ଏଇ ଭାରତରେ

ବିନା ମାଟିରେ ଚାଷ ହେବା କଥା ଶୁଣିଛନ୍ତି କି? ଯଦି ନା, ତେବେ ଦିଲ୍ଲୀର ୟଶ୍‌ ବ୍ୟାସଙ୍କଠାରୁ ଶିଖନ୍ତୁ। ରାସାୟନିକ ସାର ତଥା କୀଟନାଶକ ବ୍ୟବହାର ନ କରି କେବଳ ପାଣିରେ ସ୍ମାର୍ଟ ବଗିଚାରେ ସେ ଚାଷ ଆରମ୍ଭ କରିଛନ୍ତି। ବ୍ୟସ୍ତଜୀବନରେ କମ୍‌ ସମୟ ଓ କମ୍‌ ଜାଗାରେ ବିନା ମାଟିରେ କିପରି ଘରେ ଚାଷ କରାଯାଇପାରିବ ସେଥିଲାଗି ପ୍ରୟାସ ଜାରି ରଖିଛନ୍ତି ୟଶ୍‌। ଏବେ ଦିଲ୍ଲୀରେ ଲୋକମାନେ ଏହାକୁ ଆପଣାଇବାରେ ଲାଗିଛନ୍ତି। ଏହି ଉପାୟରେ ଘରେ ଶାଗ ଓ ପରିବା ଚାଷ କରାଯାଉଛି। କେତେକ ଓଷଧୀୟ ତଥା ଅର୍ଥକରୀ ଗଛ ବି ଲଗାଯାଇପାରୁଛି ଏହି ପ୍ରଣାଳୀରେ। ପାରମ୍ପରିକ ଉପାୟରେ ଚାଷକରିବା ଲାଗି ଯେତିକି ପାଣି ଲାଗେ ତାହା ଅପେକ୍ଷା ଏଥିରେ ୯୦ ପ୍ରତିଶତ କମ୍‌ ପାଣି ଲାଗୁଛି। ୨୦୧୮ରେ ‘ଆର୍ଗୋ-୨୦’ ନାମକ ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ଏହି ଚାଷକୁ ଲୋକାଭିମୁଖୀ କରିବାରେ ଲାଗିଛନ୍ତି। ଏଭଳି ଚାଷ ଲାଗି ସେ ଲୋକମାନଙ୍କୁ ଅକ୍‌ଚ୍ୟୁଏଟର, ମାଇକ୍ରୋ କଣ୍ଟ୍ରୋଲର ଏବଂ ସେନ୍‌ସର ଆଦି ଉପକରଣ ଯୋଗାଇ ଦେଉଛନ୍ତି। କେମିତି ଚାଷ କରାଯିବ, କେତେ ପାଣି ଓ ଆଲୋକ ଆବଶ୍ୟକ ତଥା କି ପ୍ରକାର ପୋଷକତତ୍ତ୍ୱ ଦରକାର ସେ ସମ୍ପର୍କରେ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହି ସବୁ ଆବଶ୍ୟକତା ସମ୍ପର୍କରେ ମୋବାଇଲ ଆପ୍‌ ମାଧ୍ୟମରେ ବି ଜାଣିପାରୁଛନ୍ତି ଗୃହକର୍ତ୍ତା। ଘର ବାହାରେ ଥିଲେ ବି ଚାଷ ସମ୍ପର୍କରେ ଜାଣିବାକୁ କୌଣସି ସମସ୍ୟା ରହୁନାହିଁ ବୋଲି କହିଛନ୍ତି ଆର୍ଗୋ-୨୦ର କାର୍ଯ୍ୟନିର୍ବାହୀ ବ୍ୟାସ। ଏହି ପଦ୍ଧତିରେ ଦୁଇ ପ୍ରକାର ସ୍ମାର୍ଟ ବଗିଚା କରାଯାଉଛି। ଗୋଟିଏ ପ୍ରକାର ଛୋଟ ବଗିଚାରେ ଏକାଥରକେ ୪ଟି ଓ ଆଉ ଗୋଟିକରେ ଏକାଥରକେ ୧୨ଟି ଗଛ ଲଗାଯାଇ ପାରୁଛି। ସେ ଦୁବାଇରେ ଚାକିରି ସମୟରେ ସେଠାରେ ରହୁଥିବା ଘରେ ପ୍ରଥମେ ଏହି ଚାଷ ଆରମ୍ଭ କରିବା ପରେ ସଫଳତା ପାଇଥିଲେ। ପରେ ସେ ଭାରତ ଫେରି ଆର୍ଗୋ-୨୦ ମାଧ୍ୟମରେ ଲୋକମାନଙ୍କୁ ସାମିଲ କରିବାରେ ଲାଗିଛନ୍ତି। ବର୍ତ୍ତମାନ ଅନ୍ୟ ସହରର ଲୋକମାନେ ତାଙ୍କଠାରୁ ଏହି ଚାଷ ସମ୍ପର୍କିତ ଜ୍ଞାନକୌଶଳ ଓ ଉପକରଣ ନେବା ଲାଗି ଅର୍ଡର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri