ପରିତ୍ୟକ୍ତ ଗୃହରେ ଚାଲିଛି ‘ସଖୀ’ କେନ୍ଦ୍ର ନିଜସ୍ବ ବିଲ୍ଡିଂ ପାଇଁ ଚିହ୍ନଟ ଜମିକୁ ନେଇ ଦ୍ୱନ୍ଦ୍ୱ

ଜଗତ୍‌ସିଂହପୁର ଅଫିସ୍‌,୧୦।୧: ରାଜଧାନୀ ଦିଲ୍ଲୀରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ମାମଲାର ବିଚାର ସମୟରେ ନିର୍ଯାତନାର ଶିକାର ହେଉଥିବା ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ସହାୟତା ପାଇଁ ୱାନ୍‌ ଷ୍ଟପ୍‌ ସେଣ୍ଟର ବା ‘ସଖୀ’ କେନ୍ଦ୍ର ଖୋଲିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ପ୍ରତି ଜିଲାରେ ସଖୀ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶାନୁସାରେ ୨୦୧୯ ଡିସେମ୍ବରରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସ୍ଥାୟୀ ଭାବେ ଏକ କ୍ବାର୍ଟରରେ ୱାନ୍‌ ଷ୍ଟପ୍‌ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସ୍ଥାୟୀ ବିଲ୍ଡିଂ ନିର୍ମାଣ ପାଇଁ ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମରେ ଜମି ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଯେହେତୁ ପୀଡ଼ିତାଙ୍କୁ କେନ୍ଦ୍ରରେ ରଖାଯିବା ନିୟମ ରହିଛି, ତେଣୁ ସୁରକ୍ଷା ଓ ଅନ୍ୟାନ୍ୟ ଦୃଷ୍ଟିରୁ ଏହି ସ୍ଥାନ ଉପଯୁକ୍ତ ହୋଇ ନ ଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାସ୍ତାପାର୍ଶ୍ୱ ଯେକୌଣସି ଉପଯୁକ୍ତ ସ୍ଥାନରେ କେନ୍ଦ୍ର କରାଯିବାକୁ ଦାବି ହେଉଥିବା ବେଳେ ଏଥିମଧ୍ୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଅନ୍ୟପକ୍ଷରେ ଦ୍ୱିତଳ ବିଶିଷ୍ଟ ବିଲ୍ଡିଂ ନିର୍ମାଣ ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏହି ଅନୁଦାନ ରାଶି ଜଗତ୍‌ସିଂହପୁର ପୂର୍ତ୍ତ ବିଭାଗକୁ ବିଲ୍ଡିଂ ନିର୍ମାଣ ପାଇଁ ଦିଆଯାଇଛି। ଜମି ଚିହ୍ନଟରେ ବିଳମ୍ବ ଯୋଗୁ ଅନୁଦାନ ବିନିଯୋଗ ହୋଇପାରୁ ନ ଥିବା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାଶ ସୂଚନା ଦେଇଛନ୍ତି।
ପାରିବାରିକ ହିଂସା, ଏସିଡ୍‌ ଆକ୍ରମଣ, ଅପହରଣ/ନିଖୋଜ, ଯୌନ ଉତ୍ପୀଡ଼ନ/ଶୋଷଣ, ଯୌତୁକ ନିର୍ଯାତନା, ବଳାତ୍କାର, ବାଲ୍ୟ ବିବାହ, ମହିଳା ଚାଲାଣ, ସାଇବର କ୍ରାଇମ୍‌ ଓ ଅନ୍ୟାନ୍ୟ ହିଂସାର ଶିକାର ହୋଇଥିବା ନାବାଳିକାଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସଖୀ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି। ୨୪ ଘଣ୍ଟିଆ ଏହି ସେବା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ସହ ସ୍ଥାନୀୟ ଏକ କ୍ଲବ ଚୁକ୍ତି କରିଛି। ଏ ସମ୍ପର୍କରେ ସମ୍ପୃକ୍ତ କ୍ଲବ ପକ୍ଷରୁ କୁହାଯାଇଛି, ଗତ ଡିସେମ୍ବରରେ ୬ ଜଣ ପୀଡିତା ସହାୟତା ଲୋଡିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପାରିବାରିକ ହିଂସା, ଜଣେ ନିଖୋଜ ଓ ଜଣେ ପ୍ରେମଜନିତ ପ୍ରତାରଣାର ଶିକାର ହୋଇଛନ୍ତି। ଏହି ମାସରେ ଏ ପର୍ଯ୍ୟନ୍ତ ୨ ଜଣ ପୀଡିତା ‘ସଖୀ’ର ସହାୟତା ଲୋଡିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଏବଂ ଅନ୍ୟ ଜଣେ ପାରିବାରିକ ହିଂସାର ଶିକାର ହୋଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆଶା, ଅଙ୍ଗନୱାଡ଼ି, ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ‘ସଖୀ’ ସମ୍ପର୍କରେ ଅବଗତ କରିବା ପାଇଁ ବୈଠକ କରାଯାଉଛି। ସଖୀ ବିଶେଷକରି ପାରିବାରିକ ହିଂସା ଓ ପକ୍‌ସୋ ଆଇନ ଉପରେ ଗୁରୁତ୍ୱ ଦେଉଛି। ଯେଉଁମାନେ କେନ୍ଦ୍ରରେ ପହଞ୍ଚତ୍ବେ, ସେମାନଙ୍କୁ ଆବଶ୍ୟକ ସ୍ଥଳେ ଅତିବେଶୀରେ ୫ ଦିନ ପର୍ଯ୍ୟନ୍ତ ଖାଦ୍ୟପେୟଠାରୁ ରହଣି ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯିବ। ଏହାଠାରୁ ଅଧିକ ରହିବା ଆବଶ୍ୟକ ହେଲେ ସ୍ବଧାର ଗୃହକୁ ପଠାଇ ଦିଆଯିବ। କେନ୍ଦ୍ର ପାଇଁ ୧୨୦୦ ବର୍ଗ ଫୁଟ ଜମି ଆବଶ୍ୟକ। କେନ୍ଦ୍ରର ଅଧ୍ୟକ୍ଷ ଜିଲାପାଳ ଥିବା ବେଳେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ଆବାହକ ରହିଛନ୍ତି। ସେହିପରି ଏସ୍‌ପି, ସିଡିଏମ୍‌ଓ, ଡିପିଓ, ଡିଏଲ୍‌ଏସ୍‌ଏ ସଚିବ, ୨ ଜଣ ମହିଳା ସମାଜସେବୀ, ଡିସିପିଓ ଓ ସିଡବ୍ଲ୍ୟୁସିର ଜଣେ ସଭ୍ୟ ରହିଛନ୍ତି। ତେବେ ସଖୀ କେନ୍ଦ୍ରର ବାସ୍ତବ ରୂପାୟନ ନେଇ ଅଧିକ ଉଦ୍ୟମ ହେବା ସହ ତୁରନ୍ତ ଜମି ଚିହ୍ନଟ ଓ ବିଲ୍ଡିଂ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ଏ ସମ୍ପର୍କରେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣମଞ୍ଜରୀ ନାୟକଙ୍କୁ ପଚାରିବାରେ ମେଡିକାଲ ପରିସରରେ କୌଣସି ସ୍ଥାନରେ ଜାଗା ମିଳି ପାରିବ କି ନାହିଁ ସେ ନେଇ ତଥ୍ୟ ଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଚିଠି କରାଯାଇଛି। ତାଙ୍କଠାରୁ ଉତ୍ତର ମିଳିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri