ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ ଲୋକେ କାହାକୁ ନୂ୍ୟନ କରି ଦେଖିଲା ବେଳେ କହିଥାଆନ୍ତି ‘ସିଏ ଗୋଟେ ମଣିଷ ନା ଅସରପା ଗୋଟେ ଚଢ଼େଇ’। କିନ୍ତୁ ଏବେ ସେହି ଅସରପାର ବୌଦ୍ଧିକ ରୂପାନ୍ତରଣ ଘଟିଛି। ଭାରତର ପ୍ରଧାନ ବିଚାରପତି (ସିିଜେଆଇ) ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ତାହାର ନବକଳେବର କରିଦେଇଛନ୍ତି। ୧୫ ମେ’ ୨୦୨୬ରେ ଏକ ଶୁଣାଣି ସମୟରେ ପ୍ରଧାନ ବିଚାରପତି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଆକ୍ରମଣ କରୁଥିବା କେତେକ ବେକାର ଯୁବକ ଏବଂ କର୍ମୀଙ୍କୁ କକ୍‌ରୋଚ ସହିତ ତୁଳନା କରି ପରଜୀବୀ ଆଖ୍ୟା ଦେଇଥିଲେ। ସେ ଆହୁରି କହିଥିଲେ ଯେ, ସୋସିଆଲ ମିଡିଆରେ ସକ୍ରିୟ ରହିଥିବା, ସାମ୍ବାଦିକତା କିମ୍ବା ଜନସ୍ବାର୍ଥ ଅଭିଯାନରେ ଜଡ଼ିତ ଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ଆକ୍ରମଣ କରିଥାଆନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ପାଟିରୁ ତ ବାହାରି ଯାଇଛି। ଆଉ କିଛି ଉପାୟ ନ ପାଇ ସେ ସ୍ପଷ୍ଟୀକରଣ ଦେବାକୁ ଯାଇ କହିଲେ, ଏହା ଜାଲିଆତି ଡିଗ୍ରୀ ହାସଲ କରୁଥିବା ଲୋକଙ୍କ ବିଷୟରେ ଥିଲା ଏବଂ ସେ ସମଗ୍ର ଭାରତୀୟ ଯୁବବର୍ଗଙ୍କୁ ଅପମାନ କରିବାକୁ ଚାହୁଁ ନ ଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କାରଣ ସମସ୍ତେ ଦେଶର ପ୍ରଧାନ ବିଚାରପତିଙ୍କ ତତ୍ତ୍ୱକୁ ଭଲ ଭାବେ ବୁଝିସାରିଥିଲେ। ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଶବ୍ଦ ଦର୍ଶାଇଥିଲା ଭାରତର ସାମ୍ପ୍ରତିକ ନେତୃତ୍ୱର ମାନସିକତା ଏବଂ ଦେଶର ଯୁବପିଢ଼ି ପ୍ରତି ଆଭିମୁଖ୍ୟ। ସେହିି ମନ୍ତବ୍ୟଗୁଡ଼ିକ ଅନ୍‌ଲାଇନରେ ଖୁବ୍‌ଶୀଘ୍ର ବ୍ୟାପିଲା ଏବଂ ଅନେକେ ଏହାକୁ ଯୁବବର୍ଗଙ୍କ ପାଇଁ ହତାଦରସୂଚକ ଭାବେ ଦେଖିଲେ।
ଏବେ ‘ଜେନ୍‌ ଜି’ ଭଳି ଯୁବବର୍ଗଙ୍କ ପାଇଁ ଏହା ଅସ୍ତ୍ର ପାଲଟି ଯାଇଛି। ସେମାନଙ୍କ ହାତରେ ଅସରପା ଅସ୍ତ୍ର ଦେଖି ଶାସକ ବର୍ଗ ଆଶ୍ଚର୍ଯ୍ୟଚକିତ ହେଲା ଭଳି ମନେହେଉଛି।
ମନେପକାଇ ଦିଆଯାଇପାରେ ‘ଜେନ ଜି’ ପଡ଼ୋଶୀ ରାଷ୍ଟ୍ର ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବ୍ୟବହାର କରି ଅଭୂତପୂର୍ବ ରାଜନୈତିକ ଉତ୍ଥାନ ଘଟାଇବାର ଶକ୍ତି ପ୍ରଦର୍ଶନ କରିଥିଲା। ଭାରତୀୟ ଯୁବବର୍ଗ ବାକ୍‌ ସ୍ବାଧୀନତା ଓ ମୁକ୍ତ ଚିନ୍ତାଧାରା ବିରୋଧରେ ଆକ୍ରମଣ ହେଉଥିବା ଦେଖୁଥିଲେ ମଧ୍ୟ ଚୁପ୍‌ଚାପ ରହିଯାଉଥିଲା। କାରଣ ଅନେକ ଯୁବକଙ୍କୁ ଜେଲ ପଠାଇଦିଆଯିବା କିମ୍ବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଭଳି କଠୋର ଆଇନ ଲଗାଇବାର ଧମକ ଦିଆଯାଉଥିଲା। ନିରାନନ୍ଦ ଭବିଷ୍ୟତକୁ ଅନିଶା କରୁଥିବା ଭାରତୀୟ ଯୁବବର୍ଗ ଅନ୍ୟ ଦେଶଗୁଡ଼ିକ ପରି ହିଂସାତ୍ମକ ଓ ଅଗଣତାନ୍ତ୍ରିକ ପ୍ରତିବାଦ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ଇଣ୍ଟରନେଟ୍‌କୁ ମୁଖ୍ୟ ହତିଆର କରି ଏକଜୁଟ ହେଉଛନ୍ତି। ଯୋଗକୁ ଏହାକୁ ବଢ଼ାଇଦେଲା ପ୍ରଧାନ ବିଚାରପତିଙ୍କ ବେକାର ଯୁବକମାନଙ୍କୁ କକ୍ରୋଚ ସହିତ ତୁଳନା କରିବା ପରେ ଏକ ବ୍ୟଙ୍ଗାତ୍ମକ ଅନଲାଇନ୍‌ ସମାଲୋଚନା ରୂପରେ। ବର୍ତ୍ତମାନ ଅନେକ ଲକ୍ଷ ଭାରତୀୟ ଯୁବତୀଯୁବକ ହତାଶାକୁ ବ୍ୟକ୍ତ କରିବା ପାଇଁ ଏହାକୁ ମାଧ୍ୟମ କରିଦେଇଛନ୍ତି। ଫଳସ୍ବରୂପ,
ଅସରପାକୁ ପ୍ରତୀକ ଭାବରେ ନେଇ ଏକ ବିଦ୍ରୁପାତ୍ମକ ରାଜନୈତିକ ଦଳ ହଠାତ୍‌ ଭାରତର ସୋସିଆଲ ମିଡିଆରେ ଆଗକୁ ଆସିଛି, ଯାହା କକ୍‌ରୋଚ ଜନତା ପାର୍ଟି (ସିଜେପି) ବୋଲି କୁହାଯାଉଛି। ସିଜେଆଇଙ୍କ ମନ୍ତବ୍ୟର ଦିନକ ପରେ ସୃଷ୍ଟି ହୋଇଥିବା ସିଜେପି ଦ୍ୱାରା ଦୁର୍ନୀତି, ବେକାରି ଏବଂ ରାଜନୈତିକ ନିଷ୍କ୍ରିୟତାକୁ ବ୍ୟଙ୍ଗ କରୁଥିବା ମିମ୍‌ ଏବଂ କ୍ଷୁଦ୍ର ଭିଡିଓ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି।
ଭାଇରାଲ ହୋଇଥିବା ସିଜେପି ନିଜର ୱେବ୍‌ସାଇଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଗୁଲ ସର୍ଚ୍ଚ ଅନୁଯାୟୀ ୧ ଜୁନ୍‌ ୨୦୨୬ରେ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୨୨ ମିଲିୟନରୁ ଅଧିକ ଅନୁଗାମୀ ହୋଇସାରିଛନ୍ତି, ଯାହା ଶାସକ ଭାଜପାର ୯.୪ ମିଲିୟନ ଫଲୋଅର୍‌ଠାରୁ ଯଥେଷ୍ଟ ଅଧିକ। ଏହା ବିଶେଷ ଗୁରୁତ୍ୱ ଧାରଣ କରେ କାରଣ ଭାଜପା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ତାଙ୍କ ଦଳର କର୍ମୀ ସଂଖ୍ୟାକୁ ନେଇ ବିଶ୍ୱର ସର୍ବବୃହତ୍‌ ଦଳ; ସେହି ଦଳକୁ ମିଳୁଥିବା ଆର୍ଥିକ ଅନୁଦାନ ମଧ୍ୟ ସବୁଠାରୁ ଅଧିକ। ବୋଷ୍ଟନ ୟୁନିଭର୍ସିଟି ଛାତ୍ର ତଥା ରାଜନୈତିକ ଯୋଗାଯୋଗ ରଣନୀତିକାର ୩୧ ବର୍ଷୀୟ ମରାଠୀ ଦଳିତ ଯୁବକ ଅଭିଜିତ ଦୀପ୍‌କେ ସିଜେପିର ପ୍ରତିଷ୍ଠାତା। ତାଙ୍କ ମନ୍ତବ୍ୟ ଏଭଳି ସମୟରେ ଗୁରୁତ୍ୱ ବହନ କରିଛି ଯେତେବେଳେ ଭାରତୀୟ ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ହତାଶା ଓ ବିରକ୍ତିକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, ଯୁବପିଢ଼ି ପ୍ରକୃତରେ ବହୁତ ହତାଶ ଥିଲା। ପ୍ରଚଳିତ ସରକାରୀ ବ୍ୟବସ୍ଥା ପ୍ରତି ବୀତସ୍ଫୃହ ଗଭୀର ନିଦ୍ରାରେ ଥିବା ଭାରତୀୟ ଯୁବବର୍ଗକୁ ଅଜାଣତରେ ପ୍ରଧାନ ବିଚାରପତି ଚିଆଁଇ ଦେଇଛନ୍ତି। ସମ୍ପ୍ରତି ସରକାରୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ନେଇ କ୍ରୋଧିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି।
ନୂଆ ଏକ ଘଟଣାକ୍ରମରେ ଅଭିଜିତ୍‌ ଦୀପ୍‌କେ ୧ ଜୁନ୍‌ରେ ଘୋଷଣା କରିଛନ୍ତି ଯେ, ଆସନ୍ତା ୬ ତାରିଖରେ ସେ ଭାରତ ଫେରି ଯନ୍ତରମନ୍ତରଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ମାଧ୍ୟମରେ ପରୀକ୍ଷା ବିଭ୍ରାଟ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ। ତାଙ୍କ ସହ ଯୋଗଦେବା ସକାଶେ ସେ ‘X’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ ମାଧ୍ୟମରେ ସମର୍ଥକ ଓ ଛାତ୍ରୀଛାତ୍ରଙ୍କୁ ନିବେଦନ କରିଛନ୍ତି। ଦେଖିବାକୁ ଗଲେ ଦୀପ୍‌କେ ଜଣେ ଅଜଣା ଓ ଅଶୁଣା ବ୍ୟକ୍ତି। ତାଙ୍କୁ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅଖିଳେଶ ଯାଦବ, ଧ୍ରୁବ ରାଠି, ଅରବିନ୍ଦ କେଜ୍‌ରିଓ୍ବାଲ କିମ୍ବା କୁନାଲ୍‌ କାମ୍‌ରାଙ୍କ ଭଳି ଗତାନୁଗତିକ ବିରୋଧୀଙ୍କ ସହ ତୁଳନା କରିବା ଅନୁଚିତ। ଭାରତର ଯୁବପିଢ଼ି ରାହୁଲଙ୍କ ସମେତ ଅନ୍ୟ ସମସ୍ତଙ୍କ ଅତୀତ ସହିତ ଯେଉଁଭଳି ଅତିଷ୍ଠ, ସେହିଭଳି ମୋଦିଙ୍କ ବର୍ତ୍ତମାନ ସହ ବିରକ୍ତ। ସମଗ୍ର ଦେଶରେ ବିକଳ୍ପ ଖୋଜିବାର ପ୍ରଚେଷ୍ଟା ଯେତେବେଳେ ଆରମ୍ଭ ହୋଇଛି ସେତେବେଳେ ଦୀପ୍‌କେ ଏବଂ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡଲ୍‌ ଭାରତର ଯୁବବର୍ଗଙ୍କୁ ଏକ ନୂଆ ଆଶା ଦେଖାଇଥିବା ଭଳି ମନେହେଉଛି। ବିଦେଶରେ ରହୁଥିବା ଦୀପ୍‌କେ ସମ୍ଭବତଃ ଭାରତକୁ ବୁଝିଶୁଝି ଫେରୁଛନ୍ତି। ସମ୍ଭବତଃ କେନ୍ଦ୍ର ସରକାର ୬ ଜୁନ୍‌ରେ ବିମାନବନ୍ଦରରୁ ତାଙ୍କୁ ଗିରଫ କରିନେଇପାରେ। ଯଦି ତାହା ହୁଏ ତେବେ ତାଙ୍କ ଗ୍ରହଣୀୟତା ନିଶ୍ଚିତ ଭାବେ ବହୁ ପରିମାଣରେ ବୃଦ୍ଧି ପାଇବ। ଆନ୍ନା ହାଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ହାତ ଥିଲା ବୋଲି କେତେକ ମହଲରେ ସେତେବେଳେ ଆଲୋଚନା ହେଉଥିଲା। ଦୀପ୍‌କେଙ୍କ ପଛରେ ଭାରତର ଯୁବପିଢ଼ିର ହାତ ରହିଛି ବୋଲି ଏବେ ଆଲୋଚନା ହେଉଛି। ଭବିଷ୍ୟତ କହିବ ଦେଶ କେଉଁଆଡ଼େ ଯିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?