Posted inଫୁରସତ

ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ

ପଶ୍ଚିମବଙ୍ଗର ଉତ୍ତର ଦୀନଜାପୁର ଜିଲା ଅନ୍ତର୍ଗତ ରାୟଗଞ୍ଜ ନାମକ ଏକ ସ୍ଥାନ ନିକଟରେ ରହିଛି ଲୋକପ୍ରିୟ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା କୁଲିକ୍‌ ପକ୍ଷୀ ଅଭୟାରଣ୍ୟ ଭାବେ ବି ଜଣାଶୁଣା। କାରଣ କୁଲିକ୍‌ ନାମକ ଏକ ନଦୀ ଉକ୍ତ ଅଭୟାରଣ୍ୟ ମଧ୍ୟଦେଇ ପ୍ରବାହିତ ହେଉଛି। ଆଉ ଏହି ନଦୀପଠାକୁ ପ୍ରତିବର୍ଷ ଶୀତଦିନେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ପକ୍ଷୀ ଉଡି ଆସିଥାନ୍ତି, ଯାହା ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ତା’ଛଡ଼ା ଏହି ଅଭୟାରଣ୍ୟରେ ପ୍ରାୟ ୧୬୪ ପ୍ରଜାତିର ପକ୍ଷୀ ବି ଦେଖିବାକୁ ମିଳିଥାନ୍ତି। ତେଣୁ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟ କହିଲେ ମଧ୍ୟ ଭୁଲ୍‌ ହେବନାହିଁ।

ଜଳବାୟୁ
ଖରାଦିନେ ଏଠାକାର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୯ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବାବେଳେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୨୧ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ସେହିପରି ଶୀତଦିନେ ସର୍ବୋଚ୍ଚ ତାପମାତ୍ରା ୨୩ ଏବଂ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲ୍‌ସିୟସ୍‌ ଅନୁଭୂତ ହୋଇଥାଏ। ତା’ଛଡ଼ା ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ବର୍ଷା ବି ହୁଏ। ତେବେ ଏସବୁ ଭିତରୁ ପର୍ଯ୍ୟଟକ ଖାସ୍‌ କରି ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ଏଠାକୁ ବୁଲିଯିବା ପାଇଁ ପସନ୍ଦ କରିଥାନ୍ତି। କାରଣ ଏହି ସମୟରେ ସ୍ଥାନୀୟ ଜଳବାୟୁ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ।

କେମିତି ଯିବେ
ରାୟଗଞ୍ଜ ଟାଉନ୍‌ କଲିକତାଠାରୁ ପ୍ରାୟ ୪୨୫ କି.ମି. ଏବଂ ସିଲିଗୁଡ଼ିଠାରୁ ପ୍ରାୟ ୧୮୧ କି.ମି. ଦୂରରେ ଅବସ୍ଥିତ। ସେହିପରି ରାୟଗଞ୍ଜ ଟାଉନ୍‌ଠାରୁ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟଟି ପ୍ରାୟ ୪ କି.ମି. ଦୂର। ତେବେ ଏହି ଅଭୟାରଣ୍ୟ ନିକଟକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ବାଗ୍‌ଡୋଗ୍ରା ଏୟାର୍‌ପୋର୍ଟ ଏହାର ନିକଟତମ ବିମାନବନ୍ଦର ହୋଇଥିତ୍ବାବେଳେ ଡାଲ୍‌ଖୋଲା ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ପ୍ରାୟ ୧.୩୦ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି ଅଭୟାରଣ୍ୟଟିର ଉନ୍ନତିମୂଳକ କାମ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। ପକ୍ଷୀମାନଙ୍କର ଆଗମନକୁ ଦେଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଅନେକ ଗଛ ଲଗାଯିବା ସହିତ ସେମାନଙ୍କ ସଂଖ୍ୟା ଏଠାରେ କିପରି ବୃଦ୍ଧି ପାଇବ ସେ ନେଇ ଅନେକ ଉପାୟ ମଧ୍ୟ ଆପଣା ଯାଇଥିଲା। ଧୀରେ ଧୀରେ ପକ୍ଷୀଙ୍କ ସଂଖ୍ୟା ଏଠାରେ ବୃଦ୍ଧି ପାଇବାରୁ ୧୯୮୫ ମସିହାରେ ଏହାକୁ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଲା। ତେବେ ଅଭୟାରଣ୍ୟ ଭିତରେ କୁଲିକ୍‌ ନାମକ ଏକ ନଦୀ ପ୍ରବାହିତ ହେଉଥିବାରୁ ଏବଂ ସେଠାରେ ମୁଖ୍ୟତଃ ପକ୍ଷୀଙ୍କ ଭିଡ଼ ଦେଖିବାକୁ ମିଳୁଥିବାରୁ ଲୋକେ ଆଦରରେ ଏଠାକୁ କୁଲିକ୍‌ ପକ୍ଷୀ ଅଭୟାରଣ୍ୟ ବି କହିବାକୁ ଲାଗିଲେ। ଏହି ଅଭୟାରଣ୍ୟରେ ମୁଖ୍ୟତଃ ୧୬୪ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି। ତନ୍ମଧ୍ୟରୁ ଚିଲ, ଫ୍ଲାଏକ୍ୟାଚର୍ସ, ପେଚା, ମାଛରଙ୍କା, କାଠହଣା, ଡ୍ରୋଙ୍ଗୋଜ୍‌,ଏସିଆନ୍‌ ଓପେନ୍‌ବିଲ୍‌ ଷ୍ଟର୍କ, ଲିଟିଲ୍‌ ଏର୍ଗେଟ, ଲିଟିଲ୍‌ କର୍ମୋରାଣ୍ଟ, ନାଇଟ୍‌ ହେରନ୍‌, ପଣ୍ଡ ହେରନ୍‌ ଇତ୍ୟାଦି ପକ୍ଷୀ ହେଉଛି ପ୍ରମୁଖ। ଏହାବାଦ୍‌ ପ୍ରତିବର୍ଷ ଶୀତଦିନେ ଏହାକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ପକ୍ଷୀ ବି ଆସିଥାନ୍ତି, ଯାହା ଏଠାକାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହ ଆଗନ୍ତୁକଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ କେବଳ ପକ୍ଷୀ ନୁହଁନ୍ତି କେତେକ ବନ୍ୟପଶୁଙ୍କୁ ବି ଏଠାରେ ସୁରକ୍ଷିତ ଭାବେ ରଖାଯାଇଥିବାର ମଧ୍ୟ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?