ପରୀକ୍ଷାକବଳିତ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର
ପ୍ର ଖ୍ୟାତ ଦିବଂଗତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକ ‘ଶଁବାଳୁଆ’ରେ ଜଣେ ସ୍କୁଲ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିବା ଛୁଟି ଦରଖାସ୍ତରେ ଛୁଟିର କାରଣ ସ୍ବରୂପ ଲେଖିଥିଲେ- ମୋ ସ୍ତ୍ରୀକୁ ଅପହରଣ କରାଯାଇଛି। ଦରଖାସ୍ତର ସ୍ବରରେ ସ୍ବର ମିଳାଇ ପ୍ରଧାନ ଶିକ୍ଷକ ପଚାରିଥିଲେ ତୁମ ସ୍ତ୍ରୀ କ’ଣ ଉଡ଼ାଜାହାଜ କି ତାଙ୍କୁ ହାଇଜାକ୍‌ କରାଯାଇଛି?
ବର୍ତ୍ତମାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ପରୀକ୍ଷା ହାଇଜାକ୍‌ କରିନେଇଛି। ଅର୍ଥାତ୍‌ ପରୀକ୍ଷା କବଳରେ ‘ଶିକ୍ଷା ବ୍ୟବସ୍ଥା’। ରାତିଦିନ ସେହି ଗୋଟିଏ କଥା। ଠିକ୍‌ ସମୟରେ କିପରି ପରୀକ୍ଷା ହେବ, ଫଳ ବାହାରିବ। ନିକଟରେ କୁଳପତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମଧ୍ୟ ସେ କଥା ପୁନରାବୃତ୍ତି କରି ପାଦେ ଆଗେଇ କହିଲେ, ଆଗାମୀ ବର୍ଷ ପରୀକ୍ଷା କରିବା ଓ ଫଳ ବାହାରିବାକୁ ନେଇ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ।
କୌଣସି ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ହେଉଛି ଶେଷ ପାହାଚ। ପ୍ରଥମେ ଶିକ୍ଷାନୀତି, ତା’ପରେ ସିଲାବସ, ତହିଁ ସନ୍ନିବେଶିତ ପାଠ୍ୟକ୍ରମକୁ ରୂପାୟିତ କରିବା ପାଇଁ ପାଠ୍ୟପୁସ୍ତକ, ତାକୁ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ପଢ଼ାଇବା ପାଇଁ ଶିକ୍ଷକ ନିୟୋଜନ, ପାଠ କେମିତି ପଢ଼ାହେଲା, ଛାତ୍ରୀଛାତ୍ରମାନେ ତାକୁ କେତେ ଆତ୍ମସ୍ଥ କରି ଶ୍ରେଣୀଭିତ୍ତିକ ଦକ୍ଷତା ହାସଲ କଲେ ତାକୁ ଜାଣିବା ପାଇଁ ପରୀକ୍ଷା ଏବଂ ସର୍ବସାଧାରଣଙ୍କୁ ଏ ସବୁର ସଫଳତା ଜଣାଇବା ପାଇଁ ପରୀକ୍ଷା ଫଳ ପ୍ରକାଶନ। ଦୁଃଖର କଥା ଓଡ଼ିଶାରେ ସବାଶେଷ ପାହାଚକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଅର୍ଥାତ୍‌ ଘୋଡ଼ା ଆଗରେ ଘୋଡ଼ାଗାଡ଼ି ଥୋଇବା ଭଳି କାମ।
ଶିକ୍ଷା ବ୍ୟବସ୍ଥା ଯେତେବେଳେ ପରୀକ୍ଷାସର୍ବସ୍ବ ହୋଇଯାଏ ସେତେବେଳେ ଶିକ୍ଷାଦାନ, ଶିକ୍ଷାଗ୍ରହଣ, ଛାତ୍ରୀଛାତ୍ରଙ୍କ ଶ୍ରେଣୀଭିତ୍ତିକ ଦକ୍ଷତା ମାପ, ପାଠ୍ୟପୁସ୍ତକର ଗୁଣବତ୍ତା, ଶିକ୍ଷାଦାନ ପ୍ରଣାଳୀ- ଏ ସବୁ ବିଚାର ଗୌଣ ହୋଇପଡ଼େ। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ସବୁ ସ୍ତରରେ ଛାତ୍ରୀଛାତ୍ରଙ୍କର ପ୍ରତ୍ୟାଶ୍ରିତ ଦକ୍ଷତା ଓ ପ୍ରକୃତ ଦକ୍ଷତା ମଧ୍ୟରେ ଆକାଶ ପାତାଳ ଫରକ। ଅଷ୍ଟମ ଶ୍ରେଣୀ ପିଲାଙ୍କର ପଞ୍ଚମ ଶ୍ରେଣୀର ଦକ୍ଷତା ନ ଥିଲା ବେଳେ କଲେଜରେ ପଢୁଥିବା ଅନେକ ପିଲାଙ୍କର ନବମ ବା ଦଶମ ଶ୍ରେଣୀର ଦକ୍ଷତା ନାହିିଁ।
ତେବେ ସରକାର କ’ଣ ଏ କଥା ଜାଣନ୍ତି ନାହିିଁ? ବରଂ ସରକାର ଏ କଥା ଭଲକରି ଜାଣି ସର୍ବସାଧାରଣଙ୍କ ଧ୍ୟାନବିଚ୍ୟୁତ କରିବାକୁ ଆପାତ ଦୃଷ୍ଟିରୁ ଗମ୍ଭୀର ଲାଗୁଥିବା ଏକ ପ୍ରସଙ୍ଗ ନେଇ କେତେ ଚିନ୍ତାମଗ୍ନ ତାହା ପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ଆଗରୁ ପରୀକ୍ଷା ଏକ ଋତୁକାଳୀନ ବିଷୟ ଥିଲା। ଅର୍ଥାତ୍‌ ମାର୍ଚ୍ଚ/ଏପ୍ରିଲ ଆସିଲେ ପରୀକ୍ଷା ଆସିଲା ବୋଲି ଜଣାପଡ଼େ ଏବଂ ତାହା ମୂଳତଃ ଏକ ଶୈକ୍ଷିକ ବିଷୟ ଥିଲା। ଶିକ୍ଷାନୁଷ୍ଠାନ, ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ, ଛାତ୍ରୀଛାତ୍ର, ଅଭିଭାବକମାନଙ୍କର ଏଥିରେ ସମ୍ପୃକ୍ତି ଥିଲା। ସରକାର ଏଥିପାଇଁ ବ୍ୟସ୍ତ ନ ଥିଲେ। ବିଶେଷତଃ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା କେବେ ହେଉଥିଲା ସେ ଖବର ସରକାରଙ୍କ ପାଖରେ ନଥାଏ। ଏବେ ପରୀକ୍ଷା ଏକ ‘ମହାଜାଗତିକ ଘଟଣା’, ଯାହାର କିଛି ଋତୁ ନାହିଁ। ଆଡମିଶନ ସରୁ ନ ସରୁଣୁ ଆରମ୍ଭ ହୋଇଯାଏ ଚର୍ଚ୍ଚା। ପରୀକ୍ଷା କେନ୍ଦ୍ର କେଉଁଠି ହେବ, ସେଠି ସିସିଟିଭି ଲାଗିଛି କି ନାହିିଁ ତା’ର ତଦାରଖ, ପ୍ରଶ୍ନପତ୍ର କେଉଁ ପ୍ରକାରେ ପ୍ରେରଣ କରାଯିବ, ଜିଲା ପ୍ରଶାସନ କେଉଁ କେଉଁ ସ୍ତରରେ ନିୟୋଜିତ ହେବେ ଏବଂ ଶେଷରେ ବିଭାଗୀୟ ସଚିବ ନୁହେଁ ସ୍ବୟଂ ମୁଖ୍ୟ ସଚିବ ରାଜଧାନୀରେ ବୈଠକ କରି ଯୁଦ୍ଧ ମୁକାବିଲା କଲାଭଳି ତାଙ୍କର ସମସ୍ତ ସୈନ୍ୟବାହିନୀକୁ ମୁତୟନ କରିବାକୁ ସିଦ୍ଧାନ୍ତ ନିଅନ୍ତି। ଯେଉଁ ପ୍ରକାର ତପତ୍ରତା ପ୍ରକାଶ କରାଯାଏ ସେଥିରୁ ପ୍ରତୀୟମାନ ହୁଏ, ପାଠପଢ଼ା ନୁହେଁ ପରୀକ୍ଷା ସୁପରିଚାଳନା ଉପରେ ଏ ପ୍ରଦେଶର ଭାଗ୍ୟ ନିର୍ଭର କରେ। ଏହି ତଥାକଥିତ ‘ସୁପରିଚାଳନା’ର ନିର୍ଯାସ କ’ଣ? କିଛି ସକାରାତ୍ମକ, ଗଠନମୂଳକ କାମ କରିବା ନୁହେଁ ବରଂ କିଛି ଅନୈତିକ କାର୍ଯ୍ୟ ଯଥା ପ୍ରଶ୍ନପତ୍ର ଭାଇରାଲ ଓ କପି ରୋକିବା। ଅର୍ଥାତ୍‌ ଏବେ ଶିକ୍ଷା କହିଲେ ପାଠପଢ଼ା ନୁହେଁ, ପ୍ରଶ୍ନପତ୍ର ଭାଇରାଲ ହେବା ବା କପିକୁ ରୋକିବା।
କପି କରିବାର ପ୍ରବଣତା ଏବଂ ତାକୁ ରୋକିବାର ତପତ୍ରତା ପରୋକ୍ଷରେ ସୂଚାଏ ଶିକ୍ଷାଦାନ ଠିକ୍‌ ଚାଲୁନାହିଁ। ଭିତରେ କିଛି ନାହିଁ ବୋଲି ବାହାରେ କୋଳାହଳ। ଏହାହିଁ ଶିକ୍ଷାର ବାହ୍ୟକରଣ। ଅର୍ଥାତ୍‌ ଶ୍ରେଣୀ ବାହାରେ ବା ସ୍କୁଲ ବାହାରେ କ’ଣ ଘଟୁଛି ସେଥିକି ସମସ୍ତଙ୍କ ନଜର। କିନ୍ତୁ ଶ୍ରେଣୀକକ୍ଷର ଚାରିକାନ୍ଥ ଭିତରେ ପିଲାଏ କ’ଣ ପଢୁଛନ୍ତି, ଶିକ୍ଷକ କ’ଣ ପଢ଼ାଉଛନ୍ତି, ପିଲାମାନଙ୍କର ଆନୁଷ୍ଠାନିକ ଶ୍ରେଣୀଭିତ୍ତିକ ଦକ୍ଷତା ଅଛି କି ନାହିଁ, ପାଠ୍ୟପୁସ୍ତକଗୁଡ଼ିକ ଶ୍ରେଣୀ ଉପଯୋଗୀ କି ନୁହେଁ, ଶିକ୍ଷାଦାନ ପ୍ରଣାଳୀ ଓ ପାଠ୍ୟପୁସ୍ତକ ପିଲାମାନଙ୍କୁ ସ୍ବାଧୀନ ଓ ସୃଜନଶୀଳ କରୁଛି ନା ଟ୍ୟୁଶନ-ନିର୍ଭରଶୀଳ କରୁଛି ତା’ର ଅନୁଶୀଳନ କରିବାକୁ କେହି ନାହାନ୍ତି। ଯେତିକି ମାନବସମ୍ବଳ, ଶକ୍ତି, ଅର୍ଥ, ଧ୍ୟାନ ପରୀକ୍ଷାରେ ଘଟୁଥିବା ଅନୈତିକ କାର୍ଯ୍ୟକୁ ବନ୍ଦକରିବା ପାଇଁ ନିୟୋଜିତ ହୁଏ ତାହା ଯଦି ଆରମ୍ଭରୁ ସକାରାତ୍ମକ ଭାବରେ ଶିକ୍ଷାର ବିଭିନ୍ନ ଦିଗକୁ ଏକାଡେମିକ ଅଡିଟ୍‌ ମାଧ୍ୟମରେ ଉପଯୋଗ କରାଯାନ୍ତା, ହୁଏ ତ ତାହା ଶିକ୍ଷାକୁ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରନ୍ତା।
ଜେଲରୋଡ଼, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?