ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଉତ୍ତ୍ୟକ୍ତ ଜନତା ତାଙ୍କ କଲାର ଧରି ମୋଟର ସାଇକେଲରୁ ଝିଙ୍କି ଆଣି ମାଡ଼ମାରିବା ଦୃଶ୍ୟ ୩୦ ମେ’ରେ ଜାତୀୟ ସ୍ତରରେ ଅନ୍ୟତମ ମୁଖ୍ୟ ଖବର ଥିଲା। ତାଙ୍କ ଉପରକୁ ଅଣ୍ଡା, ଚପଲମାଡ଼ ସହ ଶାର୍ଟ ଚିରି ଚଷମାକୁ ଲୋକେ ଭାଙ୍ଗି ଦେଇଥିଲେ। ଜଣେ ସମର୍ଥକ କ୍ରିକେଟ ହେଲମେଟ୍‌ ଦେଇ ନ ଥିଲେ ତାଙ୍କ ମୁଣ୍ଡ ରହି ନ ଥାଆନ୍ତା। ସେହିଭଳି ୩୧ ମେ’ରେ ଆଉ ଜଣେ ପୁରୁଖା ନେତା ତଥା ଲୋକ ସଭା ସଦସ୍ୟ କଲ୍ୟାଣ ବାନାର୍ଜୀ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଦିଆଯାଇପାରେ ଯେ, ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ ଦଳୀୟ କର୍ମୀ ସଞ୍ଜୁ କର୍ମକାରଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଅଭିଷେକ ଦକ୍ଷିଣ ୨୪-ପ୍ରଗଣାର ରାଜପୁର-ସୋନାରପୁର ଅଞ୍ଚଳକୁ ଯାଇଥିଲେ। କର୍ମକାରଙ୍କ ଘରକୁ ଯିବା ଲାଗି ଏକ ସଂକୀର୍ଣ୍ଣ ଗଳି ଥିବାରୁ ଅଭିଷେକ ଜଣେ ସମର୍ଥକଙ୍କ ମୋଟର ସାଇକେଲର ଆରୋହୀ ପାଲଟିଥିଲେ। ଟେଲିଭିଜନ ଚ୍ୟାନେଲରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ କିଛି ଲୋକ ତାଙ୍କୁ ‘ଚୋର ଚୋର’ କହି ଚିଲ୍ଲାଇଛନ୍ତି। ୨୭ ଦିନ ପୂର୍ବରୁ ଅଭିଷେକ ଭାବି ନ ଥିବେ ଯେ, ତାଙ୍କ ଭଳି କ୍ଷମତାଶାଳୀ ନେତାଙ୍କୁ ଜନତାଙ୍କ ମାଡ଼ଗାଳି ଓ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିବ। କେତେକେ କହିବା ଆରମ୍ଭ କରିଛନ୍ତି ଯେ, ବେଙ୍ଗଲ ନିର୍ବାଚନ ଫଳାଫଳ ୪ ମେ’ ନୁହେଁ; ବରଂ ୩୦ ମେ’ ୨୦୨୬ରେ ପ୍ରକାଶ ପାଇଛି। ଅର୍ଥାତ୍‌ ଅଭିଷେକ ଓ ଟିଏମ୍‌ସି ଉପରେ ଆକ୍ରମଣ ପଶ୍ଚିମବଙ୍ଗ ରାଜନୀତିର ନିର୍ବାଚନ ପରର ଗତାନୁଗତିକ ହିଂସାର ଏକ ନୂଆ ରୂପ। ଗୁଣ୍ଡାଶ୍ରେଣୀୟ ରାଜନୈତିକ କର୍ମୀ କେବେ ହେଲେ ବିରୋଧୀ ଦଳରେ ପ୍ରାୟତଃ ଦେଖିବାକୁ ମିଳନ୍ତି ନାହିଁ। ସାଧାରଣରେ ପୋଲିସର ସୁରକ୍ଷା ଏବଂ ବିପୁଳ ଅର୍ଥ ପାଇବାକୁ ହେଲେ କ୍ଷମତାସୀନ ଦଳ ସହିତ ରହିବାକୁ ହୋଇଥାଏ।
ପଶ୍ଚିମବଙ୍ଗରେ ପୂର୍ବରୁ ଏହିଭଳି ହିଂସା ଘଟାଉଥିବା କର୍ମୀ ଅଧିକାଂଶ ବାମପନ୍ଥୀ ଦଳରେ ଥିଲେ ବୋଲି ଜଣାଥିଲା। ସେହିମାନେ ମମତା ବାନାର୍ଜୀଙ୍କ ଉପରେ ମଧ୍ୟ ଅନେକଥର ଆକ୍ରମଣ କରିଥିଲେ। ତୃଣମୂଳ କଂଗ୍ରେସ କ୍ଷମତାସୀନ ହେବା ପରେ ସେଭଳି ଗୁଣ୍ଡାମାନେ ବାମପନ୍ଥୀ ସମର୍ଥକଙ୍କୁ ଖୋଜି ଖୋଜି ମାରିଥିଲେ ଏବଂ ମମତାଙ୍କ ସହିତ ସୁରୁଖୁରୁରେ ମିଶିଯାଇଥିଲେ। ଏବେ ମମତାଙ୍କ ପତନ ଘଟିବା ପରେ ସେହିଭଳି ଅରାଜକତାକୁ ସମର୍ଥନ କରୁଥିବା ରାଜନୈତିକ କର୍ମୀ ସ୍ବାଭାବିକ ଭାବେ ନୂଆ ଶାସକ ଦଳରେ ମିଶିବାକୁ ବ୍ୟାକୁଳ ହେଉଥିବେ। ବଡ଼ ନେତାଙ୍କୁ ପିଟି ପାରିଲେ ଦଳବଦଳ କରିବା ପାଇଁ ପାସପୋର୍ଟ ମିଳିଯାଏ। ଅର୍ଥାତ୍‌ ସେହିଭଳି ହିଂସାତ୍ମକ ଚରିତ୍ର ପୋଷଣ କରୁଥିବା ପୂର୍ବରୁ ତୃଣମୂଳରେ ଥିବା କର୍ମୀ ଏବେ ଶାସକ ଭାଜପାରେ ମିଶିଯାଉଥିବେ। ବ୍ୟକ୍ତିବିଶେଷଙ୍କୁ ଆଧାର କରି ଗଢ଼ି ଉଠିଥିବା ଆଞ୍ଚଳିକ ଦଳକୁ ପୂର୍ବରୁ କଂଗ୍ରେସ ହରାଇ ଦେଉଥିଲା। ସେହିଭଳି ଏବେ ବିଜୁ ଜନତା ଦଳ, ଶିବସେନା ଏବଂ ତୃଣମୂଳ କଂଗ୍ରେସ ଭଳି ଦଳକୁ ଭାଜପା ହରାଇଦେଇପାରୁଛି। ଊଦାହରଣ ସ୍ବରୂପ, ଓଡ଼ିଶାରେ କଂଗ୍ରେସ ବିଶେଷକରି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୧୪ ବର୍ଷର କୁଶାସନରେ ଅତିଷ୍ଠ ହୋଇପଡ଼ିଥିବା ରାଜ୍ୟବାସୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି)କୁ ୨୦୦୦ ମସିହାରେ କ୍ଷମତାକୁ ଆଣିଥିଲେ। ୨୪ ବର୍ଷର ଶାସନ ସେହି ‘ଦୀର୍ଘ ଶାସନ କାଳ’ର ଗତିକୁ ସୂଚାଇଛି। ସମଗ୍ର ଶାସନର ପ୍ରଥମାର୍ଦ୍ଧରୁ ଊର୍ଦ୍ଧ୍ୱ ସମୟ ଯାଏ ବିଜେଡି ଶାସନ ପ୍ରତି ଜନସାଧାରଣ ଆକର୍ଷିତ ହୋଇଥିଲେ। ହେଲେ ଶେଷ ଆଡ଼କୁ ରାଜନୈତିକ ଆଭିମୁଖ୍ୟ ପରିବର୍ତ୍ତେ ଦଳ ଯେତେବେଳେ ନେତାଙ୍କଠୁ ଦୂରେଇଗଲା ସେତେବେଳେ ବିଜେଡିର ପତନ ହେଲା। ସେହିଭଳି ଭାବେ ମମତା ବାନାର୍ଜୀଙ୍କ ୧୫ ବର୍ଷ ଶାସନକୁ ଦେଖିଲେ ଶେଷ ୫ ବର୍ଷରେ ହିଂସା, ଦୁର୍ନୀତି ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପୂରାଇ ଭୋଟବ୍ୟାଙ୍କ ସୃଷ୍ଟିକରିବା ଉଦ୍ୟମରେ ଭାଜପା ରଣନୀତି ତାଙ୍କୁ ବଳେଇଗଲା। ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ( ଏସ୍‌ଆଇଆର୍‌) ମାଧ୍ୟମରେ ଜ୍ଞାନେଶ କୁମାରଙ୍କ କୌଶଳ ଏବଂ ବିପୁଳ ଅର୍ଥ ପରିବର୍ତ୍ତନ ଆଣିଦେଇପାରିଲା ବୋଲି ସମଗ୍ର ଦେଶ ଦେଖିଲା।
ଏହି ଦୁଇଟି ରାଜ୍ୟର ଉଦାହରଣ ଦର୍ଶାଉଛି ଯେ, ଓଡ଼ିଶା ଭଳି ପାଦଚଟା କିମ୍ବା ପଶ୍ଚିମବଙ୍ଗ ଭଳି ସବୁକଥାରେ ବିରୋଧ ରାଜନୀତି ଉଭୟ ରାଜ୍ୟର ଆଞ୍ଚଳିକ ଦଳକୁ ପରାଜୟ ଚଖେଇ ଭବିଷ୍ୟତ ପାଇଁ ଦୁର୍ବଳ କରିଦେଲା। ସାଧାରଣତଃ ଜନସାଧାରଣଙ୍କ ସମର୍ଥନ ସେତିକିବେଳେ ରହିବ, ଯେତେବେଳେ ଆଞ୍ଚଳିକ ଦଳର ଆଭିମୁଖ୍ୟ ନିଜ ରାଜ୍ୟବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିବ। ଏହି କଥାକୁ ଭୁଲିଯାଇ ନେତାମାନେ ନିଜର ସ୍ବାର୍ଥ ଓ ଅଂହଭାବରେ ପାଗଳ ଭଳି ହୋଇଯାଆନ୍ତି। ଉଭୟ ରାଜ୍ୟର ନେତା ଭାବିଲେ ସେମାନେ ବୋଧିସତ୍ତ୍ୱ ବା ଉଚ୍ଚସ୍ତରରେ ପହଞ୍ଚିଗଲେଣି, ଯେଉଁ ମେଣ୍ଢା ବା ଛେଳିକୁ ବସାଇଦେବେ ସେହି ପଶୁ ଜନସାଧାରଣଙ୍କୁ ଗୋଠକରି ଭିଡ଼ିନେବ। ଉଭୟ ସେଥିପାଇଁ ମାଡ଼ ଖାଇଗଲେ। ତାଙ୍କ ସହିତ ରହି ସବୁ ପ୍ରକାର ସୁବିଧା ସୁଯୋଗ ଶୋଷଣ କରିଥିବା ନେତା ଓ କର୍ମୀ ଏବେ ବାଡ଼ ଡେଇଁବା ପାଇଁ ଚେଷ୍ଟା କରିବା ସ୍ବାଭାବିକ। ଏହିଭଳି ବାଡ଼ଡିଆଁ ‘ଦଳବଦ୍‌ଲୁ’ମାନଙ୍କୁ ସବୁଦଳରେ ସ୍ବାଗତ କରାଯାଉଛି ବୋଲି ଭାରତବର୍ଷର କୌଣସି ରାଜନୈତିକ ଚିନ୍ତାଧାରାର ଉନ୍ନତି ଘଟିପାରୁନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri