ପେସା ଫାୟାରମ୍ୟାନ : ନିଶା ସୈନିକ ଗଢ଼ିବା

ମାହାଙ୍ଗା,୨୬ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ସେବା ସଂସ୍ଥାରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରନ୍ତି ନିତ୍ୟାନନ୍ଦ ମହାନ୍ତି। ଯୁବକଙ୍କୁ ସେନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରସ୍ତୁତି କରାଇବା ତାଙ୍କ ନିଶା ପାଲଟିଛି। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମଧ୍ୟରେ ନିତିଆ ସାର୍‌ ଭାବେ ପରିଚିତ ଏହି ୩୨ ବର୍ଷୀୟ ଯୁବକଙ୍କ ଘର ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ। ୨୦୧୩ରେ ଅଗ୍ନିଶମ ବିଭାଗରେ ନିଯୁକ୍ତି ପାଇ ଜଗତସିଂହପୁର,ତିର୍ତ୍ତୋଲ,ଏରସମା ଆଦି ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। ୨୦୧୫ରେ ମାହାଙ୍ଗା ବ୍ଲକ କୁଆଁପାଳ ଅଗ୍ନିଶମ ବିଭାଗକୁ ବଦଳି ହୋଇ ଆସିଥିଲେ। ସେଠାରେ ରହିବା ସମୟରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜେଏନ କଲେଜ ବଣୁଆ ପଡିଆରେ ନିଜେ ଶାରୀରିକ ବ୍ୟାୟାମ କରିବା ଆରମ୍ଭ କରିଥିଲେ। ପରେ ୨୦୧୬ରେ ଅଳିଯୋଡା ଗ୍ରାମର ରଞ୍ଜନ ସ୍ବାଇଁଙ୍କୁ ସୈନ୍ୟବାହିନୀରେ ଭର୍ତ୍ତି କରାଇବା ପାଇଁ ଶାରୀରିକ ଓ ଲିଖିତ ପରୀକ୍ଷାର ପ୍ରଶିକ୍ଷଣ ଦେଇଥିଲେ। ଏଠାରୁ ପ୍ରଶିକ୍ଷଣ ନେଇ ୨୦୧୭ରେ ଉକ୍ତ ଯୁବକ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିଲେ। ଏଥିରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳର ୧୫ରୁ ୧୬ ଜଣ ଯୁବକ ତାଙ୍କ ପାଖକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ।ଅଧିକ ଯୁବକ ପ୍ରଶିକ୍ଷଣ ନେବା ପାଇଁ ଆସିବାରୁ ସେ ବଣୁଆ ଆଥଲେଟ ନାମରେ ଏକ ସଂଘ ଗଢ଼ିଲେ। ପ୍ରଶିକ୍ଷଣ ନେଉଥିବା ଯୁବକମାନଙ୍କ ମଧ୍ୟରୁ ୨ ଜଣ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିବାବେଳେ ଜଣେ ପୋଲିସ କମିଶନରେଟରେ ନିଯୁକ୍ତି ପାଇଥିଲେ।
ନିତ୍ୟାନନ୍ଦ ବିନାପାରିଶ୍ରମିକରେ ଏହି ତାଲିମ ପ୍ରଦାନ କରୁଥିବା ବିଷୟ ପ୍ରଚାରିତ ହେବା ପରେ ମାହାଙ୍ଗା, ସାଲେପୁର,ବଡଚଣା ଆଦି ଅଞ୍ଚଳର ବହୁ ଗରିବ ଯୁବକ ତାଙ୍କ ପାଖକୁ ତାଲିମ୍‌ ନେବାକୁ ଆସୁଛନ୍ତି । ଏବେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଗରିବ ଯୁବକ ତାଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି। ଚଳିତ ବର୍ଷ ମଧ୍ୟ ବଣୁଆ ଆଥଲେଟ୍‌ର ୩ ଜଣ ଯୁବକ ସୈନ୍ୟବାହିନୀରେ ନିଯୁକ୍ତି ପାଇଛନ୍ତି। ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ସତ୍ତ୍ୱେ ନିଜ ଅଫିସ କାର୍ଯ୍ୟରେ ସେ କେବେ ହେଳା କରି ନ ଥାନ୍ତି। ଅଫିସ କାର୍ଯ୍ୟ ପରେ ପ୍ରତ୍ୟହ ପ୍ରତ୍ୟୁଷ ଓ ଅପରାହ୍ନରେ ଆସି ଯୁବକମାନଙ୍କୁ ତାଲିମ ଦେଉଛନ୍ତି। ଏବେ ବଣୁଆ ଖେଳପଡିଆରେ ଦାୈଡ,ରଶି ଚଢା, , ଉଚ୍ଚ ଡିଆ, ଲମ୍ବ ଡିଆଁ, ବାଧା ଦୌଡ, ବାଲି ବସ୍ତା ବୁହା, ଟାୟାର ଟଣା ଏବଂ ଓଜନ ନିୟନ୍ତ୍ରଣ ଟ୍ରେନିଂ ଆଦି ସମ୍ପର୍କରେ ତାଲିମ ଦିଆଯାଉଛି। କେବଳ ଶାରୀରିକ ପରୀକ୍ଷା ନୁହେଁ ଲିଖିତ ଓ ମାୈଖିକ ପରୀକ୍ଷା ପାଇଁ କଲେଜ ଛକ ନିକଟରେ ଥିବା ଏକ କ୍ଲବ ଘରେ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ନେଉଥିବା ଏହି ଯୁବକମାନେ ଜରୁରିକାଳୀନ ସେବାରେ ସ୍ବତସ୍ଫୂର୍ତ୍ତଭାବେ ଲୋକଙ୍କୁ ସହାୟତା କରିଥାନ୍ତି। ସେମାନେ ନିଅଁା ଲିଭାଇବାରେ ସାହାଯ୍ୟ କରିବା ସହ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହି ନେଇଥାନ୍ତି। ଏଠାରୁ ପ୍ରଶିକ୍ଷଣ ପାଇ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିବା ଯୁବକମାନେ ଏବେ ନିତ୍ୟାନନ୍ଦଙ୍କୁ ପ୍ରଶିକ୍ଷଣରେ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି। ସମ୍ପୃକ୍ତ ଯୁବକମାନେ ଘରକୁ ଆସିଲେ ପ୍ରତ୍ୟୁଷ ଏବଂ ଅପରାହ୍ନରେ ପ୍ରଶିକ୍ଷଣ ପଡ଼ିଆକୁ ଆସି ଅନ୍ୟ ସାଙ୍ଗମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି।
ସୈନ୍ୟବାହିନୀରେ ନିଯୁକ୍ତି ପାଇ ଛୁଟିରେ ଆସିଥିବା ମନୀଷ ସେଠୀ,ରଞ୍ଜନ ସେଠୀ କୁହନ୍ତି, ନିତିଆ ସାର୍‌ଙ୍କ ଉଦ୍ୟମରେ ଆମେ ସୈନ୍ୟବାହିନୀରେ ନିଯୁକ୍ତି ପାଇବାରେ ସଫଳ ହୋଇଛୁ। ଏବେ ଆମେ ଛୁଟିରେ ଆସିଥିଲେ ମଧ୍ୟ ଘରେ ନ ରହି ଅନ୍ୟ ଭାଇମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଏଠାକୁ ଆସିଛୁ। ଏ ସମ୍ପର୍କରେ ଫାୟାରମ୍ୟାନ ନିତ୍ୟାନନ୍ଦ କୁହନ୍ତି, ମୁଁ ଏଠାରେ କାୈଣସି ପ୍ରଶିକ୍ଷଣ ଦେଉନାହିଁ, ମୋର ଡ୍ୟୁଟି ସରିବା ପରେ ଯେତେବେଳେ ମୋର ବ୍ୟକ୍ତିଗତ ଶାରୀରିକ ପ୍ରଶିକ୍ଷଣ ଆରମ୍ଭ କରେ ସେତେବେଳେ ଏହି ଅଞ୍ଚଳର ଯୁବକମାନେ ସାମିଲ ହେଉଛନ୍ତି। ତେଣୁ ମୁଁ ଯାହା କରେ ସେମାନେ କେବଳ ମୋତେ ଅନୁକରଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri