ଏଇ ଭାରତରେ

ବିନା ମାଟିରେ ଚାଷ ହେବା କଥା ଶୁଣିଛନ୍ତି କି? ଯଦି ନା, ତେବେ ଦିଲ୍ଲୀର ୟଶ୍‌ ବ୍ୟାସଙ୍କଠାରୁ ଶିଖନ୍ତୁ। ରାସାୟନିକ ସାର ତଥା କୀଟନାଶକ ବ୍ୟବହାର ନ କରି କେବଳ ପାଣିରେ ସ୍ମାର୍ଟ ବଗିଚାରେ ସେ ଚାଷ ଆରମ୍ଭ କରିଛନ୍ତି। ବ୍ୟସ୍ତଜୀବନରେ କମ୍‌ ସମୟ ଓ କମ୍‌ ଜାଗାରେ ବିନା ମାଟିରେ କିପରି ଘରେ ଚାଷ କରାଯାଇପାରିବ ସେଥିଲାଗି ପ୍ରୟାସ ଜାରି ରଖିଛନ୍ତି ୟଶ୍‌। ଏବେ ଦିଲ୍ଲୀରେ ଲୋକମାନେ ଏହାକୁ ଆପଣାଇବାରେ ଲାଗିଛନ୍ତି। ଏହି ଉପାୟରେ ଘରେ ଶାଗ ଓ ପରିବା ଚାଷ କରାଯାଉଛି। କେତେକ ଓଷଧୀୟ ତଥା ଅର୍ଥକରୀ ଗଛ ବି ଲଗାଯାଇପାରୁଛି ଏହି ପ୍ରଣାଳୀରେ। ପାରମ୍ପରିକ ଉପାୟରେ ଚାଷକରିବା ଲାଗି ଯେତିକି ପାଣି ଲାଗେ ତାହା ଅପେକ୍ଷା ଏଥିରେ ୯୦ ପ୍ରତିଶତ କମ୍‌ ପାଣି ଲାଗୁଛି। ୨୦୧୮ରେ ‘ଆର୍ଗୋ-୨୦’ ନାମକ ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ଏହି ଚାଷକୁ ଲୋକାଭିମୁଖୀ କରିବାରେ ଲାଗିଛନ୍ତି। ଏଭଳି ଚାଷ ଲାଗି ସେ ଲୋକମାନଙ୍କୁ ଅକ୍‌ଚ୍ୟୁଏଟର, ମାଇକ୍ରୋ କଣ୍ଟ୍ରୋଲର ଏବଂ ସେନ୍‌ସର ଆଦି ଉପକରଣ ଯୋଗାଇ ଦେଉଛନ୍ତି। କେମିତି ଚାଷ କରାଯିବ, କେତେ ପାଣି ଓ ଆଲୋକ ଆବଶ୍ୟକ ତଥା କି ପ୍ରକାର ପୋଷକତତ୍ତ୍ୱ ଦରକାର ସେ ସମ୍ପର୍କରେ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହି ସବୁ ଆବଶ୍ୟକତା ସମ୍ପର୍କରେ ମୋବାଇଲ ଆପ୍‌ ମାଧ୍ୟମରେ ବି ଜାଣିପାରୁଛନ୍ତି ଗୃହକର୍ତ୍ତା। ଘର ବାହାରେ ଥିଲେ ବି ଚାଷ ସମ୍ପର୍କରେ ଜାଣିବାକୁ କୌଣସି ସମସ୍ୟା ରହୁନାହିଁ ବୋଲି କହିଛନ୍ତି ଆର୍ଗୋ-୨୦ର କାର୍ଯ୍ୟନିର୍ବାହୀ ବ୍ୟାସ। ଏହି ପଦ୍ଧତିରେ ଦୁଇ ପ୍ରକାର ସ୍ମାର୍ଟ ବଗିଚା କରାଯାଉଛି। ଗୋଟିଏ ପ୍ରକାର ଛୋଟ ବଗିଚାରେ ଏକାଥରକେ ୪ଟି ଓ ଆଉ ଗୋଟିକରେ ଏକାଥରକେ ୧୨ଟି ଗଛ ଲଗାଯାଇ ପାରୁଛି। ସେ ଦୁବାଇରେ ଚାକିରି ସମୟରେ ସେଠାରେ ରହୁଥିବା ଘରେ ପ୍ରଥମେ ଏହି ଚାଷ ଆରମ୍ଭ କରିବା ପରେ ସଫଳତା ପାଇଥିଲେ। ପରେ ସେ ଭାରତ ଫେରି ଆର୍ଗୋ-୨୦ ମାଧ୍ୟମରେ ଲୋକମାନଙ୍କୁ ସାମିଲ କରିବାରେ ଲାଗିଛନ୍ତି। ବର୍ତ୍ତମାନ ଅନ୍ୟ ସହରର ଲୋକମାନେ ତାଙ୍କଠାରୁ ଏହି ଚାଷ ସମ୍ପର୍କିତ ଜ୍ଞାନକୌଶଳ ଓ ଉପକରଣ ନେବା ଲାଗି ଅର୍ଡର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri