Posted inଫୁରସତ

ପିନ୍ଧି ହେଉଥିବା ବଗିଚା

ଫ୍ୟାଶନେବଲ୍‌ ଲାଗିବା ପାଇଁ ଅନେକେ ବିଭିନ୍ନ ଅଜବ ପୋଷାକ ପିନ୍ଧି ଥାଆନ୍ତି। ଫ୍ୟାଶନ ଶୋ’ରେ ବି ମଡେଲଙ୍କୁ କପଡା ବ୍ୟତୀତ ବିଭିନ୍ନ ପ୍ରକାର ଜିନିଷରେ ତିଆରି ଅଜବ ପୋଷାକ ପିନ୍ଧି ର଼୍ୟାମ୍ପରେ ଚାଲିବା ଦେଖିଥିବେ। ତେବେ ନିକଟରେ ଏମିତି ଏକ ପୋଷାକ ତିଆରି ହୋଇଛି, ଯାହା ସମ୍ପର୍କରେ ଜାଣିଲେ ଯେକେହି ଚକିତ ହୋଇଯିବେ। କାରଣ ଏ ହେଉଛି ପୃଥିବୀର ପ୍ରଥମ ପିନ୍ଧା ଯାଇପାରୁଥିବା ବଗିଚା। ଅର୍ଥାତ୍‌ ଏପରି ଏକ ବଗିଚା ତିଆରି କରାଯାଇଛି, ଯାହାକୁ ପୋଷାକ ପରି ପିନ୍ଧିହେବ। ଆମେରିକା, ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଡିଜାଇନର୍‌ ଅରୁସିଆକ୍‌ ଗେବ୍ରିୟଲନ୍‌ ଏହି ବଗିଚାକୁ ଡିଜାଇନ୍‌ କରିଛନ୍ତି। ଡିଜାଇନର୍‌ ଅରୁସିଆକ୍‌ ସବୁବେଳେ କହନ୍ତି ‘ଗ୍ରୋ ୟୋର୍‌ ଓନ୍‌ ଫୁଡ୍‌’। ଏହି ଆଧାରରେ ସେ ତିଆରି କରିଛନ୍ତି ପିନ୍ଧାଯାଇ ପାରୁଥିବା ଏହି ବଗିଚା। ତେବେ ଏହାର ଏକ ବିଶେଷତ୍ୱ ହେଉଛି ଏଥିରେ ଯେଉଁ ଫଳମୂଳ ଉତ୍ପାଦିତ ହୁଏ ସେଥିରେ ନିଜ ମୂତ୍ରଦ୍ୱାରା ସିଞ୍ଚନ କରାଯାଏ। ଫ୍ରାନ୍ସର ଉଦ୍ଭିଦ ବିଜ୍ଞାନୀ ପ୍ୟାଟ୍ରିକ୍‌ ବ୍ଲାକ୍‌ଙ୍କ ଭର୍ଟିକାଲ ଗାର୍ଡେନରୁ ଅରୁସିଆକ ଏହି ଅଭିନବ ବଗିଚା କରିବାକୁ ପ୍ରେରଣା ପାଇଛନ୍ତି, ଯେଉଁଥିରେ ମାଟିର ଆବଶ୍ୟକତା ପଡି ନ ଥାଏ। ପୋଷାକ ତିଆରି କରିବା ପାଇଁ ସେ ଆର୍ଦ୍ରତାକୁ ଧରି ରଖିପାରୁଥିବା କପଡାକୁ ବାନିୟନ୍‌ର ଆକାର କଟାଇ ଥାଆନ୍ତି। ଆଉ ତା’ରି ଉପରେ ପନିପରିବା ଫଳ ଆଦି ଉତ୍ପାଦନ କରିଥାଆନ୍ତି। ଅରୁସିଆକ ଏ ପର୍ଯ୍ୟନ୍ତ କୋବି, ଗାଜର, ଷ୍ଟ୍ରବେରୀ ଭଳି ୨୨ରୁ ଅଧିକ ପ୍ରକାରର ପନିପରିବା ଉତ୍ପାଦନ କରିସାରିଲେଣି। ସେ କହନ୍ତି, ମୁଁ ଭାବିଲି ଯେବେ ମାଟିରୁ ଜଳୀୟ ଅଂଶ କମିଯିବ ଫସଲ କେମିତି ହେବ? ଏହାର ଉତ୍ତର ଖୋଜି ଖୋଜି ଶେଷରେ ଉକ୍ତ ପୋଷାକ ତିଆରି କରିବା କଥା ଭାବିଲି। ପୋଷାକରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଛି ଭବିଷ୍ୟତରେ ତାହାକୁ ବ୍ୟବହାର କରି ଚାଷ କରିହେବ। ତେବେ ଏହି ପୋଷାକରେ ଯେବେ ଫଳ, ପନିପରିବା ହୁଏ ପୋଷାକ ଓଜନିଆ ହୋଇଯାଏ। ଫଳରେ ଏହାକୁ ପିନ୍ଧିବା ମୁସ୍କିଲ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri