Posted inଫୁରସତ

ଫ୍ରି ଅନ୍‌ ଟ୍ରି

ହାଡ଼ଭଙ୍ଗା ଶୀତରାତିରେ ଆମେ ମୋଟା ଚାଦର ତଳେ ଉଷୁମ ଟାଣି ଶୋଇଥାଉ। ହେଲେ ଥରେ ଭାବିଲେ ବାସହୀନ ଲୋକ, ଯେଉଁମାନେ କି ଫୁଟ୍‌ପାଥ୍‌ରେ ଶୋଇବାକୁ ବାଧ୍ୟ ସେମାନଙ୍କ ରାତି କେମିତି କଟୁଥିବ। ଏହି ଚିନ୍ତା ବେଙ୍ଗାଲୁରୁର କିଛି ଯୁବତୀଯୁବକଙ୍କୁ ଘାରିଥିଲା। ତେଣୁ ସେମାନେ ରାଜରାଜେଶ୍ୱରୀ ନଗର ରେସିଡେଣ୍ଟ ଫୋରମ୍‌ ଗଠନ କରି ଏକ ଅଭିନବ ଯୋଜନା ଆରମ୍ଭ କଲେ। ଫୋରମ୍‌ର ୨୦ଜଣ ସଦସ୍ୟ ସହରର ବିଭିନ୍ନ ସ୍ଥାନରେ ଥିବା ଗଛରେ ସ୍ବେଟର, ଜ୍ୟାକେଟ୍‌, ଶାଲ୍‌ ଭଳି ବିଭିନ୍ନ ଶୀତବସ୍ତ୍ର ରଖି ସେଥିରେ ଏକ ନୋଟ୍‌ ଲେଖି ଲଗାଇ ଦିଅନ୍ତି। ଯେଉଁଥିରେ ଲେଖାଥାଏ ‘ଇଫ୍‌ ୟୁ ଓ୍ବାଣ୍ଟ ଇଟ୍‌ ଟେକ୍‌ ଇଟ୍‌’। ଏମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଶୀତବସ୍ତ୍ର କିଣିଥାଆନ୍ତି। ଅନେକ ବ୍ୟବସାୟୀ ତ ଏହି ଗ୍ରୁପ୍‌ର ଉଦ୍ଦେଶ୍ୟ ଜାଣି କମ୍‌ ଦାମରେ ବସ୍ତ୍ର ଯୋଗାଇ ଦିଅନ୍ତି। ବେଙ୍ଗାଲୁରୁର ଜୟାନା ସର୍କଲ, ମରପ୍ପା ଲେଆଉଟ୍‌, ଜାଭରେଗୌଡାନା ଆଦି ଅଞ୍ଚଳରେ ଏମାନେ ଶୀତବସ୍ତ୍ରକୁ ଗଛକୁ ପିନ୍ଧାଇ ଅବା ଗଛରେ ଝୁଲାଇ ରଖି ଥାଆନ୍ତି। ଆଉ ଜଗିକି ରୁହନ୍ତି ଏହାକୁ କେଉଁମାନେ ନେଉଛନ୍ତି। ଗରିବ ଲୋକଟିଏ ଯେତେବେଳେ ଏହାକୁ ପାଇ ଖୁସି ଅନୁଭବ କରେ ଏହି ଗ୍ରୁପ୍‌ର ସଦସ୍ୟଙ୍କୁ ଆତ୍ମତୃପ୍ତି ମିଳିଥାଏ। ଏମାନଙ୍କର ଆଉ ଏକ ଗ୍ରୁପ୍‌ ବି ଅଛି ଯେଉଁମାନେ କିଙ୍ଗଡମ୍‌ କଲେଜ୍‌ ନିକଟରେ ଗଛରେ ଶୀତବସ୍ତ୍ର ଗରିବଙ୍କ ପାଇଁ ଝୁଲାଇ ରଖୁଛନ୍ତି। ସୂଚନାଯୋଗ୍ୟ ଯେ, ବୁଲଗେରିଆ, ହଙ୍ଗେରିରେ ଏହିଭଳି ଶୀତବସ୍ତ୍ର ଦାନ କରିଯାଉଥିବା ଖବର ସୋସିଆଲ ମିଡିଆରୁ ପାଇବା ପରେ ଉକ୍ତ ଗ୍ରୁପ୍‌ ନିଜ ଅଞ୍ଚଳରେ ‘ଫ୍ରି ଅନ୍‌ ଟ୍ରି’ ନାମକ ଏହି ଯୋଜନା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri