Posted inଭଦ୍ରକ

ପରିବାରର ସାହାରା ଗୁରମଣି

ପଦ୍ମପୁର, ୧୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଗ୍ରାମର କୈଳାସ ସେଠୀଙ୍କ ବଡ଼ଝିଅ ଗୁରମଣି। ବୟସ ୨୯।  ଭୁଲ୍‌ ଇଞ୍ଜେକଶନ ଯୋଗୁ ୩ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ଘରର ଅବସ୍ଥା ଭଲ ନ ଥିବାରୁ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ପରିବାରର ବୋଝ ନିଜ କାନ୍ଧକୁ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍ବୟଂସହାୟକ ଗୋଷ୍ଠୀର ସମ୍ବଳ ବ୍ୟକ୍ତି ଭାବେ କାର୍ଯ୍ୟ କରୁଛନ୍ତି। ମାସକୁ ମିଳୁଛି ୧୦୦୦ ଟଙ୍କା। ଦରମା ଟଙ୍କା ଓ ନିଜର ମାସିକ ଦିବ୍ୟାଙ୍ଗ ଭତ୍ତାରେ ସେ ପରିବାରର ଭରଣ ପୋଷଣ କରୁଛନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାରିନାହାନ୍ତି ଗୁରମଣି। ସେ ଏବେ ପରିବାରର ସାହାରା ପାଲଟିଛନ୍ତି। ପରିବାରର ଦାୟିତ୍ୱ ନେବା ସହ ଆଶାବାଡ଼ି ସାହାଯ୍ୟରେ ଚାଲି ଚାଲି ନିଜ ଅଞ୍ଚଳର ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଜନ୍ମ ହେବାର ୩ ବର୍ଷ ପରେ ଗୁରମଣିଙ୍କୁ ପରିବାର ଲୋକ ସରକାରଙ୍କ ତରଫରୁ ଦିଆଯାଉଥିବା ପୋଲିଓ ଟୀକା ଦେଇଥିଲେ। ମାତ୍ର ଏହାପରେ ତାଙ୍କ ଗୋଡ଼ ଧୀରେ ଧୀରେ ବଙ୍କା ହେବାକୁ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାସୁଦେବପୁର, ଭଦ୍ରକ ଓ ବାଲେଶ୍ୱର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ଦୀର୍ଘଦିନ ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳିଲାନି। ଭାଗ୍ୟକୁ ଆଦରି ଗୁରମଣିଙ୍କୁ ଘରକୁ ନେଇଆସିଥିଲେ ପରିବାର ଲୋକ। ସବୁଦିନ ପାଇଁ ଗୁରମଣିଙ୍କ ଗୋଟିଏ ଗୋଡ଼ ଅକାମୀ ହୋଇଗଲା। ଏହାପରେ ମଧ୍ୟ ଦୁର୍ଭାଗ୍ୟ ପିଛା ଛାଡ଼ି ନ ଥିଲା। ୨ବର୍ଷ ପରେ କୈଳାସଙ୍କ ଏକ ପୁଅ ଜନ୍ମ ହୋଇଥିଲା। ଝିଅକୁ ପୋଲିଓ ଇଞ୍ଜେକ୍ସନ ଦେବା ପରେ ଗୋଟିଏ ଗୋଡ଼ ଅକାମୀ ହୋଇଯିବାରୁ ଘର ଲୋକ ଭୟରେ ପୁଅକୁ ପୋଲିଓ ଇଞ୍ଜେକ୍ସନ ଦେଇ ନ ଥିଲେ। ଫଳରେ ପୁଅ ଭକ୍ତହରି ମଧ୍ୟ ପୋଲିଓ ଆକ୍ରାନ୍ତ। ମାଟ୍ରିକ ଫେଲ୍‌ ପରେ ଗୁରମଣିଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ଭକ୍ତହରିଙ୍କୁ ୨୭ ବର୍ଷ ହୋଇଥିବା ବେଳେ ସେ ବିବାହିତ। ପୁଅଝିଅଙ୍କର ଏଭଳି ଦୁଃଖଦାୟକ ଅବସ୍ଥାରେ ପରିଣତ ବୟସରେ କୈଳାସ ଭାଙ୍ଗିପଡ଼ିଛନ୍ତି। ତାଙ୍କ ବୟସ ୭୨ ଟପିଲାଣି। ନିଜର ଜମିବାଡ଼ି ସେଭଳି କିଛି ନାହିଁ। ମୂଲ ମଜୁରିକୁ ଭରସା କରି ଚଳୁଥିବାବେଳେ ବୟସ ଅଧିକ ହୋଇଯିବାରୁ ସେ ଆଉ କାମକୁ ଯାଇପାରୁ ନାହାନ୍ତି। ଘରେ ସ୍ତ୍ରୀ କୁନ୍ତଳା, ଝିଅ ଗୁରମଣି, ପୁଅ ଭକ୍ତହରିଙ୍କ ସହ ବୋହୂ ଓ ନାତି ନାତୁଣୀ ୭ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବାରେ କଷ୍ଟ ହେଉଛି। ପରିବାରର ଏଭଳି ସ୍ଥିତି ଯୋଗୁ ବଡ଼ଝିଅ ହିସାବରେ ଗୁରମଣି ପରିବାର ଦାୟିତ୍ୱ ନେଇଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ଓ ତାଙ୍କ ଭାଇ ଭକ୍ତହରିଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ରାଶନ କାର୍ଡ଼ ମିଳିଛି। ତେବେ କୌଣସି ବ୍ୟବସାୟ କରିବା ପାଇଁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ଅନୁଦାନ ମିଳିଲେ ସେ ଆଗକୁ ଯାଇ ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି ଗୁରମଣି ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri