ପରିସଂଖ୍ୟାନର ଉଭୟ ଦିଶା

ବିଭୁପ୍ରସାଦ ମହାପାତ୍ର
କିଛି କୃତବିଦ୍ୟ ସାହିତି୍ୟକ ସେମାନଙ୍କ ପେନ୍‌ ନେମ୍‌ରେ ପାଠକଙ୍କ ଗହଣରେ ଜଣାଶୁଣା ଅଥଚ ପ୍ରକୃତ ନାମ ବହୁତ କମ୍‌ ଲୋକ ଜାଣିଥାନ୍ତି। ଆମ ଓଡ଼ିଆ ସାହିତ୍ୟରେ ଫତୁରାନନ୍ଦ ଏକ ପରିଚିତ ନାମ, କିନ୍ତୁ ରାମଚନ୍ଦ୍ର ମିଶ୍ର କହିଲେ ବହୁତ କମ୍‌ ପାଠକ ଜାଣନ୍ତି। ସେହିପରି ମାର୍କ ଟ୍ବେନ୍‌ (୧୮୩୫-୧୯୧୦) ବିଶ୍ୱ ସାହିତ୍ୟରେ ପରିଚିତ ନାମ, ଯାହାଙ୍କର ପ୍ରକୃତ ନାମ ହେଉଛି- ସାମୁଏଲ ଲାଙ୍ଗହର୍ନ କ୍ଲେମେନ୍‌ସ। ଏହି ଆମେରିକୀୟ ଔପନ୍ୟାସିକ ଓ ସାମ୍ବାଦିକ, ସର୍ବୋପରି ଜୀବନରେ ମୁଦ୍ରାକରଠାରୁ ଆରମ୍ଭ କରି ପାଇଲଟ୍‌ ପର୍ଯ୍ୟନ୍ତ ବିଭିନ୍ନ ଚାକିରି କରିଥିବା ଟ୍ବେନ୍‌ ନିଜ ଶୈଶବ ଜୀବନର ଅନୁଭୂତି ଉପରେ ଆଧାରିତ ତଥା ତାଙ୍କର ସଫଳତମ କୃତି ‘The Adventures of Huckleberry Finn’ର ଲେଖକ ରୂପେ ପୃଥିବୀର ଅଧିକାଂଶ ପାଠକଙ୍କ ନିକଟରେ ସୁପରିଚିତ। ଅନ୍ୟତମ ଆଧୁନିକ ମାର୍କିନ କ୍ଷୁଦ୍ର ଗାଳ୍ପିକ ତଥା ଔପନ୍ୟାସିକ ଅର୍ନେଷ୍ଟ ହେମିଙ୍ଗ୍‌ଓ୍ବେ (୧୮୯୮-୧୯୬୧) କହନ୍ତି ଯେ, ସମସ୍ତ ଆଧୁନିକ ମାର୍କିନ ସାହିତ୍ୟ ଶିଶୁସାହିତ୍ୟ ଜଗତର ଏକ ଅଭିନବ ସୃଷ୍ଟି (The Adventures of Huckleberry Finn)ରୁ ସମ୍ଭୂତ। ହେମିଙ୍ଗ୍‌ଓ୍ବେ ତାଙ୍କ ସମଧର୍ମା ଟ୍ବେନ୍‌ଙ୍କ ପ୍ରଶଂସା ଗାନରେ ଶତମୁଖ ହେଲେ ହେଁ ଆମ୍ଭମାନଙ୍କୁ ସ୍ବୀକାର କରିବାକୁ ପଡ଼ିବ ଯେ, ଟ୍ବେନ୍‌ ସ୍ବପରିସଂସ୍ଥା (ସାହିତ୍ୟ ଜଗତ) ଛାଡ଼ି ପର ପରିସଂସ୍ଥା (ପରିସଂଖ୍ୟାନ ଜଗତ)ରେ ଅବାଧ ପ୍ରବେଶ କରି କୁତ୍ସାରଟନା କରି ଚାଲିଯାଇଛନ୍ତି। ତାଙ୍କ ମତରେ ”There are 3 types of lies-lies, damned lies and statistics.“ ଏହି ଉଦ୍ଧୃତିଟିର ଶ୍ରେୟ କେହି କେହି ଯୁକ୍ତ ରାଜ୍ୟର ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ଡିସରାଏଲଙ୍କୁ ଦେଇଥାନ୍ତି। ପରିସଂଖ୍ୟାନ ମିଛୁଆମାନଙ୍କର ପାଠ ବୋଲି ପ୍ରଚାର ହୋଇଗଲା।
ପରିସଂଖ୍ୟାନର ସଂଜ୍ଞା ଦେବାକୁ ଯାଇ ବ୍ୟଙ୍ଗଶୈଳୀରେ କହିଥାନ୍ତି- ”Statistics is a bikini clad young lady, who exposes everything except the vital parts“ ଆରନ ଲେଭନଷ୍ଟେନଙ୍କ ପରି ଲେଖକ (୧୯୧୩-୧୯୮୬)ଙ୍କ ମତରେ ‘Statistics are like bikinis. what they reveal is suggestive, but what they conceal is vital.’
ପରିସଂଖ୍ୟାନ ପରି ପ୍ରୟୋଗାତ୍ମକ ବିଦ୍ୟାକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। କିନ୍ତୁ ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଉପଯୋଗିତାକୁ ବୁଝାଇବାକୁ ଯାଇ ‘ଲେଡି ଓ୍ବିଥ୍‌ ଏ ଲ୍ୟାମ୍ପ’ ଭାବେ ପରିଚିତ କରୁଣାମୟୀ ଫ୍ଲୋରେନ୍ସ ନାଇଟେଙ୍ଗଲ (୧୮୨୦-୧୯୧୦) କହିଥିଲେ, ଭଗବାନଙ୍କ ସ୍ବରୂପ ବୁଝିବା ହେଉଛି ଧର୍ମତତ୍ତ୍ୱର ମୂଳ ଲକ୍ଷ୍ୟ। ପରିସଂଖ୍ୟାନ ସାହାଯ୍ୟରେ ପ୍ରକୃତି ଓ ଭଗବାନଙ୍କ ଲୀଳା ବୁଝିବା ସହଜ ହୋଇଥାଏ। ପରିସଂଖ୍ୟାନ ଚର୍ଚ୍ଚା ଏକପ୍ରକାର ଧର୍ମଚର୍ଚ୍ଚା।
ରୋନାଲ୍ଡ ଫିଶର, ମହାଲନବିଶ, ପିଅର୍‌ସନ, ଜେଟ୍ରୁଡ୍‌ କକ୍ସ, ଫ୍ରାଙ୍କ ୟେଟ୍‌ସ, କିରଷ୍ଟାଇନ ସ୍ମିଥ୍‌, ଜନ୍‌ ଟକ୍‌, ଜର୍ଜ ଟକ୍‌, ଜର୍ଜ ବକ୍ସ, ଜେରମ୍‌ ଫ୍ରାଏଡ୍‌ମ୍ୟାନ, ଡାଭିଡ କକ୍ସ, ଏଫ୍‌.ଏନ୍‌. ଡାଭିଡ, ରାଜ ଚନ୍ଦ୍ର ବୋଷ ଏବଂ କାଲିମ୍ପୁଡି ଆର୍‌ ରାଓ ପ୍ରମୁଖ ପରିସଂଖ୍ୟାନବିତ୍‌ମାନଙ୍କ ପ୍ରୟାସ ଫଳରେ ଜନସାଧାରଣଙ୍କର ପରିସଂଖ୍ୟାନ ପ୍ରତି ଆଭିମୁଖ୍ୟ ବଦଳି ସାରିଲାଣି। ପ୍ରତିଦିନ ଖବରକାଗଜର ପୃଷ୍ଠା ଓଲଟାଇବା ମାତ୍ରେ ପରିସଂଖ୍ୟାନଭିତ୍ତିକ ବିଭିନ୍ନ ତଥ୍ୟ ଆମ୍ଭମାନଙ୍କ ଦୃଷ୍ଟିଗୋଚର ହୋଇଥାଏ। ଅର୍ଥନୀତି ହେଉ ଅବା ବାଣିଜ୍ୟ, ଅବା କୃଷି, ଶିଳ୍ପ, ଶିକ୍ଷା ଓ ସ୍ବାସ୍ଥ୍ୟ- ସବୁ କ୍ଷେତ୍ରରେ ପରିସଂଖ୍ୟାନର ସଫଳ ପ୍ରୟୋଗ ଏକାନ୍ତ ଅପରିହାର୍ଯ୍ୟ । ପରିସଂଖ୍ୟାନର ଉପଯୋଗିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ତର୍ଜାତିକ ସ୍ତରରେ ୨୦୧୩ ମସିହାକୁ ପରିସଂଖ୍ୟାନ ବର୍ଷ ଭାବେ ପାଳନ କରାଯାଇଥିଲା। ୨୦୦୬ରୁ ଭାରତ ସରକାର ଭାରତୀୟ ପରିସଂଖ୍ୟାନର ଜନକ ପ୍ରଶାନ୍ତ ଚନ୍ଦ୍ର ମହାଲନବିଶଙ୍କ ଜନ୍ମଦିନ ୨୯ ଜୁନ୍‌କୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ଜାତୀୟସ୍ତରରେ ପାଳନ କରିଆସୁଛନ୍ତି।
ତେବେ କେବଳ ସୂଚନା ଏବଂ ପରୀକ୍ଷା ନିର୍ଗତ ଫଳାଫଳକୁ ବିବେକଶୂନ୍ୟ ଭାବେ ବ୍ୟବହାର କଲେ ବିଜ୍ଞାନ ତଥା ସମାଜର ପ୍ରଗତି ହୋଇପାରେନା। ଆଜିକାଲି ପରିସଂଖ୍ୟାନକୁ ଯେଉଁଭଳି ଭାବେ ସରକାରୀ ହେଉ ବା ଅନ୍ୟ ପ୍ରରୋଚନାରେ ଲୋକମାନଙ୍କ ଆଗରେ ଉପସ୍ଥାପନ କରାଯାଉଛି, ତାହା ପ୍ରହସନ ବ୍ୟତୀତ ଆଉ କିଛି ନୁହେଁ। ତେଣୁ ପରିସଂଖ୍ୟାନର ସୁଚିନ୍ତିତ ପ୍ରୟୋଗରେ ହିଁ ସମାଜର କଲ୍ୟାଣ ସମ୍ଭବ।
(ଜାତୀୟ ପରିସଂଖ୍ୟାନ ଦିବସ ଉପଲକ୍ଷେ)
ଭୋଗଡ଼ା, ଖୋର୍ଦ୍ଧା, ମୋ-୮୨୭୦୦୮୩୬୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri