Posted inଜାତୀୟ

ପିଟରଙ୍କୁ ଜାମିନ, ହେଲେ ଏବେ ମୁକୁଳିବେନି

ମୁମ୍ବାଇ,୭-୨(ପି.ଟି.):ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମିଡିଆ ବାରୋନ୍‌ ପିଟର ମୁଖାର୍ଜୀଆଙ୍କୁ ଆଶ୍ୱସ୍ତି ମିଳିଛି। ଏହି ହତ୍ୟାକାଣ୍ଡରେ ପିଟରଙ୍କ ବିରୋଧରେ ବିଶେଷ ପ୍ରମାଣ ନ ଥିବାରୁ ଗୁରୁବାର ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜଷ୍ଟିସ୍‌ ନୀତିନ ସାମ୍ବ୍ରେ ପିଟରଙ୍କୁ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ରେ ଜାମିନ ଦେଇଥିବାବେଳେ ଏହି ରାୟ ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରାଯାଇଛି। ଏଥିଯୋଗୁ ପିଟର ଏବେ ଜେଲରେ ହିଁ ରହିବେ।
ମିଳିଥିବା ସସର୍ତ୍ତ ଜାମିନରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସେ ତାଙ୍କର ପୁଅ ରାହୁଲ ମୁଖାର୍ଜୀଆ ଓ ଝିଅ ବିଧି ମୁଖାର୍ଜୀଆଙ୍କ ସମେତ ମାମଲାର ଅନ୍ୟ ସାକ୍ଷୀମାନଙ୍କୁ ଯୋଗାଯୋଗ କରିବେ ନାହିଁ। ତେବେ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୁପ୍ରିମକୋର୍ଟରେ ଅପିଲ ଫାଇଲ୍‌ କରିବାକୁ ସୁଯୋଗ ଦେବା ସକାଶେ ବେଲ୍‌ ଅର୍ଡର ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଜାରି କରାଯାଇଛି। ରାୟ ଦେବା ବେଳେ ହାଇକୋର୍ଟ କହିଛନ୍ତି, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପିଟର ଭାରତରେ ନ ଥିଲେ। ଆବେଦନକାରୀ ପିଟର ଜେଲରେ ୪ ବର୍ଷ ରହିସାରିଲେଣି। ଇତିମଧ୍ୟରେ ତାଙ୍କର ବାଇପାସ୍‌ ସର୍ଜରି କରାଯାଇଛି। ରାଜସାକ୍ଷୀ ଶ୍ୟାମବର ରାଏଙ୍କ ବୟାନକୁ ଛାଡ଼ିଦେଲେ ଏହି ଷଡ଼ଯନ୍ତ୍ରରେ ପିଟରଙ୍କ ସମ୍ପୃକ୍ତି ନେଇ ଅନ୍ୟ କିଛି ପ୍ରମାଣ ନାହିଁ। ୨୦୧୨ ଏପ୍ରିଲ ୨୪ରେ ଶିନା ବୋରା ହତ୍ୟାକାଣ୍ଡରେ ପିଟରଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ମୁଖାର୍ଜୀଆ ଓ ତାଙ୍କର ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ସିବିଆଇ ପକ୍ଷରୁ ଅଭିଯୋଗ ହୋଇଛି। ପ୍ରକାଶ ଯେ ୨୦୧୫ ନଭେମ୍ବର ୧୯ରେ ୬୪ ବର୍ଷୀୟ ପିଟରଙ୍କୁ ତାଙ୍କ ମୁମ୍ବାଇ ବାସଭବନରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ୨୦୧୫ ଏପ୍ରିଲ ମାସରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୂର୍ବତନ ସ୍ତ୍ରୀ ଇନ୍ଦ୍ରାଣୀ ଏବଂ ସଞ୍ଜୀବ ଖାନ୍ନା ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ପ୍ରକାଶ ଯେ ୨୪ ବର୍ଷୀୟା ଶିନା ହେଉଛନ୍ତି ଇନ୍ଦ୍ରାଣୀଙ୍କ ଝିଅ। ଡ୍ରାଇଭର ଶ୍ୟାମବର ରାଏ ୨୦୧୫ରେ ଗିରଫ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri