ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ

ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି। ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ଗୁରୁବାର ବିଫଳ ହୋଇଛି। ଗୋଟେ ପଟେ ମ୍ୟାନେଜିଂ ଟ୍ରଷ୍ଟି ଶୃଙ୍ଖଳା ଓ ବିଧି ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିବାବେଳେ ଅନ୍ୟପକ୍ଷେ ପୂଜକ ବୃନ୍ଦ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଦୀର୍ଘ ୮ଦିନ ଧରି ପୀଠ ମଧ୍ୟରେ ଥିବା ରୋଷଘରେ ତାଲା ଝୁଲୁଛି। ପୂଜକ ବୃନ୍ଦ ପ୍ରସାଦ ପ୍ରସ୍ତୁତି ନିମନ୍ତେ ଅନୁମତି ଓ ରୋଷଘରୁ ତାଲା ଖୋଲିବାକୁ ଜିଦ୍‌ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖ ପୂଜକଙ୍କ ପରିବାର ପକ୍ଷରୁ ପୀଠ ପରିସରରେ ଧାରଣା ଦିଆଯାଇଥିଲା। ୭ ତାରିଖରେ ତିର୍ତ୍ତୋଲ ଆଇଆଇସି କେ.ପି. ମିଶ୍ର ଘଟଣାସ୍ଥଳକୁ ଆସି ୯ ତାରିଖରେ ପୂଜକ ବୃନ୍ଦଙ୍କ ସହ ଆଲୋଚନା କରାଯିବାକୁ ନିଷ୍ପତ୍ତି ନେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗୁରୁବାର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ରେଭିନ୍ୟୁ ଅଫିସର ପ୍ରମୋଦ ମହାପାତ୍ର, ଟ୍ରଷ୍ଟି ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କିଶୋରୀ ଭଳ, ଏସ୍‌ଡିପିଓ ଡି.ଆର. ଜେନା, ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସ୍ବାଇଁ, ସମିତିସଭ୍ୟଙ୍କ ସ୍ବାମୀ ଦିଲୀପ କୁମାର ସ୍ବାଇଁ ଓ ଟ୍ରଷ୍ଟ ବୋର୍ଡ ସଭ୍ୟମାନେ ଉପସ୍ଥିତ ଥିଲେ ସୁଦ୍ଧା, ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟି ମଧ୍ୟରେ ଆଲୋଚନା ବିଫଳ ହୋଇଥିଲା। ପୂଜକମାନଙ୍କ ପକ୍ଷରୁ ଆମନ୍ତ୍ରଣ କରାଯାଇଥିବା କେତେଜଣ ବାହାର ଭଦ୍ରଲୋକଙ୍କୁ ବୈଠକରେ ବସିବାକୁ ଅନୁମତି ମିଳି ନ ଥିଲା। ଫଳରେ ପୂଜକମାନେ ସର୍ତ୍ତ ଅନୁଯାୟୀ ଆଲୋଚନା ଟେବୁଲକୁ ଆସିଲେ ନାହିଁ। ଭଦ୍ରଲୋକଙ୍କୁ ଉପସ୍ଥିତ ରହିବାକୁ ପୂଜକମାନେ ଜିଦ୍‌ ଧରିଥିବା ବେଳେ ପ୍ରଶାସନିକ ବିଧିବ୍ୟବସ୍ଥା ମଧ୍ୟରେ ମ୍ୟାନେଜିଂ ଟ୍ରଷ୍ଟି କେବଳ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କୁ ରହିବା ପାଇଁ ଅନୁମତି ଦେବ ବୋଲି ଉପଜିଲାପାଳ ମହାନ୍ତି କହିଥିଲେ। ଫଳରେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ସ୍ଥିତି ଜଟିଳ ହେବାରେ ଲାଗିଛି।
ତେବେ ପୂର୍ବବତ ପୂଜକମାନଙ୍କୁ କାହିଁକି ପ୍ରସାଦ ପ୍ରସ୍ତୁତିରୁ ବାରଣ କରାଗଲା ବୋଲି ଉତ୍ତରରେ ଉପଜିଲାପାଳ ଏଜିଙ୍କ ରିପୋର୍ଟକୁ ଆଧାରକରି ତଥ୍ୟ ରଖିଥିଲେ। ଗତ କେତେବର୍ଷ ଧରି ପୀଠରେ କେତେଜଣ ପୂଜକଙ୍କ ସହ ବାହାରର ୩ ଜଣ ଲୋକ, ଟ୍ରଷ୍ଟ ବୋର୍ଡ ରୋଷଘରକୁ ବ୍ୟବହାର କରି ପ୍ରସାଦ ବିକ୍ରି କରୁଛନ୍ତି। ତେବେ ଏ ସମ୍ପର୍କରେ କୌଣସି ରାଜସ୍ବ ଟ୍ରଷ୍ଟ ବୋର୍ଡକୁ ଆସୁନାହିଁ। ରୋଷେଇ ଉପକରଣ, ପାଣି, ଲାଇଟ, ଟହଲିଆଙ୍କ ମଜୁରି ଓ ଅନ୍ୟାନ୍ୟ ବାବଦରେ ଟ୍ରଷ୍ଟବୋର୍ଡ ଖର୍ଚ୍ଚ କରୁଥିବା ବେଳେ, ମାନସିକ ପ୍ରସାଦ ନଁାରେ ଏଠି ରୀତିମତ ବେପାର ଚାଲିଥିବା ମ୍ୟାନେଜିଂ ଟ୍ରଷ୍ଟି ମହାନ୍ତି କହିଛନ୍ତି। ଯଦି ଏହା ବିଧିବ୍ୟବସ୍ଥା ଟ୍ରଷ୍ଟ ବୋର୍ଡ ଦ୍ୱାରା ପରିଚାଳିତ ହୁଆନ୍ତା ତାହା ହେଲେ ବାର୍ଷିକ ୩ କୋଟି ଟଙ୍କା ଆୟ ହୋଇପାରନ୍ତା। ଆୟ ଅର୍ଥ ପୀଠର ଉନ୍ନତି ମାର୍ଗରେ ଖର୍ଚ୍ଚ କରାଯାଇ ପାରନ୍ତା ବୋଲି ଏଜି ରିପୋର୍ଟ ପ୍ରଦାନ କରିଥିବା ମ୍ୟାନେଜିଂ ଟ୍ରଷ୍ଟି ମହାନ୍ତି କହିଛନ୍ତି। ତେବେ ଏହି ପରିସ୍ଥିତିରେ ଅଞ୍ଚଳବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀ ତଥା ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକରେ ସଭ୍ୟ ଆଇନଜୀବୀ ଜୀବନବଲ୍ଲଭ ମହାନ୍ତି, ସୁରେନ୍ଦ୍ରନାଥ ସ୍ବାଇଁ, ସୁଶାନ୍ତ ଦାଶ, କ୍ଷୀରୋଦ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ବାଦଲ ଯୋଗାଣିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri