ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ

ଦେଓଗାଁ, ୭ା୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବର ଉଦ୍‌ଘାଟନ ସନ୍ଧ୍ୟାରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବିଭିନ୍ନତା ଭିତରେ ଏକତା ହେଉଛି ଆମର ମୂଳଲକ୍ଷ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ବ୍ଲକ ଅଧ୍ୟକ୍ଷା ରୀନା ମେହେର, ଜିଲା ପରିଷଦ ସଭ୍ୟ ସୁଶୀଲ କୁମାର ଚାନ୍ଦ, ଜିଲା ଯୋଗାଣ ଅଧିକାରୀ ଅଭିରାମ ପଧାନ, ଡିଆରସିଏସ ପ୍ରଶାନ୍ତ କୁମାର ମହାନ୍ତି, କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଙ୍କାନିଧି ରାଏଗୁରୁ, ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ, ସୁନ୍ଦରମଣି ଦଣ୍ଡସେନା, କରୁଣାକର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ା ଏହି ଅବସରରେ ଭାଲେର ଧନୁଯାତ୍ରା କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା ା କମିଟି ଉପସଭାପତି ଉମା ଶଙ୍କର ସିଂ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ କୈଳାସ କର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ରବିନ୍ଦ୍ର କୁମାର ସାହୁ ଓ ସାଥିଙ୍କ ଦ୍ୱାରା ରାବଣ ଦରବାର ଅନୁଷ୍ଠିତ ହୋଇଥଲା ା ମଧୁସୂଦନ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଲାଙ୍ଗୀରର ଢ଼ୋଲ ମହୂରୀ କଳା ପରିଷଦ, ଜରାସିଂହା ନେତ୍ରଭାନୁ ହାଇସ୍କୁଲ ଛାତ୍ରୀଙ୍କ ଦ୍ୱାରା ଦଶାବତାର, ମୟୁରଭଞ୍ଜର ଛଉ ଓ କୁମ୍ଭାରୀ ଡକାନ କଳାପରିଷଦ କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷ କରିଥିଲେ। ଏଥିପୂର୍ବରୁ ପୂର୍ବାହ୍ନ ୯ଟାରେ ପାଟଖଣ୍ଡା ଦେବତାଙ୍କ ଅବିର୍ଭାବସ୍ଥଳୀ ଦେଝାରରୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ସାଲେପାଲି, ବଡଡୁଙ୍ଗୁରୀପାଲି, କୁଲିଆବାହାଲ, ବରକାନୀ ଦେଇ ମହୋତ୍ସବସ୍ଥଳରେ ପହଞ୍ଚତ୍ଥିଲା ା ଉକ୍ତ ମଶାଲକୁ କମିଟି କର୍ମକର୍ତ୍ତା ସ୍ବାଗତ କରିବା ପରେ ମଞ୍ଚପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri