ପୋଖତ ପ୍ରତିନିଧି

-ଜିତେନ୍ଦ୍ର କୁମାର ନାୟକ

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ବିଶ୍ୱ ମଞ୍ଚରେ ପ୍ରତିଟି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟକୁ ଠିକ୍‌ ଭାବେ ଉପସ୍ଥାପନ କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଗତ କିଛିବର୍ଷ ହେବ ଦେଖାଯାଉଛି ଯେ, ଭାରତର ସ୍ଥାୟୀ ପ୍ରତନିଧିମାନେ ଯଥାର୍ଥ ଯୁକ୍ତି ଉପସ୍ଥାପନ କରି ଦେଶର ମାନ ବଢ଼ାଇପାରିଛନ୍ତି। ସୟଦ ଆକବରୁଦ୍ଦିନ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ କୂଟନୀତିର ଏକ ପ୍ରମୁଖ ପରିଚିତ ନାମ ପାଲଟିପାରିଛନ୍ତି। ତାଙ୍କ ଯୁକ୍ତି ଓ ଉପସ୍ଥାପନା ଶୈଳୀ ଭାରତୀୟ କୂଟନୀତି କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିଛି। ଏବେ ତାଙ୍କ ସ୍ଥାନରେ ଅନ୍ୟତମ ପୋଖତ କୂଟନୀତିଜ୍ଞ ଟି.ଏସ୍‌. ତିରୁମୂର୍ତ୍ତି ନିଯୁକ୍ତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ତିରୁମୂର୍ତ୍ତି ୭ ମାର୍ଚ୍ଚ ୧୯୬୨ରେ ତାମିଲନାଡୁ ରାଜଧାନୀ ଚେନ୍ନାଇ (ପୂର୍ବରୁ ଥିଲା ମାଡ୍ରାସ)ରେ ଜନ୍ମଗ୍ରହଣ କରିଥିଲା। ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଆଇନ ବିଦ୍ୟାରେ ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପାଇଁ ମନ ବଳାଇବାରୁ ସେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ଯୋଗ ଦେଇଥିଲେ। ୧୯୮୫ରେ ସେ ଦେଶର ଏହି ପ୍ରମୁଖ ସେବାରେ ନିଜକୁ ନିୟୋଜିତ କରି ସମୟକ୍ରମେ କାଇରୋ, ଜେନେଭା, ଗାଜା, ଓ୍ବାଶିଂଟନ ଡିସି ଏବଂ ଜାକର୍ତ୍ତା ଭଳି ଅନ୍ତର୍ଜାତୀୟ ନଗରୀରେ ଥିବା ଭାରତୀୟ କୂଟନୈତିକ ମିଶନରେ କାର୍ଯ୍ୟ କରିଥିଲେ। ଏଥିସହିତ ନୂଆଦିଲ୍ଲୀସ୍ଥିତ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଉପସଚିବ (ଭୁଟାନ), ବିଦେଶ ସଚିବଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ, ଯୁଗ୍ମ ସଚିବ (ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାନମାର ଓ ମାଳଦ୍ୱୀପ) ଏବଂ ଯୁଗ୍ମ ସଚିବ (ଜାତିସଂଘ ଅର୍ଥନୈତିକ ଓ ସାମାଜିକ) ଭାବେ ଦାୟିତ୍ୱ ତୁଲାଇଥିଲେ। ପାଲେଷ୍ଟାଇନ୍‌କୁ ଭାରତର ପ୍ରଥମ ପ୍ରତିନିଧି ରୂପେ କାର୍ଯ୍ୟ କରିବାର ଗୌରବ ତିରୁମୂର୍ତ୍ତିଙ୍କୁ ମିଳିଥିଲା। ସେହିଭଳି ଜାକର୍ତ୍ତାରେ ଡେପୁଟି ଚିଫ୍‌ ଅଫ୍‌ ମିଶନ ଏବଂ ମାଲେସିଆରେ ଭାରତର ଉଚ୍ଚାୟୁକ୍ତ ହୋଇଥିଲେ। ଜାତିସଂଘର ସ୍ଥାୟୀ ସଚିବ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଭାରତରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ବିଭାଗର ସଚିବ ହୋଇଥିଲେ। ଆକବରୁଦ୍ଦିନଙ୍କ କାର୍ଯ୍ୟ ଶେଷ ହେବା ପରେ ୩୦ ଏପ୍ରିଲ ୨୦୨୦ରେ ତିରୁମୂର୍ତ୍ତିଙ୍କୁ ଭାରତୀୟ କୂଟନୀତି କ୍ଷେତ୍ରରେ ଥିବା ମର୍ଯ୍ୟାଦାଜନକ ପଦବୀ ଭାବେ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ବା ରାଷ୍ଟ୍ରଦୂତ ରୂପେ ଅବସ୍ଥାପିତ କରାଯାଇଛି। ଅନ୍ତର୍ଜାତୀୟ ଫୋରମ୍‌ରେ ପ୍ରତିଟି ପ୍ରସଙ୍ଗରେ ତିରୁମୂର୍ତ୍ତି ଭାରତର ଆଭିମୁଖ୍ୟ କିଭଳି ଉପସ୍ଥାପନ କରି ଦେଶ ପାଇଁ ଯଶ ଆଣୁଛନ୍ତି ତାହା ଉପରେ ନଜର ରହିବା ସ୍ବାଭାବିକ। ବର୍ତ୍ତମାନର ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଭାରତର ଓଜନ ଅନ୍ତର୍ଜାତୀୟ ସ୍ତରରେ ବଢ଼ିବାରେ ଲାଗିଛି। ପ୍ରତି ପ୍ରସଙ୍ଗରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ୍‌ ଭଳି ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ଗୁରୁତ୍ୱ ଦେଉଛନ୍ତି। କରୋନା ମହାମାରୀ ସମୟରେ ଭାରତର ସ୍ବାସ୍ଥ୍ୟ କୂଟନୀତି ଅନେକ ପାଦ ଆଗକୁ ଯାଇପାରିଛି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ପାଇଁ ଭାରତ ଉପରେ ନିର୍ଭର କରିବା ଓ ନୂଆଦିଲ୍ଲୀ ଠିକ୍‌ ସମୟରେ ତାହାକୁ ପ୍ରେରଣ କରି ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କେବଳ ଆମେରିକା ନୁହେଁ, ଅନେକ ଦେଶ ମଧ୍ୟ ଭାରତର ସହାୟତା ନେଇଛନ୍ତି। ଏଥିରୁ ଅନ୍ୟାନ୍ୟ କ୍ଷେତ୍ରରେ ଆଗକୁ ଭାରତ ଉତ୍ତମ କୂଟନୈତିକ ପ୍ରଦର୍ଶନ କରିବାର ସଙ୍କେତ ମିଳିଲାଣି। ତିରୁମୂର୍ତ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କଠାରୁ ଅନେକ ଆଶା କରାଯିବା ସ୍ବାଭାବିକ।
ତିରୁମୂର୍ତ୍ତିଙ୍କ ପାରିବାରିକ ଜୀବନ କହିଲେ ସହଧର୍ମିଣୀ ଗୌରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ସଂସାର। ଗୌରୀ ହେଉଛନ୍ତି ପୂର୍ବତନ ଟେନିସ୍‌ ଖେଳାଳି ରାମନାଥନ୍‌ କ୍ରିଷ୍ଣନ୍‌ଙ୍କ ଝିଅ। ୧୯୮୨ରେ ଗୌରୀ ଭାରତୀୟ ଜାତୀୟ ଜୁନିୟର ଚାମ୍ପିୟନ ହୋଇପାରିଥିଲେ। ଏପରି କି ଗୌରୀଙ୍କ କନ୍ୟା ଭବାନୀ ତିରୁମୂର୍ତ୍ତି ମଧ୍ୟ ଜଣେ ଟେନିସ୍‌ ଖେଳାଳି। କୂଟନୈତିକ ସେବା ଓ ପାରିବାରିକ ବନ୍ଧନ ବଜାୟ ରଖିବାରେ ଟି.ଏସ୍‌. ତିରୁମୂର୍ତ୍ତି ସମୟ ଦେବା ସତ୍ତ୍ୱେ ପୁସ୍ତକ ରଚନାରେ ମନୋନିବେଶ କରିପାରିଛନ୍ତି। ‘କିସିଂ ଦି ହେଭେନ୍ସ: ଦି କୈଳାସ ମାନସରୋବର ଯାତ୍ରା’, ‘କ୍ଲାଇଭ୍‌ ଆଭିନ୍ୟୁ’ ଏବଂ ‘ଚେନ୍ନାଇବାସୀ’ ଭଳି ବହି ଲେଖି ସେ ନିଜର ଲେଖକୀୟ ଦକ୍ଷତା ମଧ୍ୟ ପ୍ରଦର୍ଶନ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri