Posted inଜାତୀୟ

ପୁଣି ଅଟକିଲା ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ,୨୪ା୧୧:ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଉଦ୍ଧାର କାର୍ଯ୍ୟକୁ ଗୁରୁବାର ପୁଣିଥରେ ସ୍ଥଗିତ ରଖାଯାଇଛି। ସୁଡ଼ଙ୍ଗ ଖନନ କାର୍ଯ୍ୟରେ ନିୟୋଜିତ ମେଶିନ୍‌ ଯେଉଁଠାରେ ରଖାଯାଇଥିଲା, ଉକ୍ତ ସ୍ଥାନରେ କେତେକ ଫାଟ ଦେଖାଦେଇଛି। ଫଳରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ଲାଗି ଚାଲିଥିବା ଉଦ୍ୟମକୁ ଆଉ ଏକ ଝଟକା ଲାଗିଛି। ପୁଣିଥରେ ଖନନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ୨୫ ଟନ୍‌ ଓଜନର ଔଗର ମେଶିନ୍‌ ରଖାଯାଇଥିବା ପ୍ଲାଟ୍‌ଫର୍ମକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି। ମେଶିନ୍‌କୁ ପୁଣିଥରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି। ତେବେ ଡ୍ରିଲିଂ ପୁଣିଥରେ ଆରମ୍ଭ ହେବା ପରେ ଯେକୌଣସି ସମୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସଦସ୍ୟ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ସୟେଦ ଆଟା ହାସ୍‌ନୈନ ଆଶାବ୍ୟକ୍ତ କରିଛନ୍ତି।
ଉଦ୍ଧାରକାରୀ ଟିମ୍‌ ଶ୍ରମିକଙ୍କ ନିକଟରେ ପହଞ୍ଚତ୍ବା ପରେ ସେମାନଙ୍କୁ ଚକଲଗା ଷ୍ଟ୍ରେଚରରେ ବାହାରକୁ ଅଣାଯିବ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନେବା ଲାଗି ସୁଡ଼ଙ୍ଗ ନିକଟରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି। ଗୁରୁତର ଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ବୁଧବାର ଖନନ କାର୍ଯ୍ୟରେ ବେଶ୍‌ ଅଗ୍ରଗତି ଦେଖାଦେବାରୁ ଆଉ କିଛି ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ନେଇ ଆଶା ସଞ୍ଚାର ହୋଇଥିଲା। ତେବେ ରାତିରେ କେତେକ ପ୍ରତିବନ୍ଧକ ଦେଖାଦେବାରୁ କାମ ଅଟକିଥିଲା। ଗୁରୁବାର ସକାଳୁ ଡ୍ରିଲିଂ ଆରମ୍ଭ ହୋଇଥିଲାବେଳେ ରାତି ସୁଦ୍ଧା କିମ୍ବା ଶୁକ୍ରବାର ସକାଳ ବେଳକୁ ଶ୍ରମିକମାନେ ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା। ତେବେ ପୁଣିଥରେ ଏଥିରେ ପ୍ରତିବନ୍ଧକ ଦେଖାଦେଇଛି। ୧୧ ଦିନ ହେଲା ସୁଡ଼ଙ୍ଗରେ ଫସିଥିବା ଶ୍ରମିକମାନେ ସୁରକ୍ଷିତ ଥିବାବେଳେ ସେମାନଙ୍କ ପାଖକୁ ଆବଶ୍ୟକ ଅକ୍ସିଜେନ୍‌, ଖାଦ୍ୟ, ପାଣି, ପୋଷାକ ଓ ଔଷଧ ପଠାଯାଉଥିବା ହାସନୈନ କହିଛନ୍ତି। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହୋଇଥିବାରୁ ଶ୍ରମିକମାନଙ୍କ ସହ କର୍ତ୍ତୃପକ୍ଷ ଏବଂ ସାଇକୋସୋସିଆଲ ଓ୍ବାର୍କରମାନେ ସେମାନଙ୍କ ସହ ସିଧାସଳଖ କଥା ହେବା ସହ ବିଭିନ୍ନ ପରାମର୍ଶ ଦେଇପାରୁଛନ୍ତି। ସେପଟେ ଶ୍ରମିକମାନଙ୍କୁ ବାହାରକୁ କିପରି ଅଣାଯିବ ଓ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ରିହରସାଲ କରୁଛନ୍ତି। ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପ୍ରଥମେ ପରୀକ୍ଷା କରାଯିବା ପରେ ଗୁରୁତର ଥିବା ଲୋକଙ୍କୁ ବିମାନରେ ନେଇ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯିବାର ବ୍ୟବସ୍ଥା ହୋଇଛି। ଶ୍ରମିକଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ପ୍ରସ୍ତୁତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri