Posted inଭଦ୍ରକ

ପରିବାରର ସାହାରା ଗୁରମଣି

ପଦ୍ମପୁର, ୧୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଗ୍ରାମର କୈଳାସ ସେଠୀଙ୍କ ବଡ଼ଝିଅ ଗୁରମଣି। ବୟସ ୨୯।  ଭୁଲ୍‌ ଇଞ୍ଜେକଶନ ଯୋଗୁ ୩ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ଘରର ଅବସ୍ଥା ଭଲ ନ ଥିବାରୁ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ପରିବାରର ବୋଝ ନିଜ କାନ୍ଧକୁ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍ବୟଂସହାୟକ ଗୋଷ୍ଠୀର ସମ୍ବଳ ବ୍ୟକ୍ତି ଭାବେ କାର୍ଯ୍ୟ କରୁଛନ୍ତି। ମାସକୁ ମିଳୁଛି ୧୦୦୦ ଟଙ୍କା। ଦରମା ଟଙ୍କା ଓ ନିଜର ମାସିକ ଦିବ୍ୟାଙ୍ଗ ଭତ୍ତାରେ ସେ ପରିବାରର ଭରଣ ପୋଷଣ କରୁଛନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାରିନାହାନ୍ତି ଗୁରମଣି। ସେ ଏବେ ପରିବାରର ସାହାରା ପାଲଟିଛନ୍ତି। ପରିବାରର ଦାୟିତ୍ୱ ନେବା ସହ ଆଶାବାଡ଼ି ସାହାଯ୍ୟରେ ଚାଲି ଚାଲି ନିଜ ଅଞ୍ଚଳର ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଜନ୍ମ ହେବାର ୩ ବର୍ଷ ପରେ ଗୁରମଣିଙ୍କୁ ପରିବାର ଲୋକ ସରକାରଙ୍କ ତରଫରୁ ଦିଆଯାଉଥିବା ପୋଲିଓ ଟୀକା ଦେଇଥିଲେ। ମାତ୍ର ଏହାପରେ ତାଙ୍କ ଗୋଡ଼ ଧୀରେ ଧୀରେ ବଙ୍କା ହେବାକୁ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାସୁଦେବପୁର, ଭଦ୍ରକ ଓ ବାଲେଶ୍ୱର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ଦୀର୍ଘଦିନ ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳିଲାନି। ଭାଗ୍ୟକୁ ଆଦରି ଗୁରମଣିଙ୍କୁ ଘରକୁ ନେଇଆସିଥିଲେ ପରିବାର ଲୋକ। ସବୁଦିନ ପାଇଁ ଗୁରମଣିଙ୍କ ଗୋଟିଏ ଗୋଡ଼ ଅକାମୀ ହୋଇଗଲା। ଏହାପରେ ମଧ୍ୟ ଦୁର୍ଭାଗ୍ୟ ପିଛା ଛାଡ଼ି ନ ଥିଲା। ୨ବର୍ଷ ପରେ କୈଳାସଙ୍କ ଏକ ପୁଅ ଜନ୍ମ ହୋଇଥିଲା। ଝିଅକୁ ପୋଲିଓ ଇଞ୍ଜେକ୍ସନ ଦେବା ପରେ ଗୋଟିଏ ଗୋଡ଼ ଅକାମୀ ହୋଇଯିବାରୁ ଘର ଲୋକ ଭୟରେ ପୁଅକୁ ପୋଲିଓ ଇଞ୍ଜେକ୍ସନ ଦେଇ ନ ଥିଲେ। ଫଳରେ ପୁଅ ଭକ୍ତହରି ମଧ୍ୟ ପୋଲିଓ ଆକ୍ରାନ୍ତ। ମାଟ୍ରିକ ଫେଲ୍‌ ପରେ ଗୁରମଣିଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ଭକ୍ତହରିଙ୍କୁ ୨୭ ବର୍ଷ ହୋଇଥିବା ବେଳେ ସେ ବିବାହିତ। ପୁଅଝିଅଙ୍କର ଏଭଳି ଦୁଃଖଦାୟକ ଅବସ୍ଥାରେ ପରିଣତ ବୟସରେ କୈଳାସ ଭାଙ୍ଗିପଡ଼ିଛନ୍ତି। ତାଙ୍କ ବୟସ ୭୨ ଟପିଲାଣି। ନିଜର ଜମିବାଡ଼ି ସେଭଳି କିଛି ନାହିଁ। ମୂଲ ମଜୁରିକୁ ଭରସା କରି ଚଳୁଥିବାବେଳେ ବୟସ ଅଧିକ ହୋଇଯିବାରୁ ସେ ଆଉ କାମକୁ ଯାଇପାରୁ ନାହାନ୍ତି। ଘରେ ସ୍ତ୍ରୀ କୁନ୍ତଳା, ଝିଅ ଗୁରମଣି, ପୁଅ ଭକ୍ତହରିଙ୍କ ସହ ବୋହୂ ଓ ନାତି ନାତୁଣୀ ୭ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବାରେ କଷ୍ଟ ହେଉଛି। ପରିବାରର ଏଭଳି ସ୍ଥିତି ଯୋଗୁ ବଡ଼ଝିଅ ହିସାବରେ ଗୁରମଣି ପରିବାର ଦାୟିତ୍ୱ ନେଇଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ଓ ତାଙ୍କ ଭାଇ ଭକ୍ତହରିଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ରାଶନ କାର୍ଡ଼ ମିଳିଛି। ତେବେ କୌଣସି ବ୍ୟବସାୟ କରିବା ପାଇଁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ଅନୁଦାନ ମିଳିଲେ ସେ ଆଗକୁ ଯାଇ ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି ଗୁରମଣି ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri