ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ ଲୋକେ କାହାକୁ ନୂ୍ୟନ କରି ଦେଖିଲା ବେଳେ କହିଥାଆନ୍ତି ‘ସିଏ ଗୋଟେ ମଣିଷ ନା ଅସରପା ଗୋଟେ ଚଢ଼େଇ’। କିନ୍ତୁ ଏବେ ସେହି ଅସରପାର ବୌଦ୍ଧିକ ରୂପାନ୍ତରଣ ଘଟିଛି। ଭାରତର ପ୍ରଧାନ ବିଚାରପତି (ସିିଜେଆଇ) ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ତାହାର ନବକଳେବର କରିଦେଇଛନ୍ତି। ୧୫ ମେ’ ୨୦୨୬ରେ ଏକ ଶୁଣାଣି ସମୟରେ ପ୍ରଧାନ ବିଚାରପତି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଆକ୍ରମଣ କରୁଥିବା କେତେକ ବେକାର ଯୁବକ ଏବଂ କର୍ମୀଙ୍କୁ କକ୍‌ରୋଚ ସହିତ ତୁଳନା କରି ପରଜୀବୀ ଆଖ୍ୟା ଦେଇଥିଲେ। ସେ ଆହୁରି କହିଥିଲେ ଯେ, ସୋସିଆଲ ମିଡିଆରେ ସକ୍ରିୟ ରହିଥିବା, ସାମ୍ବାଦିକତା କିମ୍ବା ଜନସ୍ବାର୍ଥ ଅଭିଯାନରେ ଜଡ଼ିତ ଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ଆକ୍ରମଣ କରିଥାଆନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ପାଟିରୁ ତ ବାହାରି ଯାଇଛି। ଆଉ କିଛି ଉପାୟ ନ ପାଇ ସେ ସ୍ପଷ୍ଟୀକରଣ ଦେବାକୁ ଯାଇ କହିଲେ, ଏହା ଜାଲିଆତି ଡିଗ୍ରୀ ହାସଲ କରୁଥିବା ଲୋକଙ୍କ ବିଷୟରେ ଥିଲା ଏବଂ ସେ ସମଗ୍ର ଭାରତୀୟ ଯୁବବର୍ଗଙ୍କୁ ଅପମାନ କରିବାକୁ ଚାହୁଁ ନ ଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କାରଣ ସମସ୍ତେ ଦେଶର ପ୍ରଧାନ ବିଚାରପତିଙ୍କ ତତ୍ତ୍ୱକୁ ଭଲ ଭାବେ ବୁଝିସାରିଥିଲେ। ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଶବ୍ଦ ଦର୍ଶାଇଥିଲା ଭାରତର ସାମ୍ପ୍ରତିକ ନେତୃତ୍ୱର ମାନସିକତା ଏବଂ ଦେଶର ଯୁବପିଢ଼ି ପ୍ରତି ଆଭିମୁଖ୍ୟ। ସେହିି ମନ୍ତବ୍ୟଗୁଡ଼ିକ ଅନ୍‌ଲାଇନରେ ଖୁବ୍‌ଶୀଘ୍ର ବ୍ୟାପିଲା ଏବଂ ଅନେକେ ଏହାକୁ ଯୁବବର୍ଗଙ୍କ ପାଇଁ ହତାଦରସୂଚକ ଭାବେ ଦେଖିଲେ।
ଏବେ ‘ଜେନ୍‌ ଜି’ ଭଳି ଯୁବବର୍ଗଙ୍କ ପାଇଁ ଏହା ଅସ୍ତ୍ର ପାଲଟି ଯାଇଛି। ସେମାନଙ୍କ ହାତରେ ଅସରପା ଅସ୍ତ୍ର ଦେଖି ଶାସକ ବର୍ଗ ଆଶ୍ଚର୍ଯ୍ୟଚକିତ ହେଲା ଭଳି ମନେହେଉଛି।
ମନେପକାଇ ଦିଆଯାଇପାରେ ‘ଜେନ ଜି’ ପଡ଼ୋଶୀ ରାଷ୍ଟ୍ର ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବ୍ୟବହାର କରି ଅଭୂତପୂର୍ବ ରାଜନୈତିକ ଉତ୍ଥାନ ଘଟାଇବାର ଶକ୍ତି ପ୍ରଦର୍ଶନ କରିଥିଲା। ଭାରତୀୟ ଯୁବବର୍ଗ ବାକ୍‌ ସ୍ବାଧୀନତା ଓ ମୁକ୍ତ ଚିନ୍ତାଧାରା ବିରୋଧରେ ଆକ୍ରମଣ ହେଉଥିବା ଦେଖୁଥିଲେ ମଧ୍ୟ ଚୁପ୍‌ଚାପ ରହିଯାଉଥିଲା। କାରଣ ଅନେକ ଯୁବକଙ୍କୁ ଜେଲ ପଠାଇଦିଆଯିବା କିମ୍ବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଭଳି କଠୋର ଆଇନ ଲଗାଇବାର ଧମକ ଦିଆଯାଉଥିଲା। ନିରାନନ୍ଦ ଭବିଷ୍ୟତକୁ ଅନିଶା କରୁଥିବା ଭାରତୀୟ ଯୁବବର୍ଗ ଅନ୍ୟ ଦେଶଗୁଡ଼ିକ ପରି ହିଂସାତ୍ମକ ଓ ଅଗଣତାନ୍ତ୍ରିକ ପ୍ରତିବାଦ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ଇଣ୍ଟରନେଟ୍‌କୁ ମୁଖ୍ୟ ହତିଆର କରି ଏକଜୁଟ ହେଉଛନ୍ତି। ଯୋଗକୁ ଏହାକୁ ବଢ଼ାଇଦେଲା ପ୍ରଧାନ ବିଚାରପତିଙ୍କ ବେକାର ଯୁବକମାନଙ୍କୁ କକ୍ରୋଚ ସହିତ ତୁଳନା କରିବା ପରେ ଏକ ବ୍ୟଙ୍ଗାତ୍ମକ ଅନଲାଇନ୍‌ ସମାଲୋଚନା ରୂପରେ। ବର୍ତ୍ତମାନ ଅନେକ ଲକ୍ଷ ଭାରତୀୟ ଯୁବତୀଯୁବକ ହତାଶାକୁ ବ୍ୟକ୍ତ କରିବା ପାଇଁ ଏହାକୁ ମାଧ୍ୟମ କରିଦେଇଛନ୍ତି। ଫଳସ୍ବରୂପ,
ଅସରପାକୁ ପ୍ରତୀକ ଭାବରେ ନେଇ ଏକ ବିଦ୍ରୁପାତ୍ମକ ରାଜନୈତିକ ଦଳ ହଠାତ୍‌ ଭାରତର ସୋସିଆଲ ମିଡିଆରେ ଆଗକୁ ଆସିଛି, ଯାହା କକ୍‌ରୋଚ ଜନତା ପାର୍ଟି (ସିଜେପି) ବୋଲି କୁହାଯାଉଛି। ସିଜେଆଇଙ୍କ ମନ୍ତବ୍ୟର ଦିନକ ପରେ ସୃଷ୍ଟି ହୋଇଥିବା ସିଜେପି ଦ୍ୱାରା ଦୁର୍ନୀତି, ବେକାରି ଏବଂ ରାଜନୈତିକ ନିଷ୍କ୍ରିୟତାକୁ ବ୍ୟଙ୍ଗ କରୁଥିବା ମିମ୍‌ ଏବଂ କ୍ଷୁଦ୍ର ଭିଡିଓ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି।
ଭାଇରାଲ ହୋଇଥିବା ସିଜେପି ନିଜର ୱେବ୍‌ସାଇଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଗୁଲ ସର୍ଚ୍ଚ ଅନୁଯାୟୀ ୧ ଜୁନ୍‌ ୨୦୨୬ରେ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୨୨ ମିଲିୟନରୁ ଅଧିକ ଅନୁଗାମୀ ହୋଇସାରିଛନ୍ତି, ଯାହା ଶାସକ ଭାଜପାର ୯.୪ ମିଲିୟନ ଫଲୋଅର୍‌ଠାରୁ ଯଥେଷ୍ଟ ଅଧିକ। ଏହା ବିଶେଷ ଗୁରୁତ୍ୱ ଧାରଣ କରେ କାରଣ ଭାଜପା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ତାଙ୍କ ଦଳର କର୍ମୀ ସଂଖ୍ୟାକୁ ନେଇ ବିଶ୍ୱର ସର୍ବବୃହତ୍‌ ଦଳ; ସେହି ଦଳକୁ ମିଳୁଥିବା ଆର୍ଥିକ ଅନୁଦାନ ମଧ୍ୟ ସବୁଠାରୁ ଅଧିକ। ବୋଷ୍ଟନ ୟୁନିଭର୍ସିଟି ଛାତ୍ର ତଥା ରାଜନୈତିକ ଯୋଗାଯୋଗ ରଣନୀତିକାର ୩୧ ବର୍ଷୀୟ ମରାଠୀ ଦଳିତ ଯୁବକ ଅଭିଜିତ ଦୀପ୍‌କେ ସିଜେପିର ପ୍ରତିଷ୍ଠାତା। ତାଙ୍କ ମନ୍ତବ୍ୟ ଏଭଳି ସମୟରେ ଗୁରୁତ୍ୱ ବହନ କରିଛି ଯେତେବେଳେ ଭାରତୀୟ ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ହତାଶା ଓ ବିରକ୍ତିକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, ଯୁବପିଢ଼ି ପ୍ରକୃତରେ ବହୁତ ହତାଶ ଥିଲା। ପ୍ରଚଳିତ ସରକାରୀ ବ୍ୟବସ୍ଥା ପ୍ରତି ବୀତସ୍ଫୃହ ଗଭୀର ନିଦ୍ରାରେ ଥିବା ଭାରତୀୟ ଯୁବବର୍ଗକୁ ଅଜାଣତରେ ପ୍ରଧାନ ବିଚାରପତି ଚିଆଁଇ ଦେଇଛନ୍ତି। ସମ୍ପ୍ରତି ସରକାରୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ନେଇ କ୍ରୋଧିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି।
ନୂଆ ଏକ ଘଟଣାକ୍ରମରେ ଅଭିଜିତ୍‌ ଦୀପ୍‌କେ ୧ ଜୁନ୍‌ରେ ଘୋଷଣା କରିଛନ୍ତି ଯେ, ଆସନ୍ତା ୬ ତାରିଖରେ ସେ ଭାରତ ଫେରି ଯନ୍ତରମନ୍ତରଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ମାଧ୍ୟମରେ ପରୀକ୍ଷା ବିଭ୍ରାଟ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ। ତାଙ୍କ ସହ ଯୋଗଦେବା ସକାଶେ ସେ ‘X’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ ମାଧ୍ୟମରେ ସମର୍ଥକ ଓ ଛାତ୍ରୀଛାତ୍ରଙ୍କୁ ନିବେଦନ କରିଛନ୍ତି। ଦେଖିବାକୁ ଗଲେ ଦୀପ୍‌କେ ଜଣେ ଅଜଣା ଓ ଅଶୁଣା ବ୍ୟକ୍ତି। ତାଙ୍କୁ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅଖିଳେଶ ଯାଦବ, ଧ୍ରୁବ ରାଠି, ଅରବିନ୍ଦ କେଜ୍‌ରିଓ୍ବାଲ କିମ୍ବା କୁନାଲ୍‌ କାମ୍‌ରାଙ୍କ ଭଳି ଗତାନୁଗତିକ ବିରୋଧୀଙ୍କ ସହ ତୁଳନା କରିବା ଅନୁଚିତ। ଭାରତର ଯୁବପିଢ଼ି ରାହୁଲଙ୍କ ସମେତ ଅନ୍ୟ ସମସ୍ତଙ୍କ ଅତୀତ ସହିତ ଯେଉଁଭଳି ଅତିଷ୍ଠ, ସେହିଭଳି ମୋଦିଙ୍କ ବର୍ତ୍ତମାନ ସହ ବିରକ୍ତ। ସମଗ୍ର ଦେଶରେ ବିକଳ୍ପ ଖୋଜିବାର ପ୍ରଚେଷ୍ଟା ଯେତେବେଳେ ଆରମ୍ଭ ହୋଇଛି ସେତେବେଳେ ଦୀପ୍‌କେ ଏବଂ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ ଭାରତର ଯୁବବର୍ଗଙ୍କୁ ଏକ ନୂଆ ଆଶା ଦେଖାଇଥିବା ଭଳି ମନେହେଉଛି। ବିଦେଶରେ ରହୁଥିବା ଦୀପ୍‌କେ ସମ୍ଭବତଃ ଭାରତକୁ ବୁଝିଶୁଝି ଫେରୁଛନ୍ତି। ସମ୍ଭବତଃ କେନ୍ଦ୍ର ସରକାର ୬ ଜୁନ୍‌ରେ ବିମାନବନ୍ଦରରୁ ତାଙ୍କୁ ଗିରଫ କରିନେଇପାରେ। ଯଦି ତାହା ହୁଏ ତେବେ ତାଙ୍କ ଗ୍ରହଣୀୟତା ନିଶ୍ଚିତ ଭାବେ ବହୁ ପରିମାଣରେ ବୃଦ୍ଧି ପାଇବ। ଆନ୍ନା ହାଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ହାତ ଥିଲା ବୋଲି କେତେକ ମହଲରେ ସେତେବେଳେ ଆଲୋଚନା ହେଉଥିଲା। ଦୀପ୍‌କେଙ୍କ ପଛରେ ଭାରତର ଯୁବପିଢ଼ିର ହାତ ରହିଛି ବୋଲି ଏବେ ଆଲୋଚନା ହେଉଛି। ଭବିଷ୍ୟତ କହିବ ଦେଶ କେଉଁଆଡ଼େ ଯିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri