ପର୍ଯ୍ୟଟନସ୍ଥଳୀର ବିକାଶ ଦାବି: ଦୁଇ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବାରିପଦା ଅଫିସ,୧୧ା୧- ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ଉନ୍ନତି ଓ ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭିନ୍ନ ସଂଗଠନ ଜିଲାରେ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଏଭଳି ଅଭିଯୋଗ କରିବା ସହିତ ବିଭିନ୍ନ ଦାବି ନେଇ ଭଞ୍ଜପୁର ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ଓ ସତ୍ୟସାଇ ଛକ ସ୍ଥିତ ଜିଲା ପର୍ଯ୍ୟଟନ ଅଫିସକୁ ସାମାଜିକ ସଂଗଠନ ଭଞ୍ଜସେନା ଶୁକ୍ରବାର ଘେରାଉ କରିଥିଲା।
ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଅଧ୍ୟକ୍ଷ ରାକେଶ ସିଂ, ସମ୍ପାଦକ ମାନସ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସହର ଉପସଭାପତି ସେଖ୍‌ ରାଜା ଖାନ, ଯୁବନେତା ବୀରେନ୍ଦ୍ର ନାଥ, ଦେବାଶିଷ ଦାସ, ଛାତ୍ର ନେତା ରବୀନ୍ଦ୍ର ସାହୁ, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ ମାହାର୍ଣ୍ଣା, ଦୀପକ ସିଂ, ଆଲୋକ ବେହେରା, ରଞ୍ଜନ ସିଂ, ବିକାଶ ସିଂ, ଅମରେଶ ସିଂ, ଆଶିଷ ମଙ୍ଗରାଜ, ସୂର୍ଯ୍ୟକାନ୍ତ ଦାଶ, ସତ୍ୟରଞ୍ଜନ ନାଏକ, ମୃଣାଲ ଘୋଷ. ସାଜନ ଗିରି, ମନୋଜ ମହାପାତ୍ର, ସୌମ୍ୟରଞ୍ଜନ ଦାସବାବୁ, ଶମ୍ଭୁନାଥ ରଣା ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉପରୋକ୍ତ ଦୁଇ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ ଦାବି ପୂରଣ ଦିଗରେ ପଦକ୍ଷେପ ନ ନେଲେ ସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ସେନାର ଅଭିଯୋଗ ଅନୁଯାୟୀ, ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅଧିକାରୀ ମାସ ମାସ ଧରି ରହୁ ନ ଥିବା ବେଳେ ସେ ଭୁବନେଶ୍ୱରରେ ରହି ଜିଲାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ କିଛିଦିନ ତଳେ ଶିମିଳିପାଳର ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜ କୁମାରଙ୍କୁ ଶିମିଳିପାଳରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାକାର ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବାରୁ ମହେନ୍ଦ୍ରର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଏଣୁ ହାତୀ ଦୁଇଟିକୁ ତୁରନ୍ତ ଶିମିଳିପାଳକୁ ଫେରାଇ ଅଣାଯିବା ପାଇଁ ମଧ୍ୟ ସେନା ଦାବି କରିଛି। ପର୍ଯ୍ୟଟନ ସ୍ଥଳ ଦେବକୁଣ୍ଡର ରାସ୍ତାଘାଟ, ସୁରକ୍ଷା ଓ ପାନୀୟଜଳ ବ୍ୟବସ୍ଥା କରିବା ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ମଧ୍ୟ ସେନା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri