ପରିସଂଖ୍ୟାନର ଉଭୟ ଦିଶା

ବିଭୁପ୍ରସାଦ ମହାପାତ୍ର
କିଛି କୃତବିଦ୍ୟ ସାହିତି୍ୟକ ସେମାନଙ୍କ ପେନ୍‌ ନେମ୍‌ରେ ପାଠକଙ୍କ ଗହଣରେ ଜଣାଶୁଣା ଅଥଚ ପ୍ରକୃତ ନାମ ବହୁତ କମ୍‌ ଲୋକ ଜାଣିଥାନ୍ତି। ଆମ ଓଡ଼ିଆ ସାହିତ୍ୟରେ ଫତୁରାନନ୍ଦ ଏକ ପରିଚିତ ନାମ, କିନ୍ତୁ ରାମଚନ୍ଦ୍ର ମିଶ୍ର କହିଲେ ବହୁତ କମ୍‌ ପାଠକ ଜାଣନ୍ତି। ସେହିପରି ମାର୍କ ଟ୍ବେନ୍‌ (୧୮୩୫-୧୯୧୦) ବିଶ୍ୱ ସାହିତ୍ୟରେ ପରିଚିତ ନାମ, ଯାହାଙ୍କର ପ୍ରକୃତ ନାମ ହେଉଛି- ସାମୁଏଲ ଲାଙ୍ଗହର୍ନ କ୍ଲେମେନ୍‌ସ। ଏହି ଆମେରିକୀୟ ଔପନ୍ୟାସିକ ଓ ସାମ୍ବାଦିକ, ସର୍ବୋପରି ଜୀବନରେ ମୁଦ୍ରାକରଠାରୁ ଆରମ୍ଭ କରି ପାଇଲଟ୍‌ ପର୍ଯ୍ୟନ୍ତ ବିଭିନ୍ନ ଚାକିରି କରିଥିବା ଟ୍ବେନ୍‌ ନିଜ ଶୈଶବ ଜୀବନର ଅନୁଭୂତି ଉପରେ ଆଧାରିତ ତଥା ତାଙ୍କର ସଫଳତମ କୃତି ‘The Adventures of Huckleberry Finn’ର ଲେଖକ ରୂପେ ପୃଥିବୀର ଅଧିକାଂଶ ପାଠକଙ୍କ ନିକଟରେ ସୁପରିଚିତ। ଅନ୍ୟତମ ଆଧୁନିକ ମାର୍କିନ କ୍ଷୁଦ୍ର ଗାଳ୍ପିକ ତଥା ଔପନ୍ୟାସିକ ଅର୍ନେଷ୍ଟ ହେମିଙ୍ଗ୍‌ଓ୍ବେ (୧୮୯୮-୧୯୬୧) କହନ୍ତି ଯେ, ସମସ୍ତ ଆଧୁନିକ ମାର୍କିନ ସାହିତ୍ୟ ଶିଶୁସାହିତ୍ୟ ଜଗତର ଏକ ଅଭିନବ ସୃଷ୍ଟି (The Adventures of Huckleberry Finn)ରୁ ସମ୍ଭୂତ। ହେମିଙ୍ଗ୍‌ଓ୍ବେ ତାଙ୍କ ସମଧର୍ମା ଟ୍ବେନ୍‌ଙ୍କ ପ୍ରଶଂସା ଗାନରେ ଶତମୁଖ ହେଲେ ହେଁ ଆମ୍ଭମାନଙ୍କୁ ସ୍ବୀକାର କରିବାକୁ ପଡ଼ିବ ଯେ, ଟ୍ବେନ୍‌ ସ୍ବପରିସଂସ୍ଥା (ସାହିତ୍ୟ ଜଗତ) ଛାଡ଼ି ପର ପରିସଂସ୍ଥା (ପରିସଂଖ୍ୟାନ ଜଗତ)ରେ ଅବାଧ ପ୍ରବେଶ କରି କୁତ୍ସାରଟନା କରି ଚାଲିଯାଇଛନ୍ତି। ତାଙ୍କ ମତରେ ”There are 3 types of lies-lies, damned lies and statistics.“ ଏହି ଉଦ୍ଧୃତିଟିର ଶ୍ରେୟ କେହି କେହି ଯୁକ୍ତ ରାଜ୍ୟର ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ଡିସରାଏଲଙ୍କୁ ଦେଇଥାନ୍ତି। ପରିସଂଖ୍ୟାନ ମିଛୁଆମାନଙ୍କର ପାଠ ବୋଲି ପ୍ରଚାର ହୋଇଗଲା।
ପରିସଂଖ୍ୟାନର ସଂଜ୍ଞା ଦେବାକୁ ଯାଇ ବ୍ୟଙ୍ଗଶୈଳୀରେ କହିଥାନ୍ତି- ”Statistics is a bikini clad young lady, who exposes everything except the vital parts“ ଆରନ ଲେଭନଷ୍ଟେନଙ୍କ ପରି ଲେଖକ (୧୯୧୩-୧୯୮୬)ଙ୍କ ମତରେ ‘Statistics are like bikinis. what they reveal is suggestive, but what they conceal is vital.’
ପରିସଂଖ୍ୟାନ ପରି ପ୍ରୟୋଗାତ୍ମକ ବିଦ୍ୟାକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। କିନ୍ତୁ ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଉପଯୋଗିତାକୁ ବୁଝାଇବାକୁ ଯାଇ ‘ଲେଡି ଓ୍ବିଥ୍‌ ଏ ଲ୍ୟାମ୍ପ’ ଭାବେ ପରିଚିତ କରୁଣାମୟୀ ଫ୍ଲୋରେନ୍ସ ନାଇଟେଙ୍ଗଲ (୧୮୨୦-୧୯୧୦) କହିଥିଲେ, ଭଗବାନଙ୍କ ସ୍ବରୂପ ବୁଝିବା ହେଉଛି ଧର୍ମତତ୍ତ୍ୱର ମୂଳ ଲକ୍ଷ୍ୟ। ପରିସଂଖ୍ୟାନ ସାହାଯ୍ୟରେ ପ୍ରକୃତି ଓ ଭଗବାନଙ୍କ ଲୀଳା ବୁଝିବା ସହଜ ହୋଇଥାଏ। ପରିସଂଖ୍ୟାନ ଚର୍ଚ୍ଚା ଏକପ୍ରକାର ଧର୍ମଚର୍ଚ୍ଚା।
ରୋନାଲ୍ଡ ଫିଶର, ମହାଲନବିଶ, ପିଅର୍‌ସନ, ଜେଟ୍ରୁଡ୍‌ କକ୍ସ, ଫ୍ରାଙ୍କ ୟେଟ୍‌ସ, କିରଷ୍ଟାଇନ ସ୍ମିଥ୍‌, ଜନ୍‌ ଟକ୍‌, ଜର୍ଜ ଟକ୍‌, ଜର୍ଜ ବକ୍ସ, ଜେରମ୍‌ ଫ୍ରାଏଡ୍‌ମ୍ୟାନ, ଡାଭିଡ କକ୍ସ, ଏଫ୍‌.ଏନ୍‌. ଡାଭିଡ, ରାଜ ଚନ୍ଦ୍ର ବୋଷ ଏବଂ କାଲିମ୍ପୁଡି ଆର୍‌ ରାଓ ପ୍ରମୁଖ ପରିସଂଖ୍ୟାନବିତ୍‌ମାନଙ୍କ ପ୍ରୟାସ ଫଳରେ ଜନସାଧାରଣଙ୍କର ପରିସଂଖ୍ୟାନ ପ୍ରତି ଆଭିମୁଖ୍ୟ ବଦଳି ସାରିଲାଣି। ପ୍ରତିଦିନ ଖବରକାଗଜର ପୃଷ୍ଠା ଓଲଟାଇବା ମାତ୍ରେ ପରିସଂଖ୍ୟାନଭିତ୍ତିକ ବିଭିନ୍ନ ତଥ୍ୟ ଆମ୍ଭମାନଙ୍କ ଦୃଷ୍ଟିଗୋଚର ହୋଇଥାଏ। ଅର୍ଥନୀତି ହେଉ ଅବା ବାଣିଜ୍ୟ, ଅବା କୃଷି, ଶିଳ୍ପ, ଶିକ୍ଷା ଓ ସ୍ବାସ୍ଥ୍ୟ- ସବୁ କ୍ଷେତ୍ରରେ ପରିସଂଖ୍ୟାନର ସଫଳ ପ୍ରୟୋଗ ଏକାନ୍ତ ଅପରିହାର୍ଯ୍ୟ । ପରିସଂଖ୍ୟାନର ଉପଯୋଗିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ତର୍ଜାତିକ ସ୍ତରରେ ୨୦୧୩ ମସିହାକୁ ପରିସଂଖ୍ୟାନ ବର୍ଷ ଭାବେ ପାଳନ କରାଯାଇଥିଲା। ୨୦୦୬ରୁ ଭାରତ ସରକାର ଭାରତୀୟ ପରିସଂଖ୍ୟାନର ଜନକ ପ୍ରଶାନ୍ତ ଚନ୍ଦ୍ର ମହାଲନବିଶଙ୍କ ଜନ୍ମଦିନ ୨୯ ଜୁନ୍‌କୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ଜାତୀୟସ୍ତରରେ ପାଳନ କରିଆସୁଛନ୍ତି।
ତେବେ କେବଳ ସୂଚନା ଏବଂ ପରୀକ୍ଷା ନିର୍ଗତ ଫଳାଫଳକୁ ବିବେକଶୂନ୍ୟ ଭାବେ ବ୍ୟବହାର କଲେ ବିଜ୍ଞାନ ତଥା ସମାଜର ପ୍ରଗତି ହୋଇପାରେନା। ଆଜିକାଲି ପରିସଂଖ୍ୟାନକୁ ଯେଉଁଭଳି ଭାବେ ସରକାରୀ ହେଉ ବା ଅନ୍ୟ ପ୍ରରୋଚନାରେ ଲୋକମାନଙ୍କ ଆଗରେ ଉପସ୍ଥାପନ କରାଯାଉଛି, ତାହା ପ୍ରହସନ ବ୍ୟତୀତ ଆଉ କିଛି ନୁହେଁ। ତେଣୁ ପରିସଂଖ୍ୟାନର ସୁଚିନ୍ତିତ ପ୍ରୟୋଗରେ ହିଁ ସମାଜର କଲ୍ୟାଣ ସମ୍ଭବ।
(ଜାତୀୟ ପରିସଂଖ୍ୟାନ ଦିବସ ଉପଲକ୍ଷେ)
ଭୋଗଡ଼ା, ଖୋର୍ଦ୍ଧା, ମୋ-୮୨୭୦୦୮୩୬୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri