ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ

ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି। ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ଗୁରୁବାର ବିଫଳ ହୋଇଛି। ଗୋଟେ ପଟେ ମ୍ୟାନେଜିଂ ଟ୍ରଷ୍ଟି ଶୃଙ୍ଖଳା ଓ ବିଧି ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିବାବେଳେ ଅନ୍ୟପକ୍ଷେ ପୂଜକ ବୃନ୍ଦ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଦୀର୍ଘ ୮ଦିନ ଧରି ପୀଠ ମଧ୍ୟରେ ଥିବା ରୋଷଘରେ ତାଲା ଝୁଲୁଛି। ପୂଜକ ବୃନ୍ଦ ପ୍ରସାଦ ପ୍ରସ୍ତୁତି ନିମନ୍ତେ ଅନୁମତି ଓ ରୋଷଘରୁ ତାଲା ଖୋଲିବାକୁ ଜିଦ୍‌ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖ ପୂଜକଙ୍କ ପରିବାର ପକ୍ଷରୁ ପୀଠ ପରିସରରେ ଧାରଣା ଦିଆଯାଇଥିଲା। ୭ ତାରିଖରେ ତିର୍ତ୍ତୋଲ ଆଇଆଇସି କେ.ପି. ମିଶ୍ର ଘଟଣାସ୍ଥଳକୁ ଆସି ୯ ତାରିଖରେ ପୂଜକ ବୃନ୍ଦଙ୍କ ସହ ଆଲୋଚନା କରାଯିବାକୁ ନିଷ୍ପତ୍ତି ନେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗୁରୁବାର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ରେଭିନ୍ୟୁ ଅଫିସର ପ୍ରମୋଦ ମହାପାତ୍ର, ଟ୍ରଷ୍ଟି ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କିଶୋରୀ ଭଳ, ଏସ୍‌ଡିପିଓ ଡି.ଆର. ଜେନା, ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସ୍ବାଇଁ, ସମିତିସଭ୍ୟଙ୍କ ସ୍ବାମୀ ଦିଲୀପ କୁମାର ସ୍ବାଇଁ ଓ ଟ୍ରଷ୍ଟ ବୋର୍ଡ ସଭ୍ୟମାନେ ଉପସ୍ଥିତ ଥିଲେ ସୁଦ୍ଧା, ପୂଜକ ଓ ମ୍ୟାନେଜିଂ ଟ୍ରଷ୍ଟି ମଧ୍ୟରେ ଆଲୋଚନା ବିଫଳ ହୋଇଥିଲା। ପୂଜକମାନଙ୍କ ପକ୍ଷରୁ ଆମନ୍ତ୍ରଣ କରାଯାଇଥିବା କେତେଜଣ ବାହାର ଭଦ୍ରଲୋକଙ୍କୁ ବୈଠକରେ ବସିବାକୁ ଅନୁମତି ମିଳି ନ ଥିଲା। ଫଳରେ ପୂଜକମାନେ ସର୍ତ୍ତ ଅନୁଯାୟୀ ଆଲୋଚନା ଟେବୁଲକୁ ଆସିଲେ ନାହିଁ। ଭଦ୍ରଲୋକଙ୍କୁ ଉପସ୍ଥିତ ରହିବାକୁ ପୂଜକମାନେ ଜିଦ୍‌ ଧରିଥିବା ବେଳେ ପ୍ରଶାସନିକ ବିଧିବ୍ୟବସ୍ଥା ମଧ୍ୟରେ ମ୍ୟାନେଜିଂ ଟ୍ରଷ୍ଟି କେବଳ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କୁ ରହିବା ପାଇଁ ଅନୁମତି ଦେବ ବୋଲି ଉପଜିଲାପାଳ ମହାନ୍ତି କହିଥିଲେ। ଫଳରେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ସ୍ଥିତି ଜଟିଳ ହେବାରେ ଲାଗିଛି।
ତେବେ ପୂର୍ବବତ ପୂଜକମାନଙ୍କୁ କାହିଁକି ପ୍ରସାଦ ପ୍ରସ୍ତୁତିରୁ ବାରଣ କରାଗଲା ବୋଲି ଉତ୍ତରରେ ଉପଜିଲାପାଳ ଏଜିଙ୍କ ରିପୋର୍ଟକୁ ଆଧାରକରି ତଥ୍ୟ ରଖିଥିଲେ। ଗତ କେତେବର୍ଷ ଧରି ପୀଠରେ କେତେଜଣ ପୂଜକଙ୍କ ସହ ବାହାରର ୩ ଜଣ ଲୋକ, ଟ୍ରଷ୍ଟ ବୋର୍ଡ ରୋଷଘରକୁ ବ୍ୟବହାର କରି ପ୍ରସାଦ ବିକ୍ରି କରୁଛନ୍ତି। ତେବେ ଏ ସମ୍ପର୍କରେ କୌଣସି ରାଜସ୍ବ ଟ୍ରଷ୍ଟ ବୋର୍ଡକୁ ଆସୁନାହିଁ। ରୋଷେଇ ଉପକରଣ, ପାଣି, ଲାଇଟ, ଟହଲିଆଙ୍କ ମଜୁରି ଓ ଅନ୍ୟାନ୍ୟ ବାବଦରେ ଟ୍ରଷ୍ଟବୋର୍ଡ ଖର୍ଚ୍ଚ କରୁଥିବା ବେଳେ, ମାନସିକ ପ୍ରସାଦ ନଁାରେ ଏଠି ରୀତିମତ ବେପାର ଚାଲିଥିବା ମ୍ୟାନେଜିଂ ଟ୍ରଷ୍ଟି ମହାନ୍ତି କହିଛନ୍ତି। ଯଦି ଏହା ବିଧିବ୍ୟବସ୍ଥା ଟ୍ରଷ୍ଟ ବୋର୍ଡ ଦ୍ୱାରା ପରିଚାଳିତ ହୁଆନ୍ତା ତାହା ହେଲେ ବାର୍ଷିକ ୩ କୋଟି ଟଙ୍କା ଆୟ ହୋଇପାରନ୍ତା। ଆୟ ଅର୍ଥ ପୀଠର ଉନ୍ନତି ମାର୍ଗରେ ଖର୍ଚ୍ଚ କରାଯାଇ ପାରନ୍ତା ବୋଲି ଏଜି ରିପୋର୍ଟ ପ୍ରଦାନ କରିଥିବା ମ୍ୟାନେଜିଂ ଟ୍ରଷ୍ଟି ମହାନ୍ତି କହିଛନ୍ତି। ତେବେ ଏହି ପରିସ୍ଥିତିରେ ଅଞ୍ଚଳବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀ ତଥା ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ବୈଠକରେ ସଭ୍ୟ ଆଇନଜୀବୀ ଜୀବନବଲ୍ଲଭ ମହାନ୍ତି, ସୁରେନ୍ଦ୍ରନାଥ ସ୍ବାଇଁ, ସୁଶାନ୍ତ ଦାଶ, କ୍ଷୀରୋଦ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ବାଦଲ ଯୋଗାଣିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri