ପେସା ଫାୟାରମ୍ୟାନ : ନିଶା ସୈନିକ ଗଢ଼ିବା

ମାହାଙ୍ଗା,୨୬ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ସେବା ସଂସ୍ଥାରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରନ୍ତି ନିତ୍ୟାନନ୍ଦ ମହାନ୍ତି। ଯୁବକଙ୍କୁ ସେନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରସ୍ତୁତି କରାଇବା ତାଙ୍କ ନିଶା ପାଲଟିଛି। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମଧ୍ୟରେ ନିତିଆ ସାର୍‌ ଭାବେ ପରିଚିତ ଏହି ୩୨ ବର୍ଷୀୟ ଯୁବକଙ୍କ ଘର ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ। ୨୦୧୩ରେ ଅଗ୍ନିଶମ ବିଭାଗରେ ନିଯୁକ୍ତି ପାଇ ଜଗତସିଂହପୁର,ତିର୍ତ୍ତୋଲ,ଏରସମା ଆଦି ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। ୨୦୧୫ରେ ମାହାଙ୍ଗା ବ୍ଲକ କୁଆଁପାଳ ଅଗ୍ନିଶମ ବିଭାଗକୁ ବଦଳି ହୋଇ ଆସିଥିଲେ। ସେଠାରେ ରହିବା ସମୟରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜେଏନ କଲେଜ ବଣୁଆ ପଡିଆରେ ନିଜେ ଶାରୀରିକ ବ୍ୟାୟାମ କରିବା ଆରମ୍ଭ କରିଥିଲେ। ପରେ ୨୦୧୬ରେ ଅଳିଯୋଡା ଗ୍ରାମର ରଞ୍ଜନ ସ୍ବାଇଁଙ୍କୁ ସୈନ୍ୟବାହିନୀରେ ଭର୍ତ୍ତି କରାଇବା ପାଇଁ ଶାରୀରିକ ଓ ଲିଖିତ ପରୀକ୍ଷାର ପ୍ରଶିକ୍ଷଣ ଦେଇଥିଲେ। ଏଠାରୁ ପ୍ରଶିକ୍ଷଣ ନେଇ ୨୦୧୭ରେ ଉକ୍ତ ଯୁବକ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିଲେ। ଏଥିରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳର ୧୫ରୁ ୧୬ ଜଣ ଯୁବକ ତାଙ୍କ ପାଖକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ।ଅଧିକ ଯୁବକ ପ୍ରଶିକ୍ଷଣ ନେବା ପାଇଁ ଆସିବାରୁ ସେ ବଣୁଆ ଆଥଲେଟ ନାମରେ ଏକ ସଂଘ ଗଢ଼ିଲେ। ପ୍ରଶିକ୍ଷଣ ନେଉଥିବା ଯୁବକମାନଙ୍କ ମଧ୍ୟରୁ ୨ ଜଣ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିବାବେଳେ ଜଣେ ପୋଲିସ କମିଶନରେଟରେ ନିଯୁକ୍ତି ପାଇଥିଲେ।
ନିତ୍ୟାନନ୍ଦ ବିନାପାରିଶ୍ରମିକରେ ଏହି ତାଲିମ ପ୍ରଦାନ କରୁଥିବା ବିଷୟ ପ୍ରଚାରିତ ହେବା ପରେ ମାହାଙ୍ଗା, ସାଲେପୁର,ବଡଚଣା ଆଦି ଅଞ୍ଚଳର ବହୁ ଗରିବ ଯୁବକ ତାଙ୍କ ପାଖକୁ ତାଲିମ୍‌ ନେବାକୁ ଆସୁଛନ୍ତି । ଏବେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଗରିବ ଯୁବକ ତାଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି। ଚଳିତ ବର୍ଷ ମଧ୍ୟ ବଣୁଆ ଆଥଲେଟ୍‌ର ୩ ଜଣ ଯୁବକ ସୈନ୍ୟବାହିନୀରେ ନିଯୁକ୍ତି ପାଇଛନ୍ତି। ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ସତ୍ତ୍ୱେ ନିଜ ଅଫିସ କାର୍ଯ୍ୟରେ ସେ କେବେ ହେଳା କରି ନ ଥାନ୍ତି। ଅଫିସ କାର୍ଯ୍ୟ ପରେ ପ୍ରତ୍ୟହ ପ୍ରତ୍ୟୁଷ ଓ ଅପରାହ୍ନରେ ଆସି ଯୁବକମାନଙ୍କୁ ତାଲିମ ଦେଉଛନ୍ତି। ଏବେ ବଣୁଆ ଖେଳପଡିଆରେ ଦାୈଡ,ରଶି ଚଢା, , ଉଚ୍ଚ ଡିଆ, ଲମ୍ବ ଡିଆଁ, ବାଧା ଦୌଡ, ବାଲି ବସ୍ତା ବୁହା, ଟାୟାର ଟଣା ଏବଂ ଓଜନ ନିୟନ୍ତ୍ରଣ ଟ୍ରେନିଂ ଆଦି ସମ୍ପର୍କରେ ତାଲିମ ଦିଆଯାଉଛି। କେବଳ ଶାରୀରିକ ପରୀକ୍ଷା ନୁହେଁ ଲିଖିତ ଓ ମାୈଖିକ ପରୀକ୍ଷା ପାଇଁ କଲେଜ ଛକ ନିକଟରେ ଥିବା ଏକ କ୍ଲବ ଘରେ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ନେଉଥିବା ଏହି ଯୁବକମାନେ ଜରୁରିକାଳୀନ ସେବାରେ ସ୍ବତସ୍ଫୂର୍ତ୍ତଭାବେ ଲୋକଙ୍କୁ ସହାୟତା କରିଥାନ୍ତି। ସେମାନେ ନିଅଁା ଲିଭାଇବାରେ ସାହାଯ୍ୟ କରିବା ସହ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହି ନେଇଥାନ୍ତି। ଏଠାରୁ ପ୍ରଶିକ୍ଷଣ ପାଇ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିବା ଯୁବକମାନେ ଏବେ ନିତ୍ୟାନନ୍ଦଙ୍କୁ ପ୍ରଶିକ୍ଷଣରେ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି। ସମ୍ପୃକ୍ତ ଯୁବକମାନେ ଘରକୁ ଆସିଲେ ପ୍ରତ୍ୟୁଷ ଏବଂ ଅପରାହ୍ନରେ ପ୍ରଶିକ୍ଷଣ ପଡ଼ିଆକୁ ଆସି ଅନ୍ୟ ସାଙ୍ଗମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି।
ସୈନ୍ୟବାହିନୀରେ ନିଯୁକ୍ତି ପାଇ ଛୁଟିରେ ଆସିଥିବା ମନୀଷ ସେଠୀ,ରଞ୍ଜନ ସେଠୀ କୁହନ୍ତି, ନିତିଆ ସାର୍‌ଙ୍କ ଉଦ୍ୟମରେ ଆମେ ସୈନ୍ୟବାହିନୀରେ ନିଯୁକ୍ତି ପାଇବାରେ ସଫଳ ହୋଇଛୁ। ଏବେ ଆମେ ଛୁଟିରେ ଆସିଥିଲେ ମଧ୍ୟ ଘରେ ନ ରହି ଅନ୍ୟ ଭାଇମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଏଠାକୁ ଆସିଛୁ। ଏ ସମ୍ପର୍କରେ ଫାୟାରମ୍ୟାନ ନିତ୍ୟାନନ୍ଦ କୁହନ୍ତି, ମୁଁ ଏଠାରେ କାୈଣସି ପ୍ରଶିକ୍ଷଣ ଦେଉନାହିଁ, ମୋର ଡ୍ୟୁଟି ସରିବା ପରେ ଯେତେବେଳେ ମୋର ବ୍ୟକ୍ତିଗତ ଶାରୀରିକ ପ୍ରଶିକ୍ଷଣ ଆରମ୍ଭ କରେ ସେତେବେଳେ ଏହି ଅଞ୍ଚଳର ଯୁବକମାନେ ସାମିଲ ହେଉଛନ୍ତି। ତେଣୁ ମୁଁ ଯାହା କରେ ସେମାନେ କେବଳ ମୋତେ ଅନୁକରଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri