ବୁଡାଗୁଡା, କଡଗାବାଲିରେ ବ୍ୟାପୁଛି ଝାଡାବାନ୍ତି: ପହଁଚିଲା ସ୍ବାସ୍ଥ୍ୟ ଟିମ୍‌, ମାସକରେ ୨ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୭।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କଡ଼ଗାବାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି। ଡଙ୍ଗେଶ୍ୱର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁବାଜିନୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସୁବାଜିବୀ ଗର୍ଭବତୀ ଥିବାବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଦାରିଙ୍ଗବାଡ଼ି ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥୀ, ବୁଡାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ସୁଚିତ୍ରା ମେହେର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବଂଶୀଧର ପାତ୍ର ପହଞ୍ଚତ୍ ସେମାନଙ୍କୁ ଚିକିତ୍ସା କରିଛନ୍ତି। ଫୁଲବାଣୀରୁ ଜିଲା ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଡାକ୍ତର ଟିମ୍‌ ମଧ୍ୟ କଡ଼ଗାବାଲିରେ ପହଞ୍ଚତ୍ଛି। ସୋମବାର ମୋଟ ୧୩ ଜଣଙ୍କୁ ଚିକିତ୍ସା କରାଯାଇଛି। ସେହପିପରି ବୁଡାଗୁଡ଼ା ଗ୍ରାମର ଏକ ପଡ଼ାରେ ୧୪ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ଓୌଷଧ ଦିଆଯାଇଛି।
ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଏବଂ ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦୀଶ ଷଡଙ୍ଗୀ ଉପସ୍ଥିତ ରହିଛନ୍ତି। କେଉଁ କାରଣରୁ ଏଭଳି ଝାଡ଼ାବାନ୍ତି ବ୍ୟାପିଲା ତାହା ତଦନ୍ତ କରାଯିବା ସହ ଗଁାର ଜଳଉତ୍ସ ଚୁଆ ଆଦିରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଥିସହ ବ୍ଲିଚିଂ ପକାଇ ବିଶୋଧନ ମଧ୍ୟ କରାଯାଇଛି। ଦୂଷିତ ପାଣି ପାଇଁ ଝାଡ଼ାବାନ୍ତ ବ୍ୟାପିଥିବା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ କହିଛନ୍ତି। ଝାଡାବାନ୍ତିରେ ମାସେ ମଧ୍ୟରେ ବୃଦ୍ଧା ତୃତୀୟା ପାତ୍ର ଓ ପେଟା ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri