦିନ ବେଳେ ବଣ ଭିତରେ ଲୁଚି ରହିଲେ। ରାତିରେ ଯେତେବେଳେ ଅସୁର ଶୋଇ ପଡିଲା ସେମାନେ ଅଚାନକ ଗୁମ୍ଫାରେ ପଶି ତାକୁ ଆକ୍ରମଣ କଲେ। ବହୁ ସମୟ ଲଢ଼ିବା ପରେ ଶେଷରେ ଅସୁର ନିହତ ହେଲା। ଯୁବକମାନେ କ୍ଳାନ୍ତ ହୋଇ ସେଇ ଗୁମ୍ଫା ଭିତରେ ଶୋଇ ପଡିଲେ।
ରାତି ପାହି ସକାଳ ହେଲା। ଯୁବକମାନଙ୍କର ନିଦ ଭାଙ୍ଗିଲା। ସେମାନେ ଦେଖିଲେ ଗୁମ୍ଫାର ଗୋଟିଏ ଖୋଲରେ ଅଜସ୍ର ଟଙ୍କା ସୁନା ଅସୁର ଲୁଚାଇ ରଖିଛି। ସେମାନେ ଆନନ୍ଦରେ ଅଧୀର ହୋଇଗଲେ। ଭାବିଲେ ଅସୁରକୁ ମାରିଥିବାରୁ ଏହି ସମ୍ପତ୍ତି ଉପରେ କେବଳ ସେମାନଙ୍କର ଅଧିକାର ଅଛି। କାହାକୁ ନ ଜଣାଇ ରାତି ଅନ୍ଧାରରେ ସେମାନେ ଏହାକୁ ଘରକୁ ବୋହିନେବେ। ଦିନରେ ଖାଇବା ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ଜଣେ ଯୁବକ ବାହାରକୁ ଗଲା। ଅନ୍ୟ ଦୁଇଜଣ ସେଠାରେ ଧନକୁ ଜଗିରହିଲେ।
ବାହାରକୁ ଯାଇଥିବା ଯୁବକ ଖାଦ୍ୟ ନେଇ ଫେରିଲା। ଏମାନେ ଦୁହେଁ ପରସ୍ପରକୁ ଇସାରା କରି ହଠାତ୍‌ ତାକୁ ଆକ୍ରମଣ କରି ମାରିଦେଲେ। ଏବେ ଏ ଧନରେ ତୃତୀୟ ଭାଗ ନାହିଁ। ସେମାନେ ଅଧା ଅଧା ଭାଗ କରି ନେଇଯିବେ। ଦୁଇ ଯୁବକ ଆନନ୍ଦରେ ବସି ଆହାର କଲେ। ଅଥଚ କି ଦୁର୍ଭାଗ୍ୟ !
ଖାଇବା ସରି ନାହିଁ, ସେମାନେ ଅସମ୍ଭବ ଜ୍ୱାଳାରେ ଚିତ୍କାର କରି ଉଠିଲେ। ପ୍ରଥମ ଯୁବକଟି ସେମାନଙ୍କୁ ମାରି ସବୁ ଧନ ଏକୁଟିଆ ନେବା ପାଇଁ ଖାଦ୍ୟରେ ବିଷ ମିଶାଇ ଆଣିଥିଲା। ବିଷର ପ୍ରଭାବରେ ଛଟପଟ ହୋଇ ସେମାନଙ୍କର ମୃତ୍ୟୁ ହେଲା।
ସୁତରାଂ ବାହାରେ ଥିବା ପ୍ରଚଣ୍ଡ ଅସୁରର ବିନାଶ ହୁଏତ ସମ୍ଭବ ଅଥଚ ମନୁଷ୍ୟର ନିଜ ଭିତରେ ଥିବା ଅସୁରର ମୃତ୍ୟୁ ନାହିଁ। ଲୋଭ, ମୋହ, କ୍ରୋଧ ଇତ୍ୟାଦି ଦୁର୍ଗୁଣରେ ଅତି କ୍ଷୁଦ୍ର ସତ୍ତା ରୂପରେ ତାହା ଲୁଚି ରହିଥାଏ ଶରୀର ଭିତରେ ଏବଂ କେଉଁ ଦୁର୍ବଳ ବେଳରେ କାୟା ବିସ୍ତାର କରି ମନୁଷ୍ୟକୁ ସମ୍ପୂର୍ଣ୍ଣ କବଳିତ କରେ। ତାର ନିଜର, ପରିବାରର ଏବଂ ସମାଜର ଅଶେଷ କ୍ଷତି ସାଧନ କରେ।
ବର୍ତ୍ତମାନ ସମୟରେ ମଣିଷ ଭିତରେ ଏହି ଆସୁରିକ ସତ୍ତାର ବିଚଳନ ଅଧିକରୁ ଅଧିକ ହେବାରେ ଲାଗିଛି। ଗୋଟିଏ ଆସୁରିକ ପ୍ରବୃତ୍ତିର ବିରୋଧ ପାଇଁ ବହୁ ଲୋକଙ୍କ ଭିତରେ ସେହି ସତ୍ତା ଉଜ୍ଜୀବିତ ହେଉଛି। ପରିଣାମ ସ୍ବରୂପ ଏବେ ଅନେକତ୍ର ଦେଖାଯାଉଛି ଭିଡ଼ହିଂସା। କଦାଚିତ ତାହାର ଚରମ ପରିଣତି ହତ୍ୟାରେ ପରିବର୍ତ୍ତିତ ହେଉଛି। ପଥଚାରୀ ପଥିକ, ବିପଣୀକୁ ସଉଦା କିଣିବାକୁ ଆସିଥିବା ଗ୍ରାହକ ଅଥବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଯୁବକ ଭିଡ଼ ହିଂସାରେ ସାମିଲ ହୋଇ ଶେଷରେ ହତ୍ୟାକାରୀ ପାଲଟିଯାଉଛି।
ଏବେ ଖବରକାଗଜର ପୃଷ୍ଠା ଓଲଟାଇଲେ, ଟିଭିର ନିଉଜ ଚ୍ୟାନେଲ ଖୋଲିଲେ କେବଳ ସେଇସବୁ ଖବର। ମଣିଷ ଭିତରକୁ ଏତେ କ୍ରୋଧ, ଏତେ ହିଂସା ଆସୁଛି କେଉଁଠୁ ? ପ୍ରଥମରୁ ତ କେହି ଅପରାଧୀ ଭାବରେ ଜନ୍ମ ନେଇ ନ ଥାନ୍ତି। ପ୍ରସଙ୍ଗରେ ମନକୁ ଆସୁଛି ସେଇ କାଳଜୟୀ କଥା। ଜଣେ ଦେବଶିଶୁର ଚିତ୍ର ଅଙ୍କନ କରି ଖ୍ୟାତି ଅର୍ଜନ କରିଥିବା ଚିତ୍ରକରଙ୍କୁ କେତେ ବର୍ଷ ପରେ ଗୋଟିଏ ସଇତାନର ଚିତ୍ର ଆଙ୍କିବାକୁ କୁହାଗଲା। ସେ ସେହିପରି ଚରିତ୍ରଟିଏ ଖୋଜି ବୁଲିଲେ। ରାଜାଙ୍କ ବନ୍ଦୀଶାଳାରେ ଭୟଙ୍କର ଅପରାଧୀଟିଏ ଦେଖି ତାହାର ଚିତ୍ର ଆଙ୍କିବାକୁ ଆରମ୍ଭ କଲେ। ହଠାତ୍‌ ଦେଖିଲେ ସେହି ଭୀଷଣ ଲୋକଟିର ଆଖିରେ ଅଶ୍ରୁ। କାରଣ ପଚାରିବାରୁ ସେ କହିଲା, ଏକଦା ଯେଉଁ ଶିଶୁଟିକୁ ଦେଖି ତୁମେ ଦେବ ଶିଶୁର ଚିତ୍ର ଆଙ୍କିଥିଲ ସେହି ଶିଶୁ ମୁଁ ହିଁ ଥିଲି।
ପ୍ରାକୃତିକ ଓ ସାମାଜିକ ଉଭୟ ପରିବେଶର ସୁନ୍ଦରତାରେ ହିଁ ଗଢ଼ି ଉଠେ ସୁନ୍ଦର ସଂସାର। କିନ୍ତୁ ସାମ୍ପ୍ରତିକ ସମୟରେ ଏ ଦୁଇଟିଯାକ ଭୀଷଣ ଭାବରେ ପ୍ରଦୂଷିତ। ବିଧାତାଙ୍କ ଶ୍ରେଷ୍ଠ ସୃଷ୍ଟି ବୋଲି କୁହାଯାଉଥିବା ଆମେ ମଣିଷମାନେ ହିଁ ଉଭୟକୁ ନଷ୍ଟ କରି ଚାଲିଛୁ। ପ୍ରକୃତିକୁ ନଷ୍ଟ କରି ନିଜର ଖାଦ୍ୟ, ପାଣି, ପବନକୁ ବିଷାକ୍ତ କରୁଛୁ ଓ ସମାଜକୁ ନଷ୍ଟ କରି ମାନବିକ ଗୁଣାବଳୀକୁ ପ୍ରଦୂଷିତ କରୁଛୁ। ପଥରର ମନ୍ଦିର ଭିତରେ ଦେବତାଙ୍କୁ ରଖି ପୂଜାର୍ଚ୍ଚନା କରୁଛୁ ଅଥଚ ଦେହର ଦେଉଳ ଭିତରେ ଅସୁରକୁ ପ୍ରତିପୋଷଣ କରି ଚାଲିଛୁ। ପୁରାଣ କାଳର ଅସୁରମାନେ ମଣିଷ ନାମକ ଶରୀରରେ ନିଜର କ୍ରମବିକାଶ କରି ଚାଲିଛନ୍ତି ଏବଂ ବୋଧହୁଏ ଏ ସଂସାରର ବିନାଶ ପର୍ଯ୍ୟନ୍ତ ସେମାନଙ୍କର ମୃତ୍ୟୁ ନାହିଁ।

ଅଞ୍ଜନ ଚାନ୍ଦ
ବିକାଶନଗର, ଅଙ୍ଗାରଗ, ବାଲେଶ୍ୱର
ମୋ : ୬୩୭୦୬୬୧୧୪୭

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri