ପୁଣି ଚେନ୍ନାଇରୁ ବୋଟରେ ଫେରିଲେ ୩୯ ଦାଦନ ଶ୍ରମିକ

ଚିକିଟି,୨୭ା୪(ଡି.ଏନ.ଏ.)- ଲକ୍‌ଡାଉନ କଟକଣା ପରେ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ଦାଦନ ଶ୍ରମିକ ବିପଦପୂର୍ଣ୍ଣ ଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୮ଜଣ ଶନିବାର ଆସି ପହଞ୍ଚତ୍ଥିବାବେଳେ ସୋମବାର ପୁଣି ୩୯ ଦାଦନ ବୋଟ୍‌ ଯୋଗେ ଚେନ୍ନାଇରୁ ସମୁଦ୍ର ପଥ ଦେଇ ଆସି ପହଞ୍ଚତ୍ଛନ୍ତି। ଅପରାହ୍ନ ପ୍ରାୟ ୩ଟାରେ ଚିକିଟି ବ୍ଲକ ରାମେୟାପାଟଣା ମୁହାଣରେ ବୋଟ୍‌ଟି ଲାଗିଥିଲା। ସେଥିରେ ରାମେୟାପାଟଣାର ୧୨ଜଣ ଶ୍ରମିକ ଥିବାବେଳେ ପାଟିସୁନୁପୁରର ୯ ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୪ଜଣ ଏବଂ ଆନ୍ଧ୍ରପ୍ରଦେଶର ୧୪ଜଣ ଶ୍ରମିକ ଥିବାବେଳେ ୮ଜଣ ବାଟରେ ଓହ୍ଲାଇ ପଡିଥିବା ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ କହିଛନ୍ତି। ଏକ ମୋଟର ଚାଳିତ ବୋଟ୍‌ ୭୦ହଜାର ଟଙ୍କାରେ କିଣି ଗତ ୨୩ ତାରିଖରେ ଏମାନେ ଚେନ୍ନାଇରୁ ସମୁଦ୍ରପଥ ଦେଇ ବାହାରିଥିଲେ। ଆନ୍ଧ୍ର ସୀମାନ୍ତ ପଲାସା ଓ କାବେଟି ମଧ୍ୟସ୍ଥଳରେ ଡିଜେଲ ସରିଯିବା ଫଳରେ ଗ୍ରାମବାସୀଙ୍କୁ ଫୋନ କରି ଜଣାଇଥିଲେ। ପରେ ଗ୍ରାମର କେତେଜଣ ଲୋକ ଡିଜେଲ ଧରି ଅନ୍ୟଏକ ବୋଟ୍‌ରେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଡିଜେଲ ଭରିବା ପରେ ଦୁଇଟି ବୋଟ୍‌ ସେଠାରୁ ବାହାରି ସୋମବାର ଅପରାହ୍ନରେ ରାମେୟାପାଟଣା ମୁହାଣରେ ପହଞ୍ଚତ୍ଛି। ପୂର୍ବରୁ ସୂଚନା ପାଇ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଚିକିଟି ତହସିଲ୍‌ଦାର, ବିଡିଓ ଫାଲ୍‌ଗୁନି ମାଝି ଏବଂ ଗୋଳନ୍ଥରା ଓ ମେରାଇନ୍‌ ଥାନା ପୋଲିସ୍‌ ରାମେୟାପାଟଣା ମୁହାଣରେ ପହଞ୍ଚତ୍ଥିଲେ। ସମସ୍ତ ଦାଦନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ରାମେୟାପାଟଣା ଗ୍ରାମସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri