Posted inଖେଳ

ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ଏକାଡେମୀର ଲେଭଲ ୨, ୩ କୋର୍ସ

ଭୁବନେଶ୍ୱର,୭।୨(ସ୍ପୋଟର୍‌ସ ବ୍ୟୁରୋ)- ଆଗକୁ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ଭୁବନେଶ୍ୱରରେ ପୁଣି ଥରେ ଟେକ୍‌ନିକାଲ ଅଫିସିଆଲ କୋର୍ସ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୨୦୧୮ ଏଫ୍‌ଆଇଏଚ୍‌ ପୁରୁଷ ହକି ଓ୍ବଲର୍‌ଡ କପ୍‌ ଓ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ୨୦୧୯ ଅବସରରେ ମଧ୍ୟ ଏଫ୍‌ଆଇଏଚ୍‌ ଏକାଡେମୀ ହକି ଇଣ୍ଡିଆ ଲେଭଲ ୨ ଓ ଲେଭଲ ୩ କୋର୍ସ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ଟେକ୍‌ନିକାଲ ଅଫିସିଆଲ କୋର୍ସ ପାଇଁ ଏଫ୍‌ଆଇଏଚ୍‌ ଏଡୁକେଟର୍ସ ବା ପ୍ରଶିକ୍ଷକ ଭାବେ ଏଡ୍‌ନା ରୁଟ୍ଟେନ (ନେଦରଲାଣ୍ଡ୍ସ, ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପ୍ୟାନେଲ) ଓ ରୋଜିଏର ଓ୍ବାରିସ୍‌ (ନେଦରଲାଣ୍ଡ୍ସ, ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ପ୍ୟାନେଲ) ଦାୟିତ୍ୱରେ ରହିବେ। ରୁଟ୍ଟେନଙ୍କ ତତ୍ତ୍ୱାବଧାନରେ ଲେଭଲ -୨ କୋର୍ସ ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖରେ ଶେଷ ହେବ। ସେହିପରି ଓ୍ବାରିସ୍‌ଙ୍କ ତତ୍ତ୍ୱାବଧାନରେ ଲେଭଲ- ୩ କୋର୍ସ ମଧ୍ୟ ଏହି ଦିନରେ ଆୟୋଜନ ହେବ। ଏହି କୋର୍ସରେ ୨୫ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଏଫ୍‌ଆଇଏଚ୍‌ ଏକାଡେମୀ- ହକି ଇଣ୍ଡିଆ ଲେଭଲ ୨ ଅମ୍ପାୟର କୋର୍ସ, ଲିଭେଲ ୩ ଅମ୍ପାୟର କୋର୍ସ, ଗୋଲ କିପର କୋଚିଂ କୋର୍ସ ଲିଭେଲ ୧ ଆସନ୍ତା ୨୧ରୁ ୨୩ ତାରିଖ ମଧ୍ୟରେ ଆୟୋଜନ ହେବ। ଅମ୍ପାୟର ଓ କୋଚ୍‌ମାନଙ୍କ ବୈଷୟିକ ଜ୍ଞାନରେ ଉନ୍ନତି ଆଣିବା ପାଇଁ ଏଭଳି କୋର୍ସର ଆୟୋଜନ କରାଯାଇଛି ବୋଲି କୁହାଯାଇଛି। ରେଲଓ୍ବେର ଟେକ୍‌ନିକାଲ ଅଫିସିଆଲ ରେଣୁବାଳା ଓ ବିହାରର ରାବି ରୋଶନ ଲେଭଲ ୨ ଟେକ୍‌ନିକାଲ ଅଫିସିଆଲ କୋର୍ସର ନେଇ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି। ମଧ୍ୟପ୍ରଦେଶର ବନ୍ଦନା ରଘୁବଂଶୀ ଓ ଛତିଶଗଡ଼ର ସତିନ୍ଦର ଶର୍ମା ଏହି କୋର୍ସଗୁଡିକରେ ଅଂଶଗ୍ରହଣ କରି ଅଧିକ ଜ୍ଞାନ ଆରୋହଣ କରିବା ଲକ୍ଷ୍ୟରେ ରହିଛନ୍ତି । ଏ କୋର୍ସ ନେଇ ଏମାନେ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri